March 25, 2024

Odia Express

News For Public

ଏହି ୬ ଟି କାରଣରୁ ଜଲଦି ହିଁ ପୁରୁଷଙ୍କ ଝଡିଥାଏ ବାଳ, ଏହି ୬ ଟି ତରିକାରେ କରିପାରିବେ ସୁରକ୍ଷା..

1 min read

ଏହି ଦିନରେ ପୁରୁଷଙ୍କ ମଧ୍ୟରେ ବାଳ ଝଡିବାର ସମସ୍ୟା ବହୁତ ଦେଖାଯାଊଛି, ଏହାର ସବୁଠାରୁ ବଡ କାରଣ ହେଲା ଏଷ୍ଟ୍ରୋଜେନେଟିକ୍ ଏଲୋପିଆ(Male pattern blondness) ଅଟେ , ଯାହା ପୁରୁଷଙ୍କ ମଧ୍ୟରେ ମିଳୁଥିବା ଡିଟିଏଚ୍ ହର୍ମୋନ୍ ର ବାଲାନ୍ସ ବିଗଡିବାର କାରଣ ହୋଇଥାଏ,  ଏହିଥିରେ ପୁରୁଷଙ୍କ ମୁଣ୍ତର ଏକ ଭାଗରୁ ବହୁତ ଜଲଦି ବାଳ ଝଡିବାରେ ଲାଗେ,  ଏକ ଗବେଷଣାରୁ ଜଣାଯାଏ ଯେ ୩୦ ପ୍ରତିଶତ ପୁଅଙ୍କ ଏହି ସମସ୍ୟାର ଆରମ୍ଭ ୨୦ ବର୍ଷ ପର୍ଯ୍ୟନ୍ତ ଆସୁ ଆସୁ ହୋଇଯାଏ , ଏଷ୍ଟ୍ରୋଜେନେଟିକ୍ ଏଲୋପିକା ପୁଅଙ୍କ ମୁଣ୍ତରୁ ବାଳ ଝଡିବାର କାରଣ ହୋଇଥାଏ , ବମ୍ବେ ହସ୍ପିଟାଲର ଜେନେରାଲ୍ ଫିଜିକ୍ସସିଆନ୍ ଡାକ୍ତର ମନୀଷ୍ ଜୈନବତା କିଛି ଅନ୍ୟ କାରଣ ବିଷୟରେ ଯିଏ କମ୍ ବୟସରେ ହିଁ ପୁଅଙ୍କ ବାଳ ଝଡିବାପାଇଁ ଦାୟୀ ହୋଇଥାନ୍ତି ।

ବାଳ ଝଡିବାର ମୁଖ୍ୟ କାରଣ- ୧) ଧୁ-ମ୍ରପାନ କରିବା- ବହୁତ ପୁଅଙ୍କୁ କମ୍ ବୟସରୁ ଧ୍ରୁ-ମପାନ କରିବା ଅଭ୍ୟାସ ହୋଇଥାଏ । ଏହାର କାରଣ ବ୍ଲଡ୍ ନର୍ଭସ୍ ସଙ୍କୁଚିତ ହୋଇଯାଏ , ଏଥିରେ ବଡିର ଅକ୍ସିଜେନ୍ ଲେବୁଲ୍ କମ୍ ହୋଇଯାଏ , ଯାହାଦ୍ୱାରା ବାଳକୁ କ୍ଷତି ପହଞ୍ଚାଇଥାଏ ।

୨) ଅନହେଲଦି ଡାଇଟ୍ ଅଧିକାଂଶ ପୁଅମାନେ ଡାଇଟ୍ ରେ ନ୍ୟୁଟ୍ରିସନ୍ ସଠିକ୍ ମାତ୍ରାରେ ଧ୍ୟାନ ଦିଅନ୍ତି ନାହିଁ, ଏଥିରେ ବଡିରୁ ଆଇରନ୍, ପ୍ରୋଟିନ୍, କ୍ୟାଲସିୟମ୍ ପରି ନ୍ୟୁଟ୍ରିଏଣ୍ଟସ୍ କମି ଯାଏ , ଯେଉଁଥିରେ ବାଳ ଝଡିବାକୁ ଲାଗେ ।

୩) ଫ୍ୟାମିଲି ହିଷ୍ଟ୍ରି- ଗଞ୍ଜାପଣ ପାଇଁ ଜେନେଟିକ୍ସ ଦାୟୀ ବି ହୋଇଥାଏ, ଯଦି ଆପଣଙ୍କ ପରିବାରରେ କାହାର ବାଳ ଝଡିବାର ରୋଗ ଅଛି ତେବେ ଆପଣଙ୍କୁ ଏମିତି ହୋଇପାରେ ।

୪) ମ-ଦ୍ୟପାନ- ବହୁତ ପିଲା କମ୍ ବୟସରୁ ମ-ଦ୍ୟପାନ କରିଥାନ୍ତି ଏହାଦ୍ୱାରା ବଡୀରେ ଟକ୍ସିସିନ୍ ବଢିବା ସହ ଆଇରନ୍, ଜିଙ୍କ୍, ପାଣିର ଅଭାବ ଦେଖାଦିଏ , ଏମିତିରେ ବାଳ ଝଡିବାକୁ ଲାଗେ ।

୫) ଅତ୍ୟାଧିକ ଚିନ୍ତା କରିବା- ସାଧାରଣତଃ ପୁଅମାନେ କେଉଁ ଏକ ଛୋଟ କଥାକୁ ଚିନ୍ତା କରନ୍ତି କାହାକୁ ସେୟାର୍ ମଧ୍ୟ କରନ୍ତି ନାହିଁ , ଏମିତିରେ ଚିନ୍ତାରେ ରହି ବଡିର ହର୍ମୋନ୍ ବିଗିଡୀଯାଏ , ଓ ବାଳ ଝଡିବା ଆରମ୍ଭ କରେ ।

୬) କେମିକାଲର ପ୍ରଭାବ- ପୁଅମାନେ ହେୟାର୍ ଜେଲ୍, କଲର୍, ସ୍ୟାମ୍ପୁ ଓ କଣ୍ତିସନର୍ ଆଦି ଅଧିକା ବ୍ୟବହାର କରନ୍ତି , ଏଥିରେ ଥିବା କେମିକାଲ୍ ବାଳକୁ ଝଡିବାରେ ଦାୟୀ ରୁହେ ।

ବାଳ ଝଡିବା ଦୁର କରିବାର ଘରୋଇ ଉପାୟ-

୧) ପିଆଜ ଓ ଲେମ୍ବୁ- ମୁଣ୍ତର ଯେଉଁ ଜାଗାରେ ଗଞ୍ଜାପଣ ବା ବାଳ ଝଡୁଛି ସେଠାରେ ବରାବର ମାତ୍ରାରେ ପିଆଜ ଓ ଲେମ୍ବୁର ରସ ମିଶାଇକରି ଲଗାନ୍ତୁ ,ଅଧ ଘଣ୍ଟାପରେ ମୁଣ୍ତ ଧୋଇଦିଅନ୍ତୁ ।

୨) ମେଥି ଦାନା- ଟିକିଏ ପାଣିରେ ଅଧା ଚାମଚ ମେଥି ପକାଇ ରାତିସାରା ରଖନ୍ତୁ , ସକାଳୁ ଏହି ପାଣିକୁ ସିଝାନ୍ତୁ ଓ ଥଣ୍ତା କରି ମୁଣ୍ତରେ ଲଗାଇଦିଅନ୍ତୁ ।

୩) ନିମ୍ବ ଓ ଅଁଳା- ନିମ୍ବର୍ ପତ୍ର ଓ ଅଁଳାର ପାଣିକୁ ସିଝାନ୍ତୁ, ଏହି ପାଣିକୁ ଥଣ୍ତା କରି ମୁଣ୍ତରେ ପକାଇ ଧୋଇଦିଅନ୍ତୁ , ଏହାକୁ ସପ୍ତାହରେ ଦୁଇଥର କରନ୍ତୁ ।

୪) ଅଲିଭ୍ ତେଲ- ଅଲିଭ୍ ତେଲକୁ ନଖ ଉଷୁମ ଗରମ କରନ୍ତୁ, ଏହା ମଧ୍ୟରେ ଗୋଟେ ଚାମଚ ମହୁ ଓ ଡାଲଚିନି ପାଉଡର୍ ମିଶାଇ ବାଳର ଜଡରେ ଲଗନ୍ତୁ ୧୫ ମିନିଟ୍ ପରେ ଧୋଇଦିଅନ୍ତୁ ।

୫) କଲୋଜି- ପାଣିରେ ଏକ ବଡ ଚାମଚ କଲୋଜି ପକାଇ ସିଝାନ୍ତୁ , ପାଣିକୁ ଅଧା ରଖିଦିଅନ୍ତୁ, ଏହାକୁ ଥଣ୍ତା ହେଲେ ମୁଣ୍ତରେ ଲଗାଇଦିଅନ୍ତୁ

୬) ଦହି ଓ ତେଜପତ୍ର- ଟୀକିଏ ଦହିରେ ୨ ଚାମଚ ତେଜପତ୍ର ପେଷ୍ଟ ମିଶାଇକରି ବାଳରେ ଲଗାନ୍ତୁ ଅଧଘଣ୍ଟା ପରେ ମୁଣ୍ତକୁ ଧୋଇଦିଅନ୍ତୁ । ବାଳ ଝଡିବା କମି ଯିବ ।

Leave a Reply

Your email address will not be published. Required fields are marked *