September 25, 2023

Odia Express

News For Public

ଛୁଆବେଳେ ବହୁତ ସୁନ୍ଦର ଦେଖାଯାଉଥିଲେ ଐଶ୍ୱର୍ଯ୍ୟା ରାୟ, ଭାଇରାଲ୍ ହେଲା ବଚ୍ଚନ ବୋହୁଙ୍କ ଫଟୋ – ଦେଖନ୍ତୁ କେତେ ସୁନ୍ଦର ଥିଲେ

ଏବେ ଜୀବନ ଆଉଥରେ ସାମାନ୍ୟତର ହେବାକୁ ଲାଗିଛି, ଏବେ ଲୋକେ ଘରୁ ବାହାରକୁ ବାହାରୁଛନ୍ତି ଓ ନିଜ ନିଜ କାମକୁ ପୁଣି ପ୍ରତ୍ୟାଗମନ କଲେଣି ।ସାଧାରଣ ଲୋକଙ୍କ ପରି ବଲିଉଡ୍ ତାରକା ବି ଏବେ ଫିଲ୍ମ ଓ ୱେବ୍ ସିରିଜ୍ ସୁଟିଙ୍ଗ୍ ରେ ବ୍ୟସ୍ତ ଅଛନ୍ତି, ଏହି ମଧ୍ୟରେ ଐଶ୍ୱର୍ଯ୍ୟା ରାୟଙ୍କ କିଛି ଅଣଦେଖା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା,  ଯାହାକୁ ଦେଖି ତାଙ୍କ ଫ୍ୟାନ୍ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି, ଆସନ୍ତୁ ଜାଣିବା କଣ ଥିଲା ସେହି ଫଟୋଗୁଡିକରେ ଖାସ୍ । ଜଣାଯାଏ ଯେ ଐଶ୍ୱର୍ଯ୍ୟା ରାୟଙ୍କ ପରି ସମାନ ଦେଖାଯାଉଥିବା କିଛି ସୁନ୍ଦର ଫଟୋ ଗୁଡିକ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚିତ ହୋଇଛି, ଏହି ଫଟୋ ଗୁଡିକ ଦେଖିକରି ତାଙ୍କ ଫ୍ୟାନ୍ ମାନେ କମେଣ୍ଟ କରୁଛନ୍ତି, ଜଣେ ୟୁଜର୍ ଲେଖିଥିଲେ କି ବାଃ କେତେ ସୁନ୍ଦର ଆଉ ଜଣେ ଲେଖିଥିଲେ କି ଏହି ସବୁ କମାଲ୍ ବେବି ଫିଲଟରର ଅଟେ ।

୧୯୭୩ ମସିହାରେ ଜନ୍ମି ଐଶ୍ୱର୍ଯ୍ୟା ରାୟ ଛୁଆବେଳରୁ ମଡେଲିଙ୍ଗ୍ ସଉକ ରଖିଥିଲେ,  ସେ ନିଜ ସ୍କୁଲ୍ ସମୟରୁ ମଡେଲିଙ୍ଗ୍ ଆରମ୍ଭ କରିଦେଇଥିଲେ,  ସେ ନିଜ ପ୍ରଥମ ଆଡ୍ ଫିଲ୍ମ ନବମ ଶ୍ରେଣୀରୁ କରିଥିଲେ,  ଏଥିରେ ସେ ଏକ ପେନସିଲ୍ ବିଜ୍ଞାପନର କରିଥିଲେ । ଏହାପରେ ସେ ୧୯୯୧ ରେ ସୁପରମଡେଲ୍ କନଟେଷ୍ଟ ଜିତିଥିଲେ,  ଏହା ତାଙ୍କ କ୍ୟାରିୟରର ଏକ ଗୁରୁତ୍ୱପୁର୍ଣ୍ଣ ମୁହୁର୍ତ୍ତ ଥିଲା,  ଫୋର୍ଡ ଦ୍ୱାରା ଅର୍ଗାନାଇଜ୍ ଏହି କନଟେଷ୍ଟକୁ ଜିତିବାପରେ ସେ ବୋଗ୍ ମ୍ୟାଗାଜିନ୍ ର ଆମେରିକାନ୍ ଏଡିସନ୍ ରେ ଜାଗା ପାଇଥିଲେ,  ଏହାପରେ ସେ କେବେ ପଛକୁ ବୁଲି ଦେଖିନାହାନ୍ତି, ୧୯୯୩ ରେ ସେ ବଲିଉଡ୍ ସୁପରଷ୍ଟାର୍ ଅମିର୍ ଖାନ୍ ଙ୍କ ସହ ଏକ ଆଡ୍ ରେ ନଜର ଆସିଥିଲେ । ଏହାପରେ ୧୯୯୪ ରେ ଐଶ୍ୱର୍ଯ୍ୟ ରାୟ ମିସ୍ ୱାର୍ଲଡ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ,  ଓ ଦୁନିଆଁ ସାରା ଲୋକେ ତାଙ୍କୁ ଜାଣିଗଲେ,  ଏହାପରେ ସେ ଫିଲ୍ମରେ କାମ କରିବାର ଅଫର୍ ପାଇବାକୁ ଲାଗିଲେ ।

ଐଶ୍ୱର୍ଯ୍ୟା ରାୟ ୧୯୯୭ ରେ ରିଲିଜ୍ ହୋଇଥିବା ସାଉଥ୍ ଇଣ୍ତିଆନ୍ ଫିଲ୍ମ ଇରୁବର୍ ରୁ ନିଜ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ,  ମଣିରତ୍ନମ୍ ଙ୍କ ଦ୍ୱାରା ନିର୍ଦ୍ଧେଶିତ ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା, ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ଗୁରୁ ମଣିରତ୍ନମ୍ ଙ୍କୁ ହିଁ ମାନାଯାଏ । ୧୯୯୭ ରେ ସାଉଥ୍ ଫିଲ୍ମରେ ଡେବ୍ୟୁ କରିବାପରେ ସେ ବଲିଉଡ୍ ଫିଲ୍ମ ପ୍ୟାର୍ ହୋ ଗୟାରେ ଡେବ୍ୟୁ କଲେ,  ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଅପୋଜିଟ୍ ବବି ଦେଓଲ୍ ଥିଲେ,  ଫିଲ୍ମ ସେମିତି ବକ୍ସ ଅଫିସ୍ ରେ କିଛି ଖାସ୍ କମାଲ୍ କରିପାରିନଥିଲା ସେହି ସମୟରେ ।

ଐଶ୍ୱର୍ଯ୍ୟା ରାୟଙ୍କ ଅସଲି ପରିଚୟ ସଞ୍ଜୟ ଲିଲା ବନଶାଲିଙ୍କ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ୍ ରୁ ମିଳିଥିଲା, ଏହାପରେ ସେ ଦେବଦାସ୍, ଧୁମ୍ ୨, ଓମରଜାନ୍, ଗୁରୁ, ସରକାର୍ ରାଜ୍, ହମାରା ଦିଲ୍ ଆପକେ ପାସ୍ ହୈ, ମୋହାବତେଁ, ଆ ଅବ୍ ଲୋଟ୍ ଚଲେ, ଜୋଦ୍ଧା ଅକବର୍ ପରି ହିଟ୍ ଫିଲ୍ମରେ ବଢିଆ ଅଭିନୟ କରିଥିଲେ । କହିଦେବୁ କି ଗୁରୁ ଫିଲ୍ମର ସୁଟିଙ୍ଗ୍ ସମୟରେ ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରେମ ନିବେଦନ କରିଥିଲେ,  ଅଭିଷେକ ଏହି ପ୍ରପୋଜ୍ ଏକ ଖାସ୍ ତରିକାରେ କରିଥିଲେ ଯାହାକୁ ଐଶ୍ୱର୍ଯ୍ୟ ମନା କରିପାରିନଥିଲେ,  ଓ ଦୁହେଁ ତୁରନ୍ତ ବିବାହ ବି କରିନେଲେ ।

ଏହାପରେ ୨୦୦୭ ରେ ଐଶ୍ୱର୍ଯ୍ୟ ଓ ଅଭିଷେକ ବିବାହ କରିନେଲେ ଏବେ ତାଙ୍କ ଦୁହେଁଙ୍କର ଏକ ଝିଅ ଆରାଧ୍ୟା ଅଛି, ଯିଏ କି ଏବେ ବଲିଉଡ୍ ଇଣ୍ତଷ୍ଟ୍ରିରେ ଏକ ଲୋକପ୍ରିୟ ଷ୍ଟାର୍ କିଡସ୍ ଭାବେ ଜଣାଶୁଣା ।

Leave a Reply

Your email address will not be published. Required fields are marked *