June 20, 2024

Odia Express

Here, There and Everywhere

ଭୁଲରେ ବି ନ ରଖନ୍ତୁ ନିଜ ଛୁଆଙ୍କ ଏହି ନାଁ ନହେଲେ କରିଦେବେ ଆପଣ ତାଙ୍କର ଭବିଷ୍ୟତ ବର୍ବାଦ…

1 min read

କୁହାଯାଏ କି ନାଁ ରୁ ସବୁ ମଣିଷର ପରିଚୟ ହୋଇଥାଏ , ଓ ପୌରାଣିକ ନାଁ ରଖିବା ସବୁବେଳେ ହିନ୍ଦୁ ପରିବାରରେ ଲୋକପ୍ରିୟ ରହିଛି, କିନ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି ନାମ ହୋଇଥାଏ , ଯାହା ଆମେ ନିଜ ଛୁଆଙ୍କ ନାଁ ରଖିବା ଉଚିତ୍ ନୁହେଁ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପ୍ରାୟତଃ ଭଗବାନଙ୍କ ନାଁରେ ନିଜ ଛୁଆଙ୍କ ନାଁ ରଖିବା ଶୁଭ ହୋଇଥାଏ, କାରଣ ଏମିତି ନାଁ ରଖିଲେ ତାଙ୍କ ଛୁଆ ସୁଖୀ ରହିବ , ଭଗବାନଙ୍କ ଆଶିର୍ବାଦ ରହିବ , ବହୁତଥର ଆପଣ କର୍ଣ୍ଣ, ଅର୍ଜୁନ, କୃଷ୍ଣ, ସୁରଭି, ସୀତା, ରାଧା, ଅଭିମନ୍ୟୁ, ପରି ନାଁ ବହୁତ ଲୋକଙ୍କର ଶୁଣିଥିବେ , କିନ୍ତୁ ପୌରାଣିକ କଥାରୁ କିଛି ଏମିତି ପାତ୍ର ଅଛନ୍ତି ଯିଏ ବହୁତ ପ୍ରସିଦ୍ଧ ହୋଇଛନ୍ତି , କିନ୍ତୁ ମା ବାପା ନିଜ ଛୁଆଙ୍କ ନାଁ ରଖନ୍ତି ନାହିଁ , ଆସନ୍ତୁ ଜାଣିବା କିଛି ନାଁ ବିଷୟରେ ଯାହାକୁ ସବୁ ମା ବାପା ନିଜ ଛୁଆଙ୍କ ନାଁ ରଖିବାକୁ ଡରନ୍ତି , ଓ ତାର ପଛରେ କଣ କାରଣ ଅଛି ଆସନ୍ତୁ ଜାଣିବା ।

୧) ଦ୍ରୋପଦୀ- ଦ୍ରୋପଦୀ ଏମିତି ରାଜକୁମାରୀ ଥିଲେ ଓ ବହୁତ ସମ୍ମାନୀୟ ନାରୀ ରହିଥିଲେ , କାରଣ ଦ୍ରୋପଦୀଙ୍କୁ ପାଞ୍ଚ ପାଣ୍ତବଙ୍କୁ ବିବାହ କରିବାକୁ ପଡିଥିଲା ଏହି କାରଣରୁ କିଏ ବି ନିଜ ଝିଅର ନାଁ ଦ୍ରୋପଦୀ ରଖିବାକୁ ପସନ୍ଦ କରନ୍ତି ନାହିଁ ।

୨) ଅଶ୍ୱଥାମା- ମହାଭାରତରେ ଅଶ୍ୱଥାମାଙ୍କ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ , ସେ ଜଣେ ମହାନ୍ ଓ ବହାଦୁର୍ ଯୋଦ୍ଧା ଥିଲେ , କିନ୍ତୁ ଏହାପରେ ବି ସେ ଭୁଲ୍ କର୍ମ କରିଥିଲେ,  ଯାହାକୁ ନେଇ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଯୁଗଯୁଗ ଧରି ପୀଡା ସହିବାକୁ ଅଭିଷାପ ଦେଇଥିଲେ , ସେଥିପାଇଁ ଏହି ନାଁକୁ କେହି ଛୁଆଙ୍କ ନାଁରେ ରଖାଯାଏ ନାହିଁ ।

୩) ଗାନ୍ଧାରୀ- ମହାଭାରତରେ କୌରବଙ୍କ ମା ଗାନ୍ଧାରୀ ବହୁତ ଶକ୍ତିଶାଳୀ ମହିଳା ଥିଲେ,  କିନ୍ତୁ ଭୁଲ୍ କର୍ମର କାରଣରୁ ସେ ସବୁ କୌରବଙ୍କ ମୃତ୍ୟୁ ହୋଇଯାଇଥିଲା,  ଏଥିପାଇଁ ଗାନ୍ଧାରୀଙ୍କ ନାଁ ରଖିବା ଶୁଭ ବୋଲି ମାନାଯାଏ ନାହିଁ ।

୪) ବିଭିଷଣ- ବିଭିଷଣ ର ଶବ୍ଦିକ ଅର୍ଥ ସେ ମଣିଷ ଯିଏ କୋର୍ଧ ଆସେ ନାହିଁ ଓ ତାହା ସହ ବିଭିଷଣ ଶ୍ରୀରାମଙ୍କ ପରମ ଭକ୍ତ ଥିଲେ, କିନ୍ତୁ କିଏ ବି ବିଭିଷଣ ନାଁ ରଖନ୍ତି ନାହିଁ କାରଣ ବିଭିଷଣ କାରଣରୁ ଲଙ୍କା ନଷ୍ଟ ହୋଇପାରିଥିଲା , ଓ ବିଭିଷଣକୁ ଘର ଭେଦି କୁହାଯାଏ , ଏଥିପାଇଁ ନାମ ଚରଣରୁ ସେ ବିଲକୁଲ୍ ବାହାରେ ଅଟେ ।

୫) ମନ୍ଦୋଦରୀ- ମନ୍ଦୋଦରୀ ରାକ୍ଷସ ଜାତିର ହୋଇକରି ବହୁତ ବୁଦ୍ଧିମାନ ଓ ଦୟାଳୁ ଗୁଣି ମହିଳା ଥିଲେ,  କାରଣ ସେ ରାବଣର ସ୍ତ୍ରୀ ଥିଲେ ଏଥିପାଇଁ କିଏ ବି ମନ୍ଦୋଦରୀ ନାଁ ରଖନ୍ତି ନାହିଁ ।

୬) ସୁଗ୍ରୀବ- ସୁଗ୍ରୀବ ଏମିତି ଭଗବାନ ରାମଙ୍କ ପରମ ଭକ୍ତ ଥିଲେ ,କିନ୍ତୁ ନିଜ ଭାଇ ସହ ରାଜ୍ୟ ଲଢିକରି ହାସିଲ୍ କରିଥିଲେ ଭଗବାନ ରାମଙ୍କ ଠାରୁ ତାଙ୍କ ମୃତ୍ୟୁ କରାଯାଇଥିଲା,  ଏଥିପାଇଁ ତାଙ୍କ ନାମ କେହି ରଖନ୍ତି ନାହିଁ ।

୭) କୈକୟୀ- ମହାଭାରତରେ ପାତ୍ର, ଶ୍ରୀରାମ ଓ ସଉତୁଣୀ ମା କୈକୟୀଙ୍କ ନାଁ କେହି ରଖିବାକୁ ଚାହଁନ୍ତି ନାହିଁ କାରଣ ସେ ନିଜ ପରିବାର ସହ ଭେଦଭାବ କରିଥିଲେ ଓ ତାଙ୍କ କାରଣରୁ ପ୍ରଭୁ ଶ୍ରୀରାମଙ୍କୁ ୧୪ ବର୍ଷର ବନବାସ ଯିବାକୁ ପଡିଥିଲା ।

୮) ମନ୍ଥରା –ରାମାୟଣରେ କୈକୟୀଙ୍କ ଚାକରାଣୀ ମନ୍ଥରାଙ୍କ ନାଁ ବି ଅଶୁଭ ବୋଲି ଜଣାଯାଏ , ମନ୍ଥରାଙ୍କ କାରଣରୁ ଭଗବାନ ଶ୍ରୀ ରାମ ଲକ୍ଷ୍ମଣ ଓ ସୀତାଙ୍କ ସହ ୧୪ ବର୍ଷ ବନବାସ କାଟିଥିଲେ ।

୯) ଦୁର୍ଯୋଧନ- ଦୁର୍ଯୋଧନ ବଳବାନ ଓ ମହାଯୋଦ୍ଧା ଥିଲେ ନିଜ ଲୋଭକୁ ନେଇ ସେ ନିଜ ପରିବାରକୁ ନାଶ କରିଦେଲେ , ଏଥିପାଇଁ ତାଙ୍କ ନାଁ ରଖିବା ଅଶୁଭ ହୋଇଥାଏ ।

୧୦) ଶକୁନି- ଶକୁନି ଚତୁର ଉପଦେଶକର୍ତ୍ତା ଥିଲା କିନ୍ତୁ ମହାଭାରତ ଯୁଦ୍ଧ ହେବାର କାରଣ ବି ହୋଇଥିଲେ , ଶକୁନିଙ୍କ କାରଣରୁ କୁଳବଂଶ ନାଶ ହୋଇଥିଲା,  ଯାହାର କାରଣରୁ ଏହି ନାଁ ରଖିବା ଅଶୁଭ ବୋଲି ଜଣାଯାଏ ।

Leave a Reply

Your email address will not be published. Required fields are marked *