September 25, 2023

Odia Express

News For Public

ଉକୁଣୀ ମୁକ୍ତ ହେବେ ତାହା ବି ସମ୍ପୁର୍ଣ୍ଣ ଘରୋଇ ଉପଚାରରେ – ଯଦି ଆପଣଙ୍କ ପ୍ରିୟଜନଙ୍କ ମୁଣ୍ଡରେ ଉକୁଣୀ ଥାନ୍ତି ତେବେ ସଫା କରିବା ଉପାୟ ଜାଣିରଖନ୍ତୁ

1 min read

ସାଙ୍ଗମାନେ ଆପଣ ମାନେ ଜାଣିଥିବେକି ଉକୁଣୀ ଆଉ ନିଖ ଏମିତି ଜିନିଷ ଯାହା କୌଣସି ଆୟୁର ଲୋକଙ୍କୁ ହେଇପାରେ। ଆଉ ଏହାଥରେ ହେଲା ମାନେ ଖୁବଶୀଘ୍ର ମୁଣ୍ଡ ସାରା ମାଡ଼ି ଯାଇଥାଏ।କ୍ରମଶଃ ରୂପୀ ମଧ୍ୟ ବଢ଼ି ଯାଇଥାଏ ଯାହା ଫଳରେ ବହୁତ୍ ମାତ୍ରାରେ ମୁଣ୍ଡ ଚୁଟି ଝଡିଥାଏ।ଖାଲି ସେତିକି ନୁହଁ ଉକୁଣୀ ଥିବା ସମୟରେ ମୁଣ୍ଡ ପ୍ରବଳ କୁଣ୍ଡେଇ ମଧ୍ୟ ହୋଇଥାଏ।ଆଉ ଥରେ ଉକୁଣୀ ରହିବା ଆରମ୍ଭ କରିଦିଅନ୍ତି ମାନେ ବହୁତ୍ ଜଲଦି ନିଜ ବଂଶ ବିସ୍ତାର କରିଦିଅନ୍ତି ଓ ଛାଡିବାର ନାମ ନିଅନ୍ତି ନାହିଁ।ପ୍ରାୟତଃ ଛୋଟ ପିଲାଙ୍କୁ ଏହି ସମସ୍ୟାର ଅଧିକ ସମ୍ମୁଖୀନ ହେବାକୁ ପଡ଼ିଥାଏ।ଉକୁଣୀ ରହିଲେ ମଧ୍ଯ ବହୁତ୍ ଲୋକ ଜାଣିଲା ପରେ ଆପଣଙ୍କୁ ପାଖରେ ବସିବାକୁ ଶୋଇବାକୁ ଦିଅନ୍ତି ନାହିଁ।ଆଉ ଫିଲ୍ମରେ ତ ଆପଣ ଜାଣିଥିବେ କି ଚୁଟି ନଥିବା ଲୋକକୁ ସମାଜ କି ଭଳି ଭାବେ ବ୍ୟବହାର କରେ।

ସେଥିପାଇଁ ଆମେ ଆଜି ଏଠାରେ ଏପରି କିଛି ଉପଚାର ବିଷୟରେ ଜାଣିବା ଯାହାର ସାହାଯ୍ୟ ନେଇ ଆପଣ ବହୁତ୍ କମ୍ ଦିନରେ ଉକୁଣୀ ଓ ନିଖଠାରୁ ମୁକ୍ତି ପାଇବେ।ତା ସହିତ ଆପଣଙ୍କର ରୂପୀ ସମସ୍ୟା ଓ ଚୁଟି ଝଡା ସମସ୍ୟା ମଧ୍ୟ ଦୂର ହେଇଯିବ।ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ଵିତ ମଧ୍ୟ ହେବାକୁ ପଡିବ ନାହିଁ।ପୁରା ସମ୍ପୁର୍ଣ୍ଣ ରୂପେ ଘରୋଇ ସାମଗ୍ରୀକୁ ନେଇ ଆପଣଙ୍କର ଉପଚାର ହେଇଯିବ।


ଏଥି ପାଇଁ ଆପଣଙ୍କୁ ଆବଶ୍ୟକ ଗରମ ପାଣି, ରସୁଣର ୬-୭ ପାଖୁଡ଼ା, ଅଧା ଲେମ୍ବୁ ଓ ନଡ଼ିଆ ତେଲ। ରସୁଣରେ ଆଣ୍ଟି ଫଙ୍ଗାଲ୍ ଗୁଣ ରହିଥାଏ।ଯାହା ରୂପୀ ଗୁଡ଼ିକୁ ନଷ୍ଟ କରିଥାଏ ଓ ଧୀରେ ଧୀରେ ଉକୁଣୀ ମାନେ ମଧ୍ୟ ମରିବା ଆରମ୍ଭ ହେଇଯାଏ। ଲେମ୍ବୁ ଉକୁଣୀ ମାନଙ୍କ ଅଣ୍ଡା ଗୁଡିକୁ ନଷ୍ଟ କରିଥାଏ।ଆପଣ ରସୁଣର ପାଖୁଡ଼ା ଗୁଡ଼ିକୁ ବାଟି ତାହାର ପେଷ୍ଟ ବନେଇ ଦେବେ। ତାପରେ ସେ ପେଷ୍ଟରୁ ଅଳ୍ପ ନେଇ ସେଥିରେ ଅଧା ଲେମ୍ବୁଟି ଚିପୁଡ଼ି ଦେବେ।

ପ୍ରଥମେ ଆପଣ ଚୁଟିଗୁଡିକୁ ଭଲ ଭାବରେ ଧୋଇ ଦିଅନ୍ତୁ। କାରଣ ଧୂଳି ଓ ମଇଳା ଜିନିଷ ବହୁତ୍ ଆପଣଙ୍କ ମୁଣ୍ଡରେ ଲାଗି ରହିଥାଏ।ଆଉ ଯଦି ତେଲ ଲାଗିଥାଏ ତେବେ ସାମ୍ପୁ ମଧ୍ୟ କରିଦିଅନ୍ତୁ।ଏହା ପରେ ସେ ପେଷ୍ଟକୁ ନେଇ ଧୀରେ ଧୀରେ ସମ୍ପୁର୍ଣ୍ଣ ମୁଣ୍ଡରେ ଚୁଟି ମୂଳରେ ଲଗାନ୍ତୁ।କାରଣ ଉକୁଣୀ ମାନେ ଚୁଟି ମୂଳରେ ରହିଥାନ୍ତି। ସଂପୂର୍ଣ୍ଣ ମୁଣ୍ଡରେ ପେଷ୍ଟ ଲଗେଇ ଦବା ପରେ ଆପଣ ୨-୩ ଘଣ୍ଟା ଯାଏଁ ଅପେକ୍ଷା କରନ୍ତୁ।ତାପରେ ମୁଣ୍ଡଟିକୁ ଗରମ ପାଣିରେ ଧୋଇ ଦିଅନ୍ତୁ।ଏହାପରେ ବାଳରେ ନଡ଼ିଆ ତେଲ ଲଗେଇ ଦିଅନ୍ତୁ।

ଏହି ସବୁ କାମ ରାତିରେ ଶୋଇବା ପୂର୍ବରୁ କଲେ ଅଧିକ ଶୀଘ୍ର ଉପକାର ମିଳିଥାଏ। କାରଣ ରାତିରେ ଚୁଟି ଗୁଡିକ ପ୍ରଦୂଷଣରୁ ଦୂରରେ ଥାଏ। ଯଦି ଆପଣଙ୍କ ମୁଣ୍ଡରେ ଉକୁଣୀ ବହୁତ୍ ବଢ଼ି ଯାଇଥାଏ ତେବେ ଆପଣ ଏ କାମ ଗୁଡ଼ିକୁ ସପ୍ତାହକୁ ୩ ଥର କରନ୍ତୁ। ନଚେତ୍ ସପ୍ତାହକୁ ୨ ଥର କରିବା ବି ଯଥେଷ୍ଟ।ଏହି ଉପଚାରଟିକୁ ୨ ମାସ ଯାଏଁ କଲେ ଆପଣ ସମ୍ପୁର୍ଣ୍ଣ ଭାବରେ ଉକୁଣୀ ମୁକ୍ତ ହୋଇ ପାରିବେ।

Leave a Reply

Your email address will not be published. Required fields are marked *