March 2, 2024

Odia Express

News For Public

ପୁଦିନାର ଔଷଧୀୟ ଗୁଣ – ମୁଣ୍ଡ ବିନ୍ଧା ,ଥଣ୍ଡା କାଶ ,ଦାନ୍ତ ବିନ୍ଧା ପରି ଅନେକ ସମସ୍ୟା ର ଏହି ଗୋଟିଏ ପତ୍ର ସମାଧାନ – ଏବେ ବ୍ୟବହାର କରିବା ପଦ୍ଧତି ଜାଣିରଖନ୍ତୁ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଆୟୁର୍ବେଦ ବିଷୟରେ କିଛି ବିଶେଷ ତଥ୍ୟ ଜଣାଇବାକୁ ଯାଉଛୁ।ଏବଂ ଏହି ତଥ୍ୟ ସାଧାରଣରୁ ସାଧାରଣ ଲୋକ ବହୁତ ସହଜରେ କରିପାରିବେ।ଆୟୁର୍ବେଦ ଆମ ଦେଶର ଏକ ଅମୂଲ୍ୟ ସମ୍ପଦ ଅଟେ।ଏହାକୁ କେବେହେଲେ ସମାପ୍ତ କରିବାକୁ ଦେବା ଉଚିତ ନୁହେଁ।ଆଜିର ଆର୍ଟିକିଲରେ ଆମେ ଜାଣିବା ପୁଦିନା ବିଷୟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ଅନେକ ଲୋକଙ୍କୁ ଏହା ସମସ୍ୟା ଥାଏ ଗରମ ଦିନରେ ମୁଣ୍ଡବିନ୍ଧା ହୋଇଥାଏ ଏବଂ ସେମାନଙ୍କୁ ମୁଣ୍ଡ ବିନ୍ଧା ଦୂର କରିବାପାଇଁ କିଛି ସରଳ ଓ ସହଜ ବିଧିର ଆବଶ୍ୟକତା ଥାଏ।ପୁଦିନାରୁ ଭଲ କିଛି ସରଳ ଉପାୟ ଆପଣଙ୍କୁ ଏହି ଦୁନିଆରେ ମିଳିବ ନାହିଁ।ଏହା ବହୁତ ସହଜରେ ମୁଣ୍ଡ ବିନ୍ଧା ଭଲ କରିଦେଇଥାଏ। ଯଦି ଆପଣ ମୁଣ୍ଡ ବିନ୍ଧା ଦୂର କରିବାପାଇଁ ମାର୍କେଟରେ ମିଳୁଥିବା ଔଷଧ ଏବଂ ଟାବଲେଟ ଖାଆନ୍ତି ତେବେ କିଛି ସେକେଣ୍ଡ ପାଇଁ ମୁଣ୍ଡ ବିନ୍ଧା ଭଲ ହୋଇଥାଏ।କିନ୍ତୁ ଏହା ପରେ ଆପଣଙ୍କ ସମ୍ପୂର୍ଣ୍ଣ ସ୍ନାୟୁକୁ ଏହା କ୍ଷତି ପହଞ୍ଚାଇ ଥାଏ।ଏଥିପାଇଁ ଆପଣ ସବୁବେଳେ ଆୟୁର୍ବେଦକୁ ଆପଣାନ୍ତୁ।ଏହା ଆପଣଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ।

ପୁଦିନାର ଗଛ ପ୍ରାୟତଃ ସବୁ ଜାଗାରେ ମିଳିଯାଇଥାଏ।ଏହାର ସବୁଠାରୁ ଭଲ ଗୁଣ ହେଉଛି ଏହା ସର୍ବପ୍ରଥମେ ଆପଣଙ୍କ ଚୁଟିର ଝଡ଼ିବାକୁ ରୋକିଥାଏ।କାରଣ ପୁଦିନାରେ ଏହିପରି ଗୁଣ ମିଳିଥାଏ ଯାହା ଚୁଟିରେ ରୁପି ହେବା ଚୁଟି ଦୁର୍ବଳ ହେବା ଭଳି ଅନେକ ସମସ୍ୟାକୁ ଦୂର କରିଥାଏ।ଯଦି ଆପଣଙ୍କ ଚୁଟି ଝଡୁଥାଏ ଏବଂ ଚୁଟିରେ ଚନ୍ଦାହେବା ପଣ ଆସିଥାଏ ତେବେ ଆପଣ ଏହାର ଭଲ ଭାବରେ ରସ କାଢିଦିଅନ୍ତୁ।ଓ ସେଥିରେ ନିଜ ଚୁଟିକୁ ଧୁଅନ୍ତୁ।ଏହାର ପେଷ୍ଟ ତିଆରି କରି ମଧ୍ୟ ଚୁଟିକୁ ଧୋଇବା ଦ୍ୱାରା ଚୁଟି ଭଲଭାବରେ ବଢ଼ିଥାଏ ଏବଂ ଚୁଟି ଜନିତ ଅନେକ ସମସ୍ୟା ଦୂର ହୋଇଜାଇଥାଏ।

ଯଦି ଆପଣଙ୍କ କାନରେ ଅଚାନକ ଦରଜ ହେଉଥାଏ ତେବେ ପୁଦିନାର ପତ୍ରର ରସ କାଢିଦିଅନ୍ତୁ ଏବଂ ଏହାକୁ ଅଳ୍ପ ଗରମ କରି ଏକରୁ ଦୁଇ ବୁନ୍ଦା ଆପଣ କାନରେ ପକାନ୍ତୁ ଏବଂ ଏହାପରେ କାନର ଦରଜ ଦୂର ହୋଇଯିବ।ଯଦି ମୁହଁରେ ଛେଲା ହୋଇଯାଇଛି ଏବଂ ତାହାଦ୍ୱାରା ଅପଣଙ୍କୁ ଅସୁବିଧା ହେଉଛି ତେବେ ପୁଦିନାର ପତ୍ରର କାଢା ତିଆରି କରନ୍ତୁ ଏବଂ ତାହାର ଗଳଗଳ କରନ୍ତୁ।ଏହାଦ୍ୱାରା ମୁହଁରେ ହୋଇଥିବା ଛେଲା ଦୂର ହୋଇଜାଇଥାଏ।ଏହା ଦନ୍ତର ଦରଜ ମଧ୍ୟ ଭଲ କରିଥାଏ।ଏଥିପାଇଁ ଆପଣ ପୁଦିନାର ପତ୍ରକୁ ଖରାରେ ଶୁଖାଇ ଏହାର ତଦନ୍ତପାଉଡର ତିଆରି କରନ୍ତୁ ଏବଂ ସେହି ପାଉଡରରେ ଅଳ୍ପ ଗୋଲମରିଚ ଲଗାଇଦିଅନ୍ତୁ।ଯେଉଁ ଭାଗରେ ଆପଣଙ୍କ ଦାନ୍ତରେ ଦରଜ ହୁଏ ସେଥିରେ ଏହାକୁ ଦାନ୍ତ ମଞ୍ଜନ ଭଳି ଘସନ୍ତୁ ଏହାଦ୍ୱାରା ଦାନ୍ତର ଦରଜ ଭଲ ହୋଇଯିବ।

ତେବେ ଆସନ୍ତୁ ଜାଣିବା ମୁଣ୍ଡ ବିନ୍ଧା କିପରି ଭଲ କରିବେ।ପ୍ରଥମ ଉପାୟ ପାଇଁ ପୁଦିନାର ପତ୍ରର ୫ରୁ ୧୦ ରସ କାଢିଦିଅନ୍ତୁ।ଏବଂ ସେଥିରେ ଏକରୁ ଦୁଇ ଦାନା ଗୋଲମରିଚ ପକାନ୍ତୁ।ଏହାକୁ ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଭଲ ହୋଇଜାଇଥାଏ।ଦ୍ୱିତୀୟ ଉପାୟ ପାଇଁ ଏହାର ପତ୍ରକୁ ଭଲ ଭାବରେ ଘଷି ଶୁଙ୍ଘିବା ଦ୍ୱାରା ମଧ୍ୟ ମୁଣ୍ଡ ବିନ୍ଧା ଭଲ ହୋଇଜାଇଥାଏ।ଏହି ଉପାୟକୁ ଆପଣ ନିଶ୍ଚିତ ପ୍ରୟୋଗ କରି ଦେଖନ୍ତୁ।ଆପଣଙ୍କୁ ନିଶ୍ଚିତ ଉପକାର ମିଳିବ।

Leave a Reply

Your email address will not be published. Required fields are marked *