September 25, 2023

Odia Express

News For Public

ଏହି ଉପାୟ ଦ୍ୱାରା କେବଳ ୧୦ ମିନିଟ ମଧ୍ୟରେ ରୁପି ଦୂର ହୋଇଯିବ – ଜୀବନରେ ଆଉ ହେବ ନାହିଁ ଉକୁଣୀ କେବେ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ରୂପିକୁ ଦୂର କରିବାର ଏକ ସହଜ ଘରୋଇ ଏବଂ ଆୟୁର୍ବେଦିକ ଉପାୟ ଜଣାଇବାକୁ ଯାଉଅଛୁ।ଯାହା ସାହାଯ୍ୟରେ ଆପଣଙ୍କ ରୁପି ଅତି ସହଜରେ ଦୂର ହୋଇଯିବ।ଏହାର କୌଣସି ପ୍ରକାର କ୍ଷତି ନାହିଁ।ଏହା ଆପଣଙ୍କ ଚୁଟିକୁ କୌଣସି ପ୍ରକାର ଅସୁବିଧା କରିନଥାଏ।ଏହାକୁ ଆପଣ କେବଳ ଦଶ ମିନିଟ ନିଜ ଚୁଟିରେ ଲଗାନ୍ତୁ।ଏବଂ ଗୋଟିଏ ଥର ପ୍ରୟୋଗ କରିବା ମାତ୍ରେ ଆପଣ ଦେଖିବେ ଆପଣଙ୍କ ଚୁଟିରେ ଯେତେ ରୁପି ହୋଇଛି।ତାହା ସବୁ ଦୂର ହୋଇଯିବ।ଓ ଯଦି ଆପଣଙ୍କ ମୁଣ୍ଡରେ ଉଙ୍କୁଣୀ ହୋଇଥାଏ ତାହା ମଧ୍ୟ ଦୂର ହୋଇଯିବ।ଓ ଆପଣଙ୍କ ଚୁଟି ସଫା ହୋଇଯିବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଏହି ଉପାୟ ଦ୍ୱାରା ଆପଣଙ୍କ ଚୁଟିର ଜଡ଼ରୁ ସବୁ ପ୍ରକାର ମଇଳା ଦୂର ହୋଇଯିବ।ଏହା ପ୍ରାୟତଃ ଦେଖାଯାଇଛି ଯେବେ ଆମ ଚୁଟିରେ ରୁପି ହୋଇଥାଏ।ସେବେଠାରୁ ଆମ ଚୁଟି ଝଡ଼ିବା ମଧ୍ୟ ଆରମ୍ଭ କରିଦେଇ ଥାଏ।ଏଥିପାଇଁ ଆପଣଙ୍କ ଚୁଟିରୁ ରୂପିକୁ ଦୂର କରିବା ନିହାତି ଆବଶ୍ୟକ।ଏହା ଏକ ଅତି ସହଜ ଉପାୟ।ଏଠାରେ ଆପଣଙ୍କୁ ସବୁଠାରୁ ପ୍ରଥମ ଜିନିଷ ନେବାର ଅଛି ଫିଟିକିରି।ଫିଟିକିରିର ଅନେକ ପ୍ରକାର ଲାଭ ହୋଇଥାଏ।ଏହା ଆପଣଙ୍କୁ ଯେକୌଣସି ସଉଦା ଦୋକାନରେ ସହଜରେ ମିଳିଯାଇଥାଏ।

ଆପଣ ଫିଟିକିରି ଆଣିସାରିବା ପରେ ତାହାକୁ ହେମ ଦସ୍ତା ସାହାଯ୍ୟରେ ଅଳ୍ପ ମାତ୍ରରେ ପାଉଡର ଭଳି ଗୁଣ୍ଡ କରିଦିଅନ୍ତୁ।ଏହାକୁ ଆପଣ ଯେତେ ଭଲସେ ଗୁଣ୍ଡ କରିପାରିବେ ସେତେ ଭଲ ଭାବରେ ଗୁଣ୍ଡ କରନ୍ତୁ।ଗୁଣ୍ଡ କରିସାରିବା ପରେ ଆପଣ ନିଅନ୍ତୁ ଏକ ପାତ୍ରରେ ପାଣି।ସେହି ପାତ୍ରରେ ଅଧା ଚାମଚ ଫିଟିକିରି ପାଉଡର ପକାଇଦିଅନ୍ତୁ।ପକାଇ ସାରିବାସେହି ଦୁଇ ପଦାର୍ଥକୁ ଭଲ ଭାବାରେ ମିଶାଇ ଦିଅନ୍ତୁ।ଏହାପରେ ଆପଣଙ୍କୁ ତୃତୀୟ ଜିନିଷ ନେବାର ଅଛି ଯେକୌଣସି କମ୍ପାନୀର ସାମ୍ପୁ।ଯେଉଁ ସାମ୍ପୁ ଆପଣ ନିଜ ଚୁଟିରେ ଲଗାଉଛନ୍ତି ଆପଣ ସେହି କମ୍ପାନୀର ସାମ୍ପୁ ନିଅନ୍ତୁ।ଏଠାରେ ଆପଣ ଏହି ଉପାୟ ପାଇଁ ଏକ ଚାମଚ ସାମ୍ପୁ ନିଅନ୍ତୁ ଏବଂ ତାହାକୁ ସେହି ଫିଟିକିରି ଯୁକ୍ତ ପାଣିରେ ମିଶାଇ ଦିଅନ୍ତୁ।ଆପଣ ନିଜ ଚୁଟି ହିସାବରେ ସାମ୍ପୁ ଏଠାରେ ନେଇ ପାରିବେ।

ଏହାପରେ ନେଇଥିବା ପ୍ରତ୍ୟେକ ପଦାର୍ଥକୁ ଭଲ ଭାବରେ ମିଳାଇ ଦିଅନ୍ତୁ।ଭଲ ଭାବରେ ମିଳିବା ପରେ ସେଥିରୁ ଫେଣ ବାହାରିଥାଏ।ଆପଣ ସାମ୍ପୁ ଲଗାଇବା ସମୟରେ ଯେଉଁଭଳି ଭାବରେ ଫେଣ ଆସିଥାଏ ସେହି ଭଳି ଭାବରେ ଏଥିରେ ମଧ୍ୟ ଫେଣ ହେବା ଆରମ୍ଭ ହୋଇଯିବ।ଏହା ପରେ ଏହି ଦ୍ରବଣ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ।ଏହା ପ୍ରସ୍ତୁତ ହୋଇଯିବା ପରେ ଆପଣ ଏହାକୁ ନେଇ ନିଜ ଆଙ୍ଗୁଳି ସାହାଯ୍ୟରେ ଚୁଟିର ଜଡରେ ଭଲ ଭାବରେ ଲଗାନ୍ତୁ।ଭଲ ଭାବରେ ଲଗାଇବାପରେ ଚେଷ୍ଟା କରନ୍ତୁ ଏହା ଯେପରି ୧୦ ମିନିଟ ପର୍ଯ୍ୟନ୍ତ ଲାଗିରହିବ।ଏବଂ ମଝିରେ ମଝିରେ ନିଜ ଆଙ୍ଗୁଳି ସାହାଯ୍ୟରେ ଚୁଟି ଚାରିପଟେ ଭଲ ଭାବରେ ମିଶାନ୍ତୁ।ଏହା ଦ୍ୱାରା ଏହି ଦ୍ରବଣ ଆପଣଙ୍କ ଚୁଟିର ଭିତରକୁ ଯାଇଥାଏ ଏବଂ ଯେତେଭି ରୁପି କିମ୍ବା ଉଙ୍କୁଣୀ ଥାଏ ତାହା ବାହାର କରିଦେବ।ଯାହାଦ୍ୱାରା ଆପଣଙ୍କ ଚୁଟିର ଜଡ଼ ଭଲ ଭାବରେ ସଫା ହୋଇଯିବ।

Leave a Reply

Your email address will not be published. Required fields are marked *