April 14, 2024

Odia Express

News For Public

ଝିଟିପିଟି ହେଉ କି ମୁଷା କିମ୍ବା ମଶା , ଏହି ସମସ୍ତଙ୍କୁ ଭଗାଇବାପାଇଁ ସହଜ ତରିକା – ଆପଣଙ୍କ ଘର ପାଖକୁ ମଧ୍ୟ ଆସିବେନି ଏମାନେ ଆଉ..

1 min read

ଋତୁ ବଦଳିବା ସହ ଏହି ସବୁ କୀଟ, ପୋକ ଜୋକ ଆତଙ୍କ ସବୁ ଘରରେ ବ୍ୟାପିଯାଏ , ଘରେ ମହିଳାମାନେ ନିଜ ଘରର ରୋଗକୁ ବ୍ୟାପୁଥିବା ଅସରପା,ମୁଷା ଓ ପୋକଜୋକର ଆତଙ୍କ ଯୋଗୁଁ ଚିନ୍ତିତ ରୁହନ୍ତି , ଏମାନେ ଆପଣଙ୍କ ଘରେ ଦୁର୍ଗନ୍ଧ ବ୍ୟାପିବା ସହ ଘରର ସମସ୍ତ ସଦସ୍ୟଙ୍କୁ ରୋଗରେ ପକାଇଦିଅନ୍ତି । ଆମେ ଆପଣଙ୍କୁ କହିଦେବୁ କି ଝିଟିପିଟି,ଅସରପା ଓ ମଶାଙ୍କୁ ଭଗାଇବାର ଘରୋଇ ଉପାୟ ।

ଅସରପା- ଅଧିକାଂଶ ଘରେ ଅସରପାଙ୍କ ସଂଖ୍ୟା ଅଧିକା ମିଳିଥାଏ , ସେମାନେ ଖାଦ୍ୟ ପାନୀୟ ଜିନିଷ ଗୁଡିକରେ ଘୁରି ବୁଲନ୍ତି, ଯଦି ଆପଣ ଅସରପାର ଆତଙ୍କରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ରସୁଣ, ପିଆଜ, ଓ ଗୋଲମରିଚକୁ ବରାବର ମାତ୍ରାରେ ମିଶାଇକରି ଏକ ପେଷ୍ଟ ପ୍ରସ୍ତୁତ କରିଦେବାର ଅଛି, ଯେବେ ଏହି ପେଷ୍ଟ ହୋଇଯିବ , ତେବେ ସେଥିରେ ଘୋଳ ପ୍ରସ୍ତୁତ କରନ୍ତୁ , ଓ ତାହାକୁ ବୋତଲରେ ପକାଈ ଯେଉଁ ଜାଗାରେ ଅସରପା ଅଛନ୍ତି ସେଠାରେ ଛିଞ୍ଚନ୍ତୁ । ଦେଖିବେ ଅସରପା ଆଉ ଦେଖାଯିବେ ନାହିଁ ।

ମଶା- ମଶାଙ୍କୁ ଦୁର କରିବାକୁ ହେଲେ ରସୁଣର କିଛି ପାଖୁଡା ପେଷିକରି ତାକୁ ପାଣିରେ ସିଝାନ୍ତୁ ଓ ପାଣି ଥଣ୍ତା ହେଲେ ତାକୁ ଘରର ଚାରିପଟ ସ୍ପ୍ରେ କରନ୍ତୁ, ଏହା ଦ୍ୱାରା ମଶା ମାନେ ଆଉ ଘରେ ରହିବେ ନାହିଁ ,ଓ ଆପଣଙ୍କୁ ମଶାଙ୍କ ଦାଉରୁ ରକ୍ଷା  ମିଳିବ ।

ମାଛି- ମାଛି ଅଧିକାଂଶ ମଇଳା ଜାଗାରେ ବସନ୍ତି । ତାପରେ ଆମର ଘରରେ ପଶିକରି ଖାଇବା ପିଇବା ଜିନିଷରେ ବସିକରି ମଇଳା ତ କରନ୍ତି ତାହା ସହ ରୋଗକୁ ବି ନିମନ୍ତ୍ରଣ କରନ୍ତି । ତାଙ୍କ ଦାଉରୁ ରକ୍ଷା ପାଇବାକୁ ହେଲେ କଟନ ବଲରେ ଅଧିକା ଗନ୍ଧ ବାଲା ତେଲ ବୁଡାଇକରି କବାଟ ପାଖରେ ରଖନ୍ତୁ , ଏହି ତେଲର ଗନ୍ଧରୁ ମଶା ଦୁର ହୋଇଯିବେ ।

ମୂଷା- ଯେଉଁ ଘରେ ମୁଷା ରହିଥାନ୍ତି , ସେହି ଘରେ ଆପଣ କଟନରେ ପେପରମିଣ୍ଟ ଲଗାଇକରି ଏମିତି ଜାଗାରେ ରଖିବାକୁ ହେବ ଯେଉଁଠି ମୁଷା ରହିଥିବେ । ଏହା ଛଡା ଆପଣ ପେପରମିଣ୍ଟ କିଛି ଖଣ୍ତ ଓ କିଚେନର କୋଣର ଭିତରେ ରଖିଦିଅନ୍ତୁ, ଏହାର ଗନ୍ଧ ରୁ ମୁଷାଙ୍କ ନିଶ୍ୱାସ ନେବାରେ ଅସୁବିଧା ଲାଗିବ ।ଯାହା ଦ୍ୱାରା ସେ ମରିଯିବେ , କିମ୍ବା ଘରୁ ପଳାଇପାରନ୍ତି ।

ଝିଟୀପିଟି- ଘରେ ଥିବା ଝିଟିପିଟି ଦାଉରୁ ରକ୍ଷା ପାଇବାକୁ ହେଲେ କେବଳ ୫-୬ ଟି ମୟୁର ପୁଚ୍ଛ ଲଗାଇବାକୁ ହେବ , ଏମିତି କରିଲେ କିଛି ଦିନରେ ଝିଟିପିଟି ଆପଣଙ୍କ ଘରୁ ଗାୟବ ହୋଇଯିବ ।  ଓ ତା ଛଡା ଆପଣ ଅଣ୍ତାର ଖାଲି ଚୋପାକୁ କେଉଁ ଉଚ୍ଚା ଜାଗାରେ ରଖିପାରିବେ  ଆପଣଙ୍କୁ କହିଦେବୁ କି ଅଣ୍ତାର ଗନ୍ଧରୁ ସେମାନେ ଘରୁ ବିଦା ହୋଇଯାଆନ୍ତି ।

କିଟ ନିବାରକ ନିମ୍ବର ଉପଯୋଗ- ନିମ୍ବ ଏମିତି ଏକ ଔଷଧୀ ଅଟେ, ଯାହାର ଉପଯୋଗରେ କିଟ ପତଙ୍ଗ ମଶା ଦୁର ପଳାନ୍ତି , ଏହାର ଉପଯୋଗ କରିଲେ ଅସରପା ବି ଦୁର୍ ହୋଇଯାଆନ୍ତି , ଏଥିପାଇଁ ଆପଣଙ୍କ ନିମ୍ବର ପତ୍ରକୁ ନିମ୍ବର ପାଉଡର ଉପଯୋଗ କରିବେ , ଏହା ସହଜରେ ଉପଲ୍ଲବ୍ଧ ହୋଇଥାଏ, ନିମ୍ବର ପାଉଡରକୁ ପ୍ରଭାବିତ ସ୍ଥାନରେ ଛିଞ୍ଚନ କରନ୍ତୁ , ଏମିତି କରିଲେ ଅସରପା ଦୁରେଇ ଯିବେ ।

କିରୋସିନ୍- କିରୋସିନ୍ ର ଉପଯୋଗ କରିଲେ ଅସରପା ପଳାନ୍ତି , ଏହା ମଧ୍ୟ ପୋକଜୋକ ଭଗାଇବାରେ ସାହାଯ୍ୟ କରେ,

ତେଜ ପତ୍ରର ଗନ୍ଧରୁ ଅସରପା ଦୁର କରନ୍ତୁ , ଏହା ବହୁତ ପ୍ରଭାବକାରୀ ଅଟେ,ଏଥିପାଇଁ ଯେଉଁ ଜାଗାରେ ଅସରପା ଅଛି, ସେହି ସ୍ଥାନରେ ତେଜପତ୍ର ରଖିଦିଅନ୍ତୁ, ଯଦି ଆପଣ ତେଜପତ୍ରକୁ ଛୋଟ ଛୋଟ ଭାଙ୍ଗିକରି ରଖିଦେବେ , ତେବେ ସେ ଜଲଦି ପଳେଇବେ , ଯଦି ଅସରପା ଅଧିକା ଅଛନ୍ତି ତେବେ କିଛି ଦିନ ଅନ୍ତରାଳରେ ତେଜପତ୍ର ଚେଞ୍ଜ୍ କରନ୍ତୁ ।

ଲବଙ୍ଗରେ ଗନ୍ଧ ଅଧିକା ହୋଇଥାଏ , ଯାହାର ପ୍ରୟୋଗ କରି ଅସରପା ଦୁର ହୋଇଯାଏ , ଅସରପା ପାଇଁ କିଚେନ୍ କୋଣକା ଓ ଆଲମୀରାରେ ଲବଙ୍ଗ କୁ ଖୋଲା ରଖିଦିଅନ୍ତୁ , ଏହାର ଗନ୍ଧରୁ ଅସରପା ରୋଷେଇ ଘରକୁ ଆସିବେ ନାହିଁ ।

Leave a Reply

Your email address will not be published. Required fields are marked *