March 3, 2024

Odia Express

News For Public

କୁମ୍ଭ ରାଶିର ସ୍ବାମୀ ହେଉଛନ୍ତି ଶନି,କେମିତି ରହିବ ତାଙ୍କର କୃପାଦୃଷ୍ଟି – ଏବେ ଜାଣିଲେ ଜୀବନର ଆଗାମୀ ଦିନ ଗୁଡିକ ଖୁସି ରେ ଭରିଯିବ ଆପଣଙ୍କର..

କୁମ୍ଭ ରାଶିର ଲୋକଙ୍କର ଲଗ୍ନରେ ଗୁରୁ ଓ ଚନ୍ଦ୍ରମା ରହିବେ, ଦିତୀୟ ଓ ତୃତୀୟ ଭାଗ ଖାଲି ଅଛି,ଚତୁର୍ଥ ଭାଗରେ ରାହୁ ଓ ଚନ୍ଦ୍ରମାର ଗ୍ରହଣ ଯୋଗ ରହିଛି,ପଞ୍ଚମ ଭାଗରେ ବୁଦ୍ଧ,ଶୁକ୍ର ଓ ମଙ୍ଗଳର ସ୍ଥିତି ରହିବ।ମଙ୍ଗଳ କିଛି ସମୟପରେ ନିଜର ସ୍ଥିତି ପରିବର୍ତ୍ତନ କରିପାରନ୍ତି।ରାଶିର ସ୍ବାମୀ ଶନି ୧୨ତମ ଘରେ ବିରାଜମାନ ଅଛନ୍ତି।ଏହି ରାଶିର ଲୋକମାନଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ,ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ।ଚର୍ମରୋଗ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେଇପାରେ।

ଯେଉଁ ଲୋକଙ୍କର ଆଣ୍ଠୁ,ଗଣ୍ଠିରେ ଦରଜ ସମସ୍ୟା ରହିଛି ସେମାନଙ୍କ ପାଇଁ ଏହି ସମୟ ଅଧିକ କଷ୍ଟଦାୟୀ ହୋଇପାରେ।ସେମାନଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ସଜାଗ ଓ ସଚତେନ ରହିବା ଆବଶ୍ୟକ,ଅବହେଳା କରିବା ଅନୁଚିତ କାରଣ ଟିକେବି ଅବହେଳା ମହଙ୍ଗା ସାବ୍ୟସ୍ତ ହୋଇପାରେ। ଛାତ୍ରମାନଙ୍କ ପାଇଁ ଏହି ସମୟ ବହୁତ ଭଲ କାରଣ ଲଗ୍ନରେ ବର୍ତ୍ତମାନ ବୃହସ୍ପତି ଚାଲୁଛନ୍ତି।ତେଣୁ ଛାତ୍ର ମାନଙ୍କ ପାଇଁ ଏହା ଏକ ବହୁତ ଭଲ ସମୟ,ମନ ଲଗାଇ ପାଠ ପଢିଲେ ବିଶେଷ ଲାଭ ମିଳିବ।ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ଯଥେଷ୍ଟ ଅଧିକ।

ଯଦି କୌଣସି ପ୍ରବେଶ ପରୀକ୍ଷା ଥାଏ ଅଥବା ଚାକିରି ସମ୍ବନ୍ଧୀୟ ପରୀକ୍ଷା ଥାଏ ତେବେ ନିଶ୍ଚିତ ସଫଳତା ପାଇବେ।ବୃହସ୍ପତିଙ୍କ ଅବସ୍ଥିତି ଭାଗ୍ୟବୃଦ୍ଧିର ସଂକେତ ଦେଉଛି,ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି।ପ୍ରେମ ସମ୍ପର୍କ ଅଧିକ ନିବିଡ଼ ହେବ ନୂଆ ପ୍ରେମ ସଂପର୍କ ଆରମ୍ଭ ହୋଇପାରେ,ବୈବାହିକ ସୁଖ ଭୋଗ କରିବେ,ଜୀବନସାଥି ସହ ସମ୍ପର୍କ ଅଧିକ ମଜଭୁତ ହେବ।ଅଯଥା କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି।ଚାକିରି ଓ ବ୍ୟବସାୟରେ ଚିନ୍ତାର ବିଷୟ ନାହିଁ।ଏହି ସମୟ ସେମାନଙ୍କ ବ୍ୟବସାୟ ଓ ଚାକିରି ପାଇଁ ବହୁତ ଭଲ ସମୟ,ବ୍ୟବସାୟରେ ଅବହେଳା କରିପାରନ୍ତି ସେଥିଲାଗି ସତର୍କ ରୁହନ୍ତୁ।

ବ୍ୟବସାୟରେ ଆପଣଙ୍କ ଦ୍ଵାରା ଭୁଲ ହୋଇପାରେ ସେଥିଲାଗି ସତର୍କ ରହିବା ଆବଶ୍ୟକ,ବାଦ ବିବାଦ ଉତ୍ପନ୍ନ ହୋଇପାରେ ସେଥିଲାଗି ସତର୍କ ରୁହନ୍ତୁ। ବ୍ୟବସାୟରେ ଯେତେ ଲାଭର ଆଶା କରୁଛନ୍ତି ସେତେ ଲାଭ ହୋଇନପାରେ।ଘରପରିବାରର ଅବସ୍ଥା ଭଲ ରହିବ,ମାତା ପିତାଙ୍କ ଅବସ୍ଥା ଭଲ ରହିବ,ଭାଇ ଭଉଣୀଙ୍କ ପୂର୍ଣ ସହଯୋଗ ମିଳିବ ତେଣୁ ଘର ପରିବାରରେ କୌଣସି ବି ସମସ୍ୟା ଦେଖାଦେବ ନାହିଁ।ଅନ୍ୟକୁ କଟୁ ବଚନ କହିପାରନ୍ତି ସେଥିଲାଗି ସତର୍କତା ଅବଲମ୍ବନ କରନ୍ତୁ। ଯେକୌଣସି କାର୍ଯ୍ଯ କରିବେ ସେଥିରେ ୭୫ ଶତକଡା ସଫଳତା ମିଳିବ।

ଭାଗ୍ୟ ନିଜ କାର୍ଯ୍ୟ କରିଥାଏ ଓ କର୍ମ ନିଜ କାର୍ଯ୍ୟ କରିଥାଏ ତେଣୁ ଭାଗ୍ୟର ଫଳକୁ ଆପଣ ନିଜର କର୍ମ ଫଳ ଦ୍ଵାରା ପରିବର୍ତ୍ତନ କରିପାରନ୍ତି।ଅସଫଳତାକୁ ସଫଳତାରେ ପରିଣତ କରିବେ।ଯଦି ଆପଣଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଉଛି ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ,ଶନିଦେବଙ୍କ ଆରତୀ କରିବା ଆବଶ୍ୟକ।ଶନିଙ୍କୁ ଓ ମଙ୍ଗଳଙ୍କୁ ଦାନ କରିବା ଦ୍ୱାରା ବିଶେଷ ଲାଭ ମିଳିବା ସହ ସୁଖ ଓ ସୋଭାଗ୍ୟ ପ୍ରାପ୍ତି ହେବ।ଏହି ମାସରେ ଧନ ନିବେଶରୁ ବଞ୍ଚନ୍ତୁ,କାର୍ଯ୍ଯ କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ,ବାଦ ବିବାଦରୁ ଦୁରେଇ ରୁହନ୍ତୁ,କଟୁ କଥା କହିବାରେ ସଞ୍ଜମ ରକ୍ଷା କରିବା ଆବଶ୍ୟକ।ଏହିସବୁକୁ ମାନି ଚଳିଲେ କୌଣସି ବଡ଼ ସମସ୍ୟାରେ ପଡ଼ିବେ ନାହିଁ।

Leave a Reply

Your email address will not be published. Required fields are marked *