March 3, 2024

Odia Express

News For Public

ଥଣ୍ଡା ଠିକ୍ କରିବାର ଘରୋଇ ଉପଚାର – ଏହି ୩ଟି ଉପାୟ ରେ ଘରେ ବସି ବସି ଆପଣ ଥଣ୍ଡା ରୁ ସହଜ ରେ ମୁକ୍ତି ପାଇ ପାରିବେ

1 min read

ଥଣ୍ଡା ଏପରି ଏକ ରୋଗ ଯେଉଁଥିରେ ନାକରୁ ପାଣି ବୋହିବା, ନାକ କୁଣ୍ଡାଇ ହେବା, ଗଳା କୁଣ୍ଡାଇ ହେବା,ମୁଣ୍ଡବିନ୍ଧା ହେବା,ଆଖି ପୋଡ଼ିବା,ଜ୍ଵର ଆସିବା,ବାରମ୍ବାର ଛିଙ୍କ ଆସିବା,ଇତ୍ୟାଦି ହୋଇଥାଏ।ଆମେ ଏବେ ଏପିରି ଉପଚାର ବିଷୟରେ କଥା ହେବା ଯାହାଦ୍ଵାରା ଥଣ୍ଡା ଠିକ ହେବା ସହ ଏହାଯୋଗୁଁ ହେଉଥିବା ଅନ୍ୟ ସମସ୍ତ ଅସୁବିଧା ମଧ୍ୟ ସମାପ୍ତ ହୋଇଯିବ।ଏହି ଉପଚାର ସେବନ କରିବା ଦ୍ୱାରା ଏହି ସମସ୍ତ ଅସୁବିଧା ଠିକ ହୋଇଯିବ ଓ ଆରାମରେ ନିଃଶ୍ୱାସ ନେଇପାରିବେ।

ଥଣ୍ଡା ସାଧାରଣତଃ ଭାଇରସର ସଂକ୍ରମଣରେ ହୋଇଥାଏ।ସ୍ବାସ୍ଥ୍ୟ ବିଜ୍ଞାନରେ ସାଧାରଣତଃ ୨୦୦ ପ୍ରକାରର ଭାଇରସ ଥଣ୍ଡା କରାଇଥାନ୍ତି।କିନ୍ତୁ ବର୍ତ୍ତମାନ କରୋନା ଓ ରାଇନୋ ଭାଇରସ ଥଣ୍ଡା କରିବା ପାଇଁ ମୁଖ୍ୟ କାରଣ।ଥଣ୍ଡା ହେବା ପରେ ଥଣ୍ଡାପାଣିରେ ଗାଧେଇବା ନାହିଁ, ତାପ ନିୟନ୍ତ୍ରିତ ରୁମରେ ରହିବା ଅନୁଚିତ୍।ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇବା ଆବଶ୍ୟକ।ପ୍ରଦୂଷଣ ହେଉଥିବା ଅଞ୍ଚଳରୁ ଦୁରାଇ ରହିବା ଆବଶ୍ୟକ।ସବୁଦିନ ପ୍ରାଣାୟମ କରିବା ସହ ବାହାରକୁ ଯିବା ପୂର୍ବରୁ ମାସ୍କର ବ୍ୟବହାର କରିବା ଆବଶ୍ୟକ।

ପ୍ରଥମ ଉପଚାର:- ଏହାକୁ ପ୍ରସ୍ତୁତ କରିବା ପାଇଁ ବାଦାମ, କଳାମରିଚ,ଚିନି ନେବା।ପ୍ରଥମେ ବାଦାମ,କଳମରିଚ ଓ ଚିନିକୁ ମିଶାଇ ଭଲଭାବେ ଗୁଣ୍ଡ କରିଦେବା।ଗୁଣ୍ଡ କରିବା ପରେ ଏହାକୁ ଗୋଟେ ଜାଗାରେ ରଖନ୍ତୁ।ଏଥିରୁ ଗୋଟେ ଚାମଚ ରାତିରେ ଖାଇ ଗରମ କ୍ଷୀର ପିଇଦେବା ଦ୍ଵାରା ଥଣ୍ଡା ୨-୩ ଦିନ ମଧ୍ୟରେ ଭଲ ହୋଇଯିବ।ଏପରି କରିବା ଦ୍ବାରା ଥଣ୍ଡା ଠିକ ହେବା ସହିତ ଏହାର ପ୍ରଭାବ କମିବାକୁ ଲାଗିଥାଏ।ଏହାକୁ ପିଇବା ଦ୍ଵାରା ନିଃଶ୍ୱାସ ନେବାରେ ଆରାମ ଲାଗିଥାଏ।ଏହା ଏକ ଆରାମଦାୟକ ଉପଚାର।

ଦିତୀୟ ଉପଚାର:- ଏହାକୁ ପ୍ରସ୍ତୁତ କରିବା ପାଇଁ ଲେମ୍ବୁ,ମହୁ ଓ ପାଣି ଆବଶ୍ୟକ।ଗୋଟେ ଗ୍ଲାସ ଅଳ୍ପ ଗରମ ହୋଇଥିବା ପାଣି ନେବା ସେଥିରେ ଫାଳେ ଲେମ୍ବୁ ଚୂପୁଡ଼ିଦେବା ଓ ଏଥିରେ ଗୋଟେ ଚାମଚ ମହୁ ପକାଇ ଭଲଭାବେ ଗୋଳାଇ ଦେବା।ଏହାକୁ ଦିନରେ ୩ଥର ପିଇବା ଆବଶ୍ୟକ।ଫଳରେ ଥଣ୍ଡା ତୁରନ୍ତ ଭଲ ହୋଇଯିବ।ଏହାକୁ ପିଇବା ଦ୍ଵାରା ଆମ ଶରୀରରେ ଜମା ହୋଇଥିବା ଖରାପ ଜିନିଷ ସଫା ହୋଇଯାଇଥାଏ।ଏହାକୁ ବ୍ୟବହାର କରିବା ଦ୍ଵାରା ଥଣ୍ଡା ଗୋଟେ ଦିନରେ ଠିକ ହୋଇଯାଇଥାଏ।ଏହାକୁ ଛୋଟ ପିଲା ଓ ବଡ଼ଲୋକ ଉଭୟ ବ୍ୟବହାର କରିପାରିବେ।ଏହି ତିନୋଟି ଉପଚାର ମଧ୍ୟରୁ ଯେକୌଣସି ଗୋଟେକୁ ବ୍ୟବହାର କରି ନିଜର ଥଣ୍ଡାକୁ ଭଲକରାଯାଇପାରିବ।

ତୃତୀୟ ଉପଚାର:- ଏହାକୁ ପ୍ରସ୍ତୁତ କରିବା ପାଇଁ ଚିନି, ଲୁଣ,କଳାମରିଚ,ପାଣି ଓ ତୁଳସୀ ଆବଶ୍ୟକ।୨କପ ପାଣିରେ ୧୦ଟି ତୁଳସୀର ପତ୍ର,୫ଟି କଳମରିଚ ଅଧା ଚାମଚ ଚିନି ପକାଇ ଚାହା ଭଳି ଫୁଟାଇଦେବା।ଏହାପରେ ଏହାକୁ ଛାଣିଦେବ ଓ ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଗୋଳାଇ ଦେବା।ଏହା ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ।ଏହାକୁ ବ୍ୟବହାର କରିବା ପରେ ଥଣ୍ଡା ତୁରନ୍ତ ଭଲ ହେବା ଆରମ୍ଭ ହୋଇଯିବ ଓ ଆରାମ ମିଳିବ।ଏହାକୁ ବ୍ୟବହାର କରିବାର ଗୋଟେ ଦିନ ଭିତରେ ଥଣ୍ଡା ଭଲ ହୋଇଯାଇଥାଏ ଓ ଥଣ୍ଡା ଯୋଗୁ ହେଉଥିବା ଜ୍ୱରକୁ ମଧ୍ୟ ଏହା ଭଲ କରିଦେଇଥାଏ।

Leave a Reply

Your email address will not be published. Required fields are marked *