March 3, 2024

Odia Express

News For Public

ଅଧକପାଳ ମୁଣ୍ଡବିନ୍ଧାରୁ ସବୁଦିନ ପାଇଁ ମୁକ୍ତି – ଯଦି ଆପଣଙ୍କର ମଧ୍ୟ ହେଉଛି ମୁଣ୍ଡବିଧା ତେବେ ଏହା ଅଟେ ତାର ରାମବାଣ ଉପାୟ

1 min read

ଆପଣଙ୍କର ସକାଳୁ ଉଠିଲେ ମୁଣ୍ଡବିନ୍ଧା ଆରମ୍ଭ ହେଉଛି ଏବଂ ରାତିରେ ଶୋଇଲା ପର୍ଯ୍ୟନ୍ତ ମୁଣ୍ଡବିନ୍ଧା ଲାଗି ରହିଥାଏ।ଯଦି ଆପଣ କୁଆଡେ ବାହାରେ ବୁଲିବାକୁ ଯାଉଛନ୍ତି ତେବେ ଆପଣଙ୍କ ମୁଣ୍ଡବିନ୍ଧା ଆରମ୍ଭ ହେଉଛି।ଟିକେ କାମରେ ଅଧିକ ସମୟ ବ୍ୟସ୍ତ ରହି ଯାଉଛନ୍ତି ମୁଣ୍ଡବିନ୍ଧା ଆରମ୍ଭ ହେଉଛି।କିଛି ଲୋକମାନଙ୍କର ଏହି ମୁଣ୍ଡବିନ୍ଧା କେବଳ ଅଧା ମୁଣ୍ଡରେ ହେଇଥାଏ ସେଥିପାଇଁ ଏହାକୁ ଅଧକପାଳ ମୁଣ୍ଡବିନ୍ଧା ବୋଲି କୁହାଯାଏ।କିଛି ଲୋକଙ୍କର ଏହି ମୁଣ୍ଡବିନ୍ଧା କେବଳ ୧-୨ ଘଣ୍ଟା ଶୋଇଲେ ଭଲ ହେଇଯାଏ।ଆଉ କିଛି ଲୋକଙ୍କର ଏହା ପେଟସଫା ହେବାର ତୁରନ୍ତ ପରେ ଭଲ ହେଇ ଯାଇଥାଏ।ତେବେ ବନ୍ଧୁମାନେ ଏହା ଏକ ଅତି ସାଧାରଣ ରୋଗ ଅଟେ।କିଛି ଘରୋଇ ଉପଚାର ଏବଂ କିଛି ଯୋଗ କରିବା ଦ୍ୱାରା ଏହା ସମ୍ପୂର୍ଣ୍ଣ ରୂପେ ଭଲ ହେଇ ଯାଇଥାଏ।

ତେବେ ମନେ ରଖନ୍ତୁ ମୁଣ୍ଡବିନ୍ଧା ହେବା ମାତ୍ରେ ଆପଣ ପେନ୍ କିଲର ଗୁଡ଼ିକୁ ଜମାବି ଖାଆନୁ ନାହିଁ।ତେବେ ଏହିଗୁଡ଼ିକର ଅନେକ ଖରାପ ପରିଣାମ ଦେହକୁ ପଡିଥାଏ। ଯାହାଦ୍ଵାରା ଆପଣ ମୁଣ୍ଡବିନ୍ଧା ଭଳି ସାଧାରଣ ରୋଗକୁ ରୋକିବାକୁ ଯାଇ ଅନ୍ୟ କୌଣସି ଅଧିକ ଭୟଙ୍କର ରୋଗକୁ କିଣିବେ।

ଏବେ ଚାଲନ୍ତୁ ଜାଣିବା ସେ ସବୁ ଘରୋଇ ଉପଚାର ବିଷୟରେ। ମୁଣ୍ଡବିନ୍ଧା ହେବା ମାତ୍ରେ ଗୋଟେ ଗ୍ଲାସ୍ ପାଣିରେ ଅଧା ଲେମ୍ବୁଟିଏ ଚିପୁଡି ଅଳ୍ପ ଲୁଣ ପକାଇ ପିଇଦିଅନ୍ତୁ। ନଚେତ୍ ଯଦି ଆପଣ ଏହାକୁ ପିଇବାକୁ ପସନ୍ଦ କରୁନାହାନ୍ତି, ତେବେ ଆପଣ ଲୁଣ ବଦଳରେ ସେଥିରେ ଏକ ଚାମଚ୍ ମହୁ ମିଶାଇକି ପିଇପାରିବେ।କିନ୍ତୁ ଧ୍ୟାନ ରଖିବେ ଏଥିରେ ଚିନି ମିଶାଇ କଦାପି ପିଇବେ ନାହିଁ।ଯେଉଁମାନଙ୍କୁ ସକାଳୁ ଉଠିବା ସମୟରୁ ମୁଣ୍ଡବିନ୍ଧା ଆରମ୍ଭ ହେଉଛି ସେମାନେ ସକାଳୁ ଉଠୁ ଉଠୁ ଖାଲି ପେଟରେ ଏହାକୁ ପିଇବେ।

ଯଦି ଆପଣଙ୍କ ମୁଣ୍ଡ ବହୁତ୍ ଜୋରରେ ବିନ୍ଧା ହେଉଛି ଏବଂ ଆପଣଙ୍କୁ ନିହାତି ଭାବରେ ଅଳ୍ପ ସମୟରେ ଏହି କଷ୍ଟରୁ ମୁକ୍ତି ଦରକାର୍ ତେବେ ଆପଣ ଏକ ଚାମଚ୍ ଲବଙ୍ଗ ଗୁଣ୍ଡରେ ଅଧା ଚାମଚ୍ ଲୁଣ ମିଶାଇ ଖାଇବା ଦ୍ବାରା ଏହା ଦୂର ହେଇଥାଏ।ଏହାସହ ଅଧା ଗ୍ଲାସ ହାଲକା ଗରମ କ୍ଷୀର ପିଇଦେବା ଦ୍ଵାରା ମଧ୍ୟ ଆରାମ ମିଳିଥାଏ।ତେବେ ଲବଙ୍ଗ ତେଲ ମୁଣ୍ଡରେ ମାଲିସ୍ କରିଦେଲେ ମଧ୍ୟ ମୁଣ୍ଡବିନ୍ଧାରୁ ତୁରନ୍ତ ଆରାମ ମିଳିଥାଏ।

ଯଦି ଆପଣଙ୍କର ସକାଳୁ ନିଦ ଛାଡ଼ୁ ଛାଡ଼ୁ ହିଁ ମୁଣ୍ଡବିନ୍ଧା ହେଉଛି, ସେମାନେ ସକାଳୁ ଖାଲି ପେଟରେ ୨-୩ ଖଣ୍ଡ ରସୁଣ କଳି ଖାଇ ପାରିବେ।ରସୁଣ ଏକ ପ୍ରାକୃତିକ ପେନ୍ କିଲର ଅଟେ।ତେବେ ମାଇଗ୍ରେନ୍ ବା ଅଧକପାଳ ଥିବା ଲୋକମାନଙ୍କର ବି ସକାଳୁ ଖାଲି ପେଟରେ ରସୁଣ ଖାଇବା ଦ୍ବାରା ଏହା ରୋଗଟିକୁ ଧୀରେ ଧୀରେ ଭଲ କରିଥାଏ।କେବଳ ଏହା ନୁହଁ ୨ ରସୁଣକୁ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରି ଏହାକୁ କପାଳରେ ପ୍ରଲେପ ଦେଲେ ଅଧକପାଳରୁ ମୁକ୍ତି ମିଳିଥାଏ।

ଯଦି ଆପଣଙ୍କର ନିଦ ପୂରଣ ନ ହୋଇ ମୁଣ୍ଡବିନ୍ଧା ହେଉଛି ତେବେ ଆପଣ ଲବଙ୍ଗ, ଅଦା, ଅଳେଇଚ ଏ ସବୁ ପକାଇ ଏକ କଡ଼ା ଚା ତିଆରି କରି ପିଅନ୍ତୁ।ଏହାଦ୍ବାରା ଆପଣଙ୍କ ମୁଣ୍ଡବିନ୍ଧା ତୁରନ୍ତ ଭଲ ହେଇଯିବ।କିନ୍ତୁ ମନେ ରଖନ୍ତୁ ସବୁବେଳେ ଏହା କରି ନିଜ ଶୋଇବା ସମୟକୁ କମାଇ ଦିଅନ୍ତୁ ନାହିଁ।ତେବେ ଏହି ସବୁ ଉପଚାରଗୁଡ଼ିକୁ ବ୍ୟବହାର କରି ଦେଖନ୍ତୁ ବହୁତ୍ ଅଳ୍ପ ଦିନରେ ଆପଣଙ୍କର ମୁଣ୍ଡବିନ୍ଧା ସମ୍ପୂର୍ଣ୍ଣ ରୂପେ ଭଲ ହେଇଯିବ।

Leave a Reply

Your email address will not be published. Required fields are marked *