June 19, 2024

Odia Express

News For Public

ଏହି ଋତୁରେ ଜାମୁର ବ୍ୟବହାର କରନ୍ତୁ ଆପଣଙ୍କୁ ନିଶ୍ଚୟ ଫାଇଦା ମିଳିବ – ଏପରି ଖାଇବା ଆରମ୍ଭ କରିଦିୟନ୍ତୁ

ସାଙ୍ଗମାନେ ଏବେ ଯାମୁର ଋତୁ ଚାଲିଛି।ମୁଁ ଆପଣ ମାନଙ୍କୁ ଆଜି ଏମିତି କିଛି ରୋଗ ମାନଙ୍କ ବିଷୟରେ କହିବି ଯାହା କେବଳ ଜାମୁ ଖାଇବା ଦ୍ବାରା ୧୫ ରୁ ୩୦ ଦିନ ଭିତରେ ଭଲ ହୋଇଯିବ।ଯଦି ଆପଣଙ୍କ ପେଟ ସମସ୍ୟା ଅଛି ବା ଭୋକ ଲାଗୁନାହିଁ ଅଥବା କବଜ ସମସ୍ୟା ଅଛି ଓ ପେଟରେ ଜ୍ଵଳନ ସମସ୍ୟା ଅଛି ତ ଆପଣ ସବୁଦିନ ୧୦୦ ରୁ ୨୦୦ ଗ୍ରାମ ଜାମୁ ଖାଆନ୍ତୁ।ଦେଖିବେ ମାତ୍ର ୧୫ ଦିନ ଭିତରେ ଆପଣଙ୍କ ଏହି ସବୁ ସମସ୍ୟା ଦୂରେଇଯିବ।ଏହାଦ୍ବାରା ଆପଣଙ୍କ ଲିଭର ସୁସ୍ଥ ରହିବ ଓ ଏହା ସହିତ ଜଡ଼ିତ ସମସ୍ତ ସମସ୍ୟା ମଧ୍ୟ ସମାପ୍ତ ହୋଇଯିବ।ଯଦି ଆପଣଙ୍କ ଦାନ୍ତ ସମସ୍ୟା ଦେଖା ଦେଉଛି ବା ଆପଣଙ୍କ ମାଢି ଫୁଲିଯାଇଚି ତ ଆପଣ ପ୍ରତିଦିନ ଶହେ ଗ୍ରାମ ଜାମୁ ଖାଆନ୍ତୁ।

ଆପଣ ଦାନ୍ତ ଘଷି ସାରିବା ପରେ ଜାମୁର ଶୁଖିଲା ପତ୍ରର ଗୁଣ୍ଡର ମସାଜ କରନ୍ତୁ।ଏହାଦ୍ବାରା ଆପଣଙ୍କ ଦାନ୍ତ ସୁସ୍ଥ ରହିବ।ଏହାଦ୍ବାରା ଦାନ୍ତର ସମସ୍ତ ରୋଗ ୩୦ ଦିନ ଭିତରେ ସମାପ୍ତ ହୋଇଯିବ।ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡ଼ିଛି ତ ଏହା ମଧ୍ୟ ଆପଣଙ୍କ ଦାନ୍ତକୁ ଧଳା କରିବ।ଯଦି ଆପଣଙ୍କ ଗଳା ବସିଯାଇଚି ବା ଫୁଲିଯାଇଚି ତ ଜାମୁର ୧୦ ବା ୧୨ ଟି ପତ୍ରର ରସ ବାହାର କରି ତାକୁ ପାଣିରେ ମିଶାଇ କୁଳି କରିବେ।ଆପଣ ଏହାର ପ୍ରୟୋଗ ଦିନରେ ତିନି ଥର କରିପାରିବେ। ଡାଇବେଟିସ ରୋଗୀ ମାନଙ୍କ ପାଇଁ ଜାମୁ ଅମୃତ ଅଟେ।ଡାଇବେଟିସ ରୋଗୀ ମାନେ ଏହି ସମୟରେ ପ୍ରତିଦିନ ୧୫୦ ରୁ ୨୦୦ ଗ୍ରାମ ଜାମୁ ଖାଆନ୍ତୁ।

ଏବେ ଆଉ ଏକ ଉପାୟ କହୁଚି,ଯାହାର ଦାନ୍ତ ପୁରା ହଳଦିଆ ପଡ଼ିଯାଇଛି। ଜାମୁ ପତ୍ର କୁ ଆଣି କିଛି ସମୟ ଚୋବାନ୍ତୁ।ଚୋବେଇବା ପରେ ତାହା ଚଟଣୀ ପରି ହୋଇଯିବ।ତାକୁ ଦାନ୍ତ ଉପରେ ରଗଡନ୍ତୁ ଦାନ୍ତ ପୁରା ସଫା ହୋଇଯିବ।ଆପଣଙ୍କୁ ଆଉ ବ୍ରଶ କରିବାକୁ ପଡ଼ିବ ନାହିଁ।ଯଦି ଆପଣଙ୍କ ଦାନ୍ତ ଯନ୍ତ୍ରଣା ହେଉଛି ତ ଆପଣ ଏହାର ପ୍ରୟୋଗ କରିପାରିବେ।

ଏହା ବାଦ ଆପଣ ଜାମୁ ପତ୍ରର କାଢା ତିଆରି କରି ପିଇ ପାରିବେ।ଆପଣ ୩ ରୁ୪ଟି ପତ୍ର ନେଇ ତାକୁ ଦେଢ଼ ଗ୍ଲାସ୍ ପାଣିରେ ଭଲ ଭାବେ ଫୁଟାନ୍ତୁ।ଭଲ ଭାବେ ଫୁଟାଇ ସାରିବା ପରେ ଆପଣ ଏହାକୁ ଥଣ୍ଡା କରିଦେବେ।ତା ପରେ ଆପଣ ଚା ପିଇବା ଭଳି ଏହାକୁ ପିଇ ପାରିବେ।ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ଆପଣ ମାନଙ୍କ ଶରୀରରେ ବହୁତ୍ ପରିବର୍ତ୍ତନ ଆସିବ।ଏହା ଆପଣଙ୍କ ଶରୀରର ସମସ୍ତ ଚର୍ବିକୁ ବାହାର କରିଦେବ।

Leave a Reply

Your email address will not be published. Required fields are marked *