October 2, 2023

Odia Express

News For Public

ମାତ୍ର ୩୦ ସେକେଣ୍ଡରେ କାଶ ଓ ଗଳାର କଷ୍ଟ ଗାୟବ – ଘରେ ବସି ବସି ଏହି ଉପାୟ ଗୁଡିକ କରନ୍ତୁ

ବନ୍ଧୁମାନେ ଯେତେବେଳେ ପାଗରେ ଟିକେ ପରିବର୍ତ୍ତନ ହେଇଥାଏ, ଖରା ରୁ ବର୍ଷା କିମ୍ବା ବର୍ଷାରୁ ଖରା ହେଇଥାଏ, ସେ ସମୟରେ ଆମ ଶରୀରରେ ଜୀବାଣୁ ଏବଂ ଭୂତାଣୁ ମାନଙ୍କର ସଂକ୍ରମଣ ହଠାତ୍ ବଢ଼ି ଯାଇଥାଏ।ଏମିତିରେ ଗଳାରେ କଷ୍ଟ ଅନୁଭବ ହେବା, ଗଳାତୁଣ୍ଡିକା ବଢ଼ିଯିବା ଏଭଳି ସମସ୍ୟା ଦେଖା ଯାଇଥାଏ।ତେବେ ଥଣ୍ଡା, କାଶ, ଜ୍ଵର ଏଗୁଡ଼ିକ ମଧ୍ୟ ବହୁତ୍ ଦିନ ଯାଏଁ ଲାଗି ରହିଥାଏ।ବାରମ୍ବାର ଛିଙ୍କ ହେବା, ନାକ ବନ୍ଦ ହେଇ ଯାଇ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା,ତଣ୍ଟି ପଡ଼ିଯିବା, ଖାଇବା ବେଳେ ଢ଼ୋକିବାରେ କଷ୍ଟ ଅନୁଭବ ହେବା ଏଭଳି ଅନେକ ସମସ୍ୟାରୁ ଆପଣ ରକ୍ଷା ପାଇ ପାରିବେ।ତେବେ ବନ୍ଧୁମାନେ ଆଜି ଆମେ ଏଠାରେ ଏକ ଏପରି ଘରୋଇ ଉପଚାର ବିଷୟରେ ଜାଣିବା ଯାହାକୁ ବ୍ୟବହାର କରି ଆପଣ ଉପରୋକ୍ତ ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ।

ଯଦି ଆପଣଙ୍କର ଗଳାରେ ଭୀଷଣ ଯନ୍ତ୍ରଣା ଅନୁଭବ ହେଉଛି, ଖାଇବା ପିଇବା ରେ ମଧ୍ୟ କଷ୍ଟ ହେଉଛି ତେବେ ଆପଣ ଯଷ୍ଟିମଧୁର ବ୍ୟବହାର କରିପାରିବେ।ଏହାର ଏକ ଛୋଟ ଖଣ୍ଡଟିଏ ପାଟିରେ ରଖି ଧୀରେଧୀରେ ଚୁସନ୍ତୁ।ଏହା କରିବା ଦ୍ୱାରା ଗଳାର କଷ୍ଟ ସାଙ୍ଗେ ସାଙ୍ଗେ ଦୂର ହେଇଥାଏ।ଆପଣ ଚାହିଁଲେ ଏହାର ଚାହା ତିଆରି କରି ମଧ୍ୟ ପିଇପାରିବେ।ଏଥିପାଇଁ ଆପଣ ଗୋଟେ ଛୋଟ ଖଣ୍ଡ ଯଷ୍ଟିମଧୁ ନିଅନ୍ତୁ ଏହାକୁ ଅଳ୍ପ ପାଣିରେ ପକାଇ ଫୁଟାନ୍ତୁ, ଏବଂ ସ୍ଵାଦ ଅନୁସାରେ ଚିନି ପକାଇ, ଉଷୁମ ଚାହାକୁ ପିଅନ୍ତୁ।ଏହା କରିବା ଦ୍ୱାରା କେବଳ ଗଳାର କଷ୍ଟ ନୁହଁ ଏହାସହ ଥଣ୍ଡା,କାଶ ଓ ଜ୍ଵର ହେଇଥଲେ ମଧ୍ୟ ଆରାମ ମିଳିଥାଏ।

ଗଳାରେ କଷ୍ଟ ଅନୁଭବ ହେଉଥିଲେ ଆପଣ ହାଲକା ଗରମ ପାଣିରେ ଅଳ୍ପ ଲୁଣ ପକାଇ ଘଡଘଡ କରିଦିଅନ୍ତୁ।କିନ୍ତୁ ମନେ ରଖନ୍ତୁ ଏହା କରିବାପରେ ପାଣି ଗୁଡ଼ିକ ବାହାରକୁ ଫୋପାଡିବାର ଅଛି, ଭୁଲ୍ ରେ ବି ସେ ପାଣିକୁ ପିଅନ୍ତୁ ନାହିଁ।ଏହା କରିବା ଦ୍ୱାରା ଯଦି ଆପଣଙ୍କର ଛାତିରେ କଫ ଜମି ଯାଇଥାଏ ତାହା ମଧ୍ୟ ଭଲ ହେଇଯାଏ।ଗଳାର ସବୁ କଷ୍ଟ ଦୁର ହେଇଯାଇଥାଏ।ଏହାର ବ୍ୟବହାର ଆପଣ ଦିନରେ ୩ ରୁ ୪ଥର କରି ପାରିବେ।

ବନ୍ଧୁମାନେ ହଲଦୀରେ ରୋଗର ଜୀବାଣୁଙ୍କୁ ନଷ୍ଟ କରିବାର ସାମର୍ଥ୍ୟ ଥାଏ।ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ।ତେବେ ଦିନକୁ ଦୁଇ ଥର ହଳଦୀ ମିଶା କ୍ଷୀର ପିଇଲେ କାଶ, କଫ, ଥଣ୍ଡା ଓ ଜ୍ବର ଏ ସବୁରୁ ମୁକ୍ତି ମିଳିଥାଏ।ଏହାସହ ଗଳାରେ କଷ୍ଟ ଓ ଗଳା ତୁଣ୍ଡିକା ବଢ଼ିଯିବା ଭଳି ସମସ୍ୟା ମଧ୍ୟ ଦୂର ହେଇଥାଏ।ହଳଦୀ ମିଶା କ୍ଷୀର ତିଆରି କରିବା ପାଇଁ ଏକ ଗ୍ଲାସ ସାମାନ୍ୟ ଗରମ କ୍ଷୀରରେ ଅଧା ଚାମଚ୍ ହଳଦୀ ପକାଇ ଦିଅନ୍ତୁ।ଏହା ଉପରେ ଅଳ୍ପ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ।ଏହା ପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।ତାପରେ ଏହାକୁ ଧୀରେ ଧୀରେ ପିଇଦିଅନ୍ତୁ।

ତେବେ ଯଦି ଆପଣଙ୍କର ତଣ୍ଟି ପଡ଼ିଯାଇଛି, ତେବେ ଆପଣ ଖାଇବା ଚୂନର ଏକ ପେଷ୍ଟ ତିଆରି କରନ୍ତୁ ଏବଂ ସେହି ପେଷ୍ଟକୁ ନିଜ ଗଳାରେ ଲଗାଇ ଦିଅନ୍ତୁ।ଏହା କରିବା ଦ୍ୱାରା ଆପଣଙ୍କ ସ୍ୱର ଆପଣ ଧୀରେ ଧୀରେ ଫେରି ପାଇବେ।ଏହାଛଡ଼ା ଅଦାର ଏକ ଛୋଟ ଖଣ୍ଡକୁ କଳରେ ଜାକି ରଖିଲେ ଗଳାର ସ୍ୱର ଆସିଯାଇଥାଏ।ତେବେ ଏହା ସହ ପାଣି ଘଡଘଡ କରିବା ଦ୍ୱାରା ବି ଗଳାର ସ୍ୱର ଆସିଥାଏ।

Leave a Reply

Your email address will not be published. Required fields are marked *