September 25, 2023

Odia Express

News For Public

ପେଟରେ ହେଉଥିବା ଭୟଙ୍କର ଗ୍ୟାସକୁ କରନ୍ତୁ ଦୂର – ଛୋଟରୁ ବଡ଼ଙ୍କୁ ହେବ ଫାଇଦା..

ଯଦି ପେଟରେ ଖାଦ୍ୟ ହଜମ ନ ହୁଏ, ପେଟରେ ଗ୍ୟାସ ସୃଷ୍ଟି ହୁଏ। ବେଳେବେଳେ ପେଟ ଭାରି ମଧ୍ୟ ଲାଗିଥାଏ।ପେଟ ଭିତରକୁ ଠିକସେ ପବନ ଯାଇନଥାଏ।ବସି ବସି ରହିଲେ ପିଠିରେ ମେରୁଦଣ୍ଡରେ ଯନ୍ତ୍ରଣା ଆରମ୍ଭ ହୁଏ।ବେଳେ ବେଳେ ଖାଦ୍ୟ ପେଟରେ ସଢ଼ି ଯାଏ।ଯେତେବି କମ ଖାଇଲେ ଖାଦ୍ୟ ବଦହଜମି ହୋଇଥାଏ।ଯଦି ହଜମ ହୋଇଯାଏ ତେବେ ପେଟ ଲୁଜ ଲାଗେ।ବେଳେବେଳେ ସନ୍ଧ୍ୟା ସମୟରେ ପେଟ ଫମ୍ପେଇ ଥାଏ।ଏହିପରି ସମୟରେ କେଉଁ ଔଷଧ ନେବା ଯାହା ଦ୍ବାରା ଖାଦ୍ୟ ଭଲସେ ହଜମ ହେବ, ପେଟ ଭାରୀ ଭାରୀ ଲାଗିବ ନାହିଁ, ଗ୍ୟାସ ଅସୁବିଧା ହେବ ନାହିଁ।

ଆଜିକାଲି ଏହି ଗ୍ୟାସ ରୋଗ ବହୁତ ବ୍ୟାପି ଗଲାଣି।ଛୋଟ ପିଲା ଠାରୁ ନେଇ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହେଉଛି। ଏହା କେତବେଳେ ଓ କୌଣସି କାରଣରୁ ମଧ୍ୟ ହୋଇପାରେ। ଏହି ଗ୍ୟାସ ସକାଶେ ଅନ୍ୟ କେତେକ ଅସୁବିଧା ମଧ୍ୟ ସମ୍ମୁଖିନ କରିବାକୁ ପଡୁଛି।ଯେମିତିକି ପେଟ ପଡିବା, ବାନ୍ତି ହେବା, ମୁଣ୍ଡ ବିନ୍ଧିବା, ଆଦି କଷ୍ଟ ହୋଇଥାଏ।ଏହା ସାଧାରଣତଃ ଖାଇବା ପିଇବାର ସମୟ ବ୍ୟବଧାନ ଠିକ ନ ରହିଲେ, ଏବଂ ତେଲ ଛଣା ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଦ୍ଵାରା, ତେଲ ଦିନିଷ ଖାଇ ସଂଗେ ସଂଗେ ପାଣି ପିଇଲେ, ଆଦି ଯୋଗୁଁ ଗ୍ୟାସ ଅସୁବିଧା ଦେଖା ଦେଇଥାଏ।

ଅନେକ ଲୋକ ଏହି ଗ୍ୟାସ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଏଲୋପତିକ ଔଷଧ ଖାଲିପେଟରେ ଖାଇ ଦିଅନ୍ତି ଏବଂ ଯାହାଦ୍ୱାରା ଗ୍ୟାସ ଭଲ ହେବ ସହିତ ଅନେକ ଅଲଗା ଅସୁବିଧା ଦେଖା ଦେଇଥାଏ ଯଥା ବାନ୍ତି ହେବା, ଛାତି ଟିକେଟିକେ ପୋଡିବା ଆଦି।ହେଲେ ଏହି ଔଷଧ ଦ୍ୱାରା ଗ୍ୟାସ ଅସୁବିଧା ସମ୍ପୂର୍ଣ୍ଣ ଭାବେ ଭଲ ହୋଇନଥାଏ। ଔଷଧ ଖାଇବା ଛାଡିଦେଲେ ଫୁଣି ଆରମ୍ଭ ହୋଇଥାଏ।

ଏହି ଗ୍ୟାସରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବାକୁ ହେଲେ ଆସନ୍ତୁ ଆପଣେଇବା କିଛି ଘରୋଇ ଉପଚାର।ଏଥିପାଇଁ ଆବଶ୍ୟକ ଉପକରଣ ହେଉଛି କିଛି ଜିରା ଏବଂ ଗୁଡ଼।ତେବେ ଏହାକୁ କିପରି ବ୍ୟବହାର ଏବଂ କେତେବେଳେ ବ୍ୟବହାର କରିବେ ଆସନ୍ତୁ ଜାଣିବା।

ପ୍ରଥମେ ଗୋଟିଏ ଚାମଚ ଜିରା ନେବା, ଯଦି ଶୁଖିଲା ଗୁଡ଼ ଥାଏ ତେବେ ଏହାକୁ ଚୁନା କରିଦେବେ ନଚେତ ପାଣି ଗୁଡ଼ ଆହୁରି ଭଲ।ପ୍ରସ୍ତୁତ କରିବା ଲାଗି ପ୍ରଥମେ ଗୋଟେ ଚାମଚ ଗୁଡ଼ ସହିତ ଗୋଟିଏ ଚାମଚ ଜିରା ପକାଇ ଏହାକୁ ଭଲ ଭାବରେ ମିଶାଇ ଦେବା।ତାପରେ ଏହାକୁ ଗୁଲି ଭଳି କରିବା, ଏଥିରେ ଚାରୋଟି ଗୁଲି କରିବା ଯେଉଁଥିରୁ ସକାଳେ ଦୁଇଟି ଏବଂ ସନ୍ଧ୍ୟା ବେଳେ ଦୁଇଟି ଖାଇବା ପୂର୍ବରୁ ଖାଲି ପେଟରେ ଖାଇବେ।ଏହାକୁ ବ୍ୟବହାର କରିବେ ଗୋଟିଏ ସପ୍ତାହ, ହେଲେ ଏହାକୁ ବ୍ୟବହାର କରିବା ସମୟରେ କୌଣସି ଫାଷ୍ଟ ଫୁଡ଼ ଖାଦ୍ୟ ଖାଇବେ ନାହିଁ।ଖାଇବା ସଂଗେ ସଂଗେ ଗୋଟିଏ ଢ଼ୋକ ପାଣିରୁ ଅଧିକ ପିଇବେ ନାହିଁ କାରଣ ଖାଇବା ପରେ ପାଣି ପିଇଲେ ଖାଦ୍ୟ ହଜମ ହେବା ପରିବର୍ତ୍ତେ ସଢ଼ି ଯାଇଥାଏ।ଏହି ଗୁଲୀକୁ ଖାଇବା ଦ୍ଵାରା ଗ୍ୟାସ,ବଦହଜମି, ପେଟ ପୋଡିବା ଆଦି ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ।ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନେବେ।

Leave a Reply

Your email address will not be published. Required fields are marked *