February 22, 2024

Odia Express

News For Public

ଆଜି ଠାରୁ ଗୁରୁ ହେଉଛି ପୁର୍ଣ୍ଣ ଉଦୟ- ଏହି ୭ ଟି ରାଶିର ଖୋଲିବାକୁ ଯାଉଛି ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି..

1 min read

ବ୍ୟକ୍ତିର ଜୀବନରେ କେଉଁଠି ନା କେଉଁଠି ତାଙ୍କର ହେବାକୁ ଥିବା ଘଟଣାର ସଂବନ୍ଧ ଗ୍ରହର ଚାଲିଚଳଣର କାରଣ ହୋଇଥାଏ , ସବୁ ବ୍ୟକ୍ତି ନିଜ ଭବିଷ୍ୟ ବିଷୟରେ କିମ୍ବା ଭବିଷ୍ୟରେ ହେଉଥିବା ଘଟଣା ଓ ସମସ୍ୟା ବିଷୟରେ ଜାଣିବାକୁ ଜ୍ୟୋତିଷ୍ୟ ଶାସ୍ତ୍ରର ସାହାରା ନେଇଥାଏ , ସେମିତି ଆପଣଙ୍କୁ କହିଦେବୁ କି ଆଯି ଆମେ ଆପଣଙ୍କୁ ବୃହସ୍ପତି ଗ୍ରହରେ ଆସୁଥିବା ଗୋଚର ବିଷୟରେ କହିବୁ ଓ ତାହା ସହ ଏହା ବି କହିବୁ କି କେଉଁ କେଉଁ ରାଶି ଉପରେ ଏହାର ପ୍ରଭାବ ପଡିବ , କହିଦେବୁ କି ଆଜି ଠାରୁ ଗୁରୁ ଗ୍ରହର ସ୍ଥାନାନ୍ତରଣ ହେବ ଯାହା କନ୍ୟା ରାଶିରୁ ବାହାରିକରି ତୁଳା ରାଶିରେ ପ୍ରବେଶ କରିବ , ଓ ପ୍ରାୟ ୧୧ ମାସ ପର୍ଯ୍ୟନ୍ତ ରହିବ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ସବୁଠାରୁ ମଜବୁତ୍ ଓ ବିଶାଳ ଗ୍ରହ ଦେବଗୁରୁ ବୃହସ୍ପତିଙ୍କୁ ମାନାଯାଏ , ଏହାର ପ୍ରଭାବ ଯଦି କୁଣ୍ତଳୀରେ ଭଲ ଅଛି ତ ଅଧିକା ଲାଭ ମିଳିବ,  କିନ୍ତୁ ଯେପରି ଏହାର ପ୍ରଭାବ ଦୁର୍ବଳ ହୋଇଯାଏ ,ତେବେ ଜୀବନରେ ନାନା ପ୍ରକାର ଖୁସି ଆସିବା କମ୍ ହୋଇଯାଏ , ତେବେ ଆପଣଙ୍କୁ କହିଦେବୁ କି ଏହି ଥର ଗୁରୁ ଗ୍ରହ ତୁଳା ରାଶିରେ ପ୍ରବେଶ କରୁଛି, ତୁଳା ରାଶିର ସ୍ୱାମୀ ଗ୍ରହ ଶୁକ୍ର ଅଟନ୍ତି, ଯାହାକି ଗୁରୁ ଗ୍ରହର ପ୍ରଧାନ ଶତ୍ରୁ ଅଟନ୍ତି ସେ । ସେମିତି ଏହା ସହ ଗୁରୁ କର୍କଟ୍ ରାଶି ରେ ଉଚ୍ଚ ଏବଂ ମକର ରାଶିର ତଳ ପ୍ରଭାବ ବାଲା ଅଟନ୍ତି । ତେବେ ଆପଣଙ୍କୁ କହିଦେବୁ କି ଏଥିରେ ଅଧିକା ଲାଭ କର୍କଟ ରାଶିକୁ ହେବ , କାରଣ ଏହି ରାଶିର ସ୍ୱାମୀ ଗ୍ରହ୍ ଚନ୍ଦ୍ର, ଗୁରୁଙ୍କ ମିତ୍ର ଅଟନ୍ତି ।

ମେଷ ରାଶି- ଏହି ରାଶିର ଜାତକରେ ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି ଯିଏକି ଗୁରୁଙ୍କ ମିତ୍ର୍ ଅଟନ୍ତି , ଅର୍ଥାତ୍ ଏହି ରାଶିର ଜାତକରେ ଅଧିକା କ୍ଷତି ହେବ ନାହିଁ , କହିଦେବୁ କି ଏହି ରାଶିରେ ଗୁରୁ ସପ୍ତମ ଭାବରେ ଗୋଚର କରିବେ ଯାହାର ସିଧା ପରିଣାମ ବିଜନେସ୍ କରୁଥିବା ଲୋକଙ୍କ ଉପରେ ଦେଖାଯିବ , ତାଙ୍କୁ ବିଜନେସ୍ ରେ ଲାଭ ହେବ , ଶିକ୍ଷା,ଯାତ୍ରା, ପ୍ରମୋସନ୍ ଆଦି କ୍ଷେତ୍ରରେ ସଫଳତା ମିଳିବ ।

ବୃଷ ରାଶି- ଏହି ରାଶିର ଜାତକରେ ସ୍ୱାମୀ ଗ୍ରହ ଶୁକ୍ର ଅଟନ୍ତି, ଯାହାକି ଗୁରୁଙ୍କ ଶତ୍ରୁ ଗ୍ରହ ଅଟନ୍ତି, ସେମିତି ଗୁରୁଙ୍କ ଏହି ଗୋଚରରୁ ତାଙ୍କୁ ଅଧିକା ସାବଧାନ ରହିବାକୁ ହେବ , କାରଣ ଗୁରୁ ରାଶି ଷଷ୍ଠ ଭାବରେ ଗୋଚର କରିବେ ଯାହାର କାରଣରୁ ଆପଣଙ୍କ ଆତ୍ମବିଶ୍ୱାସ ବଢିବ , ଆପଣଙ୍କ କ୍ୟାରିୟରରେ ଭଲ ପରଫାମନ୍ସ କରିବେ, କିନ୍ତୁ ହୋଇପାରେ କି ଏହି ଗୋଚର୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଆଘାତ ଦେବ,  ଏଥିପାଇଁ ସାବଧାନ ରୁହନ୍ତୁ ।

ମିଥୁନ ରାଶି- ଗୁରୁ ଆପଣଙ୍କ ରାଶିର ପଞ୍ଚମ ଭାବରେ ଗୋଚର କରିବେ , ମିଥୁନ ରାଶିର ସ୍ୱାମୀ ଗ୍ରହ ବୁଧ ଅଟନ୍ତି ଯାହାକି ଗୁରୁଙ୍କ ଶତ୍ରୁତା ହେବା ଏହି ରାଶିର ଲୋକଙ୍କ ପାଇଁ ଭାରି ପଡିବ , କିନ୍ତୁ ଯେଉଁ ଲୋକ ରାଶିରେ ଗୁରୁଙ୍କ ସ୍ଥିତି ମଜବୁତ୍ ରହିବ ତାଙ୍କୁ ଏହି ଗୋଚରରୁ ବହୁତ ଲାଭ ମିଳିବାର ଅଛି, କ୍ୟାରିୟର,ରୁ ନେଇକରି ରୋମାନ୍ସ ଓ ବୈବାହିକ ଜୀବନରେ ସବୁ ପ୍ରକାରର ଆନନ୍ଦ ନେଇପାରିବେ ।

କର୍କଟ ରାଶି- ଏହି ରାଶିର ଜାତକ ପାଇଁ ଗୋଚର ଫାଇଦାଦାୟକ ରହିବ , ଏହି ସମୟରେ ଯେଉଁ ଜାତକର କୁଣ୍ତଳୀରେ ଗୁରୁ ମଜବୁତ୍ ରହିବେ ତାଙ୍କୁ ବହୁତ ଲାଭ ମିଳିବ , ଏହି ଗୋଚର ଆପଣଙ୍କ ଆତ୍ମବିଶ୍ୱାସ ବଢାଇବ , ପରିବାରରେ ଖୁସି ନେଇକରି ଆସିବ ଓ ସବୁ ଇଚ୍ଛା ପୁରା କରିବ ।

ସିଂହ ରାଶି- ଏହି ରାଶିର ସ୍ୱାମୀ ଗ୍ରହ ସୁର୍ଯ୍ୟ ଅଟନ୍ତି,  ଏହି ଗୋଚରରୁ ଆପଣଙ୍କୁ ସଫଳତା ମିଳିବ , ସଂମ୍ବବ ଅଛି କି ଅଫିସ୍ କିମ୍ବା ବିଜନେସ୍ ରୁ ଆପଣଙ୍କୁ ବଡ ସଫଳତା ହାତରେ ଲାଗିଯିବ , ଆପଣଙ୍କ ବଢୁଥିବା ଆତ୍ମବିଶ୍ୱାସ ଜୀବନରେ ପରିବର୍ତ୍ତନ ଆଣିବ ।

କନ୍ୟା ରାଶି- କନ୍ୟା ରାଶି ଦ୍ୱିତୀୟ ଭାଅରେ ଗୁରୁ ଗ୍ରହର ଗୋଚର ହେବ , ଫଳସ୍ୱରୁପ ଏହି ଗୋଚର ଲାଭଦାୟକ ହେବ , ଆର୍ଥିକ ମାମଲାରେ ଆପଣଙ୍କୁ ସଫଳତା ମିଳିବ , ସେମିତି କିଛି ପୁରୁଣା ଫସି ରହିଥିବା ଧନ ଫେରିପାରିବେ ।

ତୁଳା ରାଶି- ଏହି ରାଶିର ଲଗ୍ନ ଭାବରେ ଦେବଗୁରୁ ବୃହସ୍ପ୍ତିଙ୍କ ଆସିବା ପ୍ରଭାବଶାଳୀ ରହିବ , ମାନେ ଏହି ରାଶିର ଜାତକର ଏହି ଗୋଚର  ସମୟରେ ଅଧିକା ସାବଧାନ ରହିବାର ଆବଶ୍ୟକତା ଅଛି କାରଣ ତୁଳା ରାଶିର ସ୍ୱାମୀ ଗ୍ରହ ଶୁକ୍ର ଅଟନ୍ତି ଯିଏକି ଗୁରୁଙ୍କ ପ୍ରବଳ ଶତ୍ରୁ ଅଟନ୍ତି , ଓ ଶୁକ୍ର ସବୁବେଳେ ଗୁରୁଙ୍କ ଉପରେ ଅଧିକା ହାବି ରୁହନ୍ତି , ଯାହାର କାରଣରୁ ସଂମ୍ଭବ ଅଛି କି ଗୋଚର ସମୟର୍ ଶୁଭ ଘଟଣା ଅଶୁଭରେ ପରିବର୍ତ୍ତିତ ହୋଇପାରେ,  ଦ୍ୱିତୀୟ କଥା ହେଲା ଯଦି ତୁଳା ରାଶି କେଉଁ ଜାତକର ଦଶା କିମ୍ବା ଅନ୍ତ ଦଶା ଚାଳୁଛି ତେବେ ସାବଧାନ ରହିବ ।

ବିଛାରାଶି- ଏହି ରାଶିର ଜାତକ ପାଇଁ ଗୋଚର ଲାଭଦାୟକ ହେବ , ଏହି ସମୟରେ ବିଛା ରାଶିର ଜାତକ ସେହି ଗତିବିଧିଗୁଡିକ ଆନନ୍ଦ ଦେଇପାରେ ଯାହା ଭିତରୁ ଗଭୀର ଛାପ ଛାଡିଛି, ମାନେ କହିପାରିବା କି ଏହି ସମୟରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ ।

ଧନୁ ରାଶି- ଏହି ରାଶିର ଜାତକରେ ଗୋଚର୍ ଲାଭ ଦେବ , ହୋଇପାରେ କି ନୁଆ ସଂମ୍ପର୍କ ଯୋଡି ହେବ , ତାହା ସହ ପୁରୁଣା ବନ୍ଧୁଙ୍କ ପୁରା ସହଯୋଗ ମିଳିବ , ଆପଣ ଏହି ସମୟରେ ନିଜ କ୍ୟାରିୟରରେ ଭଲ ଗ୍ରୋଥ୍ କରିବେ , ସଂମ୍ଭବ ଅଛି କି ଆପଣ କେଉଁ ନୁଆ ପ୍ରୋଜେକ୍ଟ ପାଇବାର ଭାଗ୍ୟଶାଳୀ ହୋଇପାରନ୍ତି ।

ମକର ରାଶି- ଏହି ରାଶିର ଜାତକରେ ଗୁରୁଙ୍କ ଗୋଚରରୁ ୨ କାରଣରୁ ସାବଧାନ ରହିବାକୁ ହେବ , ପ୍ରଥମେ ଏହା କି ଏହି ରାଶିର ସ୍ୱାମୀ ଗ୍ରହ ଶନି ଅଟନ୍ତି , ଯିଏକି ଗୁରୁଙ୍କ ସମ ଗ୍ରହ ଅଟନ୍ତି , ତେବେ ସଂମ୍ଭବ ଅଛି କି କ୍ଷତି ହେଲେ ତ କମ୍ କରିବାକୁ ହେବ , ନହେଲେ ଅସୁବିଧା ହୋଇଯିବ , ସେମିତି ଦ୍ୱିତୀୟ ହେଲା ଗୁରୁ ଗ୍ରହ ମକର ରାଶିର ତଳ ସ୍ଥାନରେ ରହିଥାନ୍ତି , ଯାହାକି କ୍ଷତିକାରକ ହୋଇପାରେ ।

କୁମ୍ଭ ରାଶି- ଏହି ରାଶି ପାଇଁ ଗୁରୁଙ୍କ ଗୋଚର ପ୍ରଭାବ ମିଳାମିଶା ରହିବ , ନବମ ଭାବରେ ଗୁରୁଙ୍କ ଆସିବା ଯାତ୍ରା, ପଢାପଢି,ବିଦେଶଗମନ ନୁଆ ଅବସର ମିଳିପାରିବ , ଯଦି କିଏ ନୁଆ ବିଜନେସ୍ କରିବ ତେବେ ଭଲ ସମୟ ଅଛି, ଯେଉଁ ଜାତକର କୁଣ୍ତଳୀରେ ଗୁରୁ ଓ ଶନି ଦୁହେଁଙ୍କ ସ୍ଥାନ ମଜବୁତ୍ ରହିବ ସେହି ଗୋଚରରେ ଭଲ ଲାଭ ପ୍ରାପ୍ତି ହେବ ।

ମୀନ ରାଶି- ମୀନ ରାଶିର ସ୍ୱାମୀ ଗ୍ରହ ଗୁରୁ ହିଁ ଅଟନ୍ତି , ତେବେ ସଂମ୍ଭବ ଅଛି କି ଜୀବନରେ ଅଧିକା ପରିବର୍ତ୍ତନ ନ ଆସୁ, କିନ୍ତୁ ସବୁବେଳେ ସାବଧାନ ରୁହନ୍ତୁ, ଗୋଚର ଆପଣଙ୍କ ରାଶିର ଅଷ୍ଟମ ଭାବରେ ରହୁଛି, ଯାହାର କାରଣରୁ ଫାଈନାନ୍ସ, ଲୋନ୍ , ଟ୍ୟାକ୍ସ, ସେସ୍କୁଆଲିଟି, ଇଣ୍ଟିମେନ୍ସି, ଆଦି ମାମଲାରେ ଲାଭ ମିଳିବ, ଗୋଚର ଅଧିକା ଲାଭ ପାଇବା ପାଇଁ ଗୁରୁ ଗ୍ରହକୁ ମଜବୁତ୍ କରିବାର ଉପାୟ କରିପାରିବେ ।

Leave a Reply

Your email address will not be published. Required fields are marked *