March 2, 2024

Odia Express

News For Public

ହଳଦିଆ ଦାନ୍ତ,ଚେହେରାରେ ଦାଗ,ଆଣ୍ଠୁ ଯନ୍ତ୍ରଣା,ଶରୀରରେ ଚର୍ବି,ପେଟ ଯନ୍ତ୍ରଣା ଆଦି ସବୁ ଦୂର – ଏହି ଉପାୟ ଟି ଏବେ ଜାଣିରଖନ୍ତୁ

ସାଙ୍ଗମାନେ ମୋ କହିବା ମୁତାବକ ଆଜିଠାରୁ ହିଁ ଲେଂବୁର ବ୍ୟବହାର କରନ୍ତୁ ଆପଣଙ୍କର ମୁଣ୍ଡ ଠାରୁ ଆରମ୍ଭ କରି ଗୋଡ଼ ପର୍ଯ୍ୟନ୍ତ ସବୁ ରୋଗ ଭଲ ହୋଇଯିବ।ଲେମ୍ବୁ ଆମ ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ। ଲେଂବୁରେ ବହୁତ ପ୍ରକାର ଔଷଧୀୟ ଗୁଣ ରହିଥାଏ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଲେମ୍ବୁର ସଠିକ ବ୍ୟବହାର କିପରି କରିବେ ଓ ରୋଗ ଠାରୁ କିପରି ବଞ୍ଚିପାରିବେ।

ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ମିଳିଥାଏ।ଲେମ୍ୱୁରେ ବହୁତ ତତ୍ତ୍ଵ ରହିଥାଏ ଯାହା ଆମ ମାଂସପେଶୀ ପାଇଁ ଗୁରୁତ୍ବପୂର୍ଣ୍ଣ।ଆପଣଙ୍କ ଦାନ୍ତର ହଳଦିଆ ପଣ ଓ ଦାନ୍ତର ପୋକ ଆଦିକୁ ଏହା ପୁରା ନାଶ କରିଥାଏ।ଆପଣ ଏଥିପାଇଁ ଲେମ୍ବୁର ଉପର ଚୋପାକୁ ଫିଙ୍ଗନ୍ତୁ ନାହିଁ।ଆପଣ ସେହି ଚୋପାସବୁକୁ ଖରାରେ ଶୁଖାଇ ଦିଅନ୍ତୁ।ତାହା ଭଲ ଭାବେ କଡ଼ା ହୋଇ ସୁଖି ଗଲାପରେ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ।ଏଥିରେ ଅଳ୍ପ ପରିମାଣରେ ଲୁଣ ମିଶାଇ କରି ଦିନକୁ ଥରେ ବ୍ୟବହାର କରନ୍ତୁ।ଏହାଦ୍ବାରା ଆପଣଂକ ଦାନ୍ତ ସଫା ହେବା ସହିତ ଦାନ୍ତର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।

ବହୁତ ଲୋକମାନଙ୍କର ଚେହେରାରେ ବ୍ରଣ ସମସ୍ୟା ଦେଖା ଦେଇଥାଏ।ଏହାକୁ ଦୂର କରିବା ପାଇଁ ଲେମ୍ବୁର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଆପଣ ଦେଢ଼ ଚାମଚ ମଲାଇରେ ଗୋଟିଏ ଲେମ୍ବୁ ଚିପୁଡି କରି ତାକୁ ପ୍ରତିଦିନ ମୁଁହରେ ଲଗାନ୍ତୁ।ଏହାର ଦଶ ମିନିଟ ପରେ ନିଜ ଚେହେରା ଭଲ ଭାବେ ଧୋଇଦେବେ।ଏହାକୁ ଯଦି ଆପଣ ଏକ ସପ୍ତାହ ଲଗାତାର ବ୍ୟବହାର କରନ୍ତି ତ ଦେଖିବେ ଆପଣଙ୍କ ଚେହେରାରେ ବ୍ରଣ ସମସ୍ୟା ଜମା ରହିବ ନାହିଁ ଓ ମୁଁହରେ ଦାଗ ମଧ୍ୟ ରହିବ ନାହିଁ।

ଯଦି ଆପଣଙ୍କୁ ବହୁତ କବଜ ରହୁଛି ତ ଏହାର ସମାଧାନ ମଧ୍ୟ ଲେମ୍ବୁ।ଆପଣ ସବୁଦିନ ସକାଳୁ ପାଣିରେ ଏକ ଲେମ୍ବୁ ଓ ଅଳ୍ପ ଲୁଣ ମିଶାଇ ସବୁଦିନ ସେବନ କରନ୍ତୁ।ଆପଣଙ୍କର ପୁରୁଣା କବଜ ସମସ୍ୟା ପୁରା ଦୂର ହୋଇଯିବ।ଆପଣଙ୍କର ପାଚନ ବ୍ୟବସ୍ଥା ପୁରା ସୁସ୍ଥ ହୋଇଯିବ।ଯଦି ଆପଣଙ୍କର ପେଟ ସମସ୍ୟା ରହିଛି ତ ଆପଣ ଲେମ୍ବୁ,ଜୁଆଣି, ଜିରା ଆଦି ମିଶାଇ କରି ପେଶି ଦିଅନ୍ତୁ।ଏହାକୁ ଲେମ୍ବୁ ରସ ସହିତ ମିଶାଇ କରି ସେବନ କରିବା ଦ୍ୱାରା ଆପଣଙ୍କର ପୁରୁଣା ପେଟ ସମସ୍ୟା ଦୂର ହୋଇଯିବ।

ଆପଣଙ୍କୁ ଯଦି ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଛି ତ ଆପଣ ସେହି ଜାଗାରେ ଲେମ୍ବୁ ରସର ମାଲିସ କରନ୍ତୁ।ଏହା ସହିତ ପାଣିରେ ଲେମ୍ବୁ ମିଶାଇ କରି ପିଅନ୍ତୁ।ଏହାଦ୍ବାରା ଆପଣକୁ କଷ୍ଟରୁ ଆରାମ ମିଳିବ।ଯଦି ଆପଣଙ୍କର ଓଜନ ସମସ୍ୟା ରହିଛି ତ ଆପଣ ସବୁଦିନ ସକାଳୁ ଖାଳିପେଟରେ ପାଣି ସହିତ ଲେମ୍ବୁ ମିଶାଇ ପିଇବା ଦ୍ଵାରା ଆପଣଙ୍କର ଓଜନ ସମସ୍ୟା ଦୂର ହୋଇଯିବ।ଆପଣ ଚାହିଁଲେ ଏହା ସହିତ ମହୁ ମିଶାଇ କରି ମଧ୍ୟ ପିଇପାରିବେ।ଆପଣ ଏହାକୁ ଏକ ମାସ ପ୍ରୟୋଗ କରିବା ଦ୍ୱାରା ଫରକ ଜାଣିପାରିବେ

Leave a Reply

Your email address will not be published. Required fields are marked *