ଦାଗ ବିହୀନ ଗୋରା ଚେହେରା ପାଇଁ ଘରୋଇ ଉପଚାର – ଏହି ଉପାୟ କଲେ ଚେହେରା ରୁ ଦାଗ ଗାୟବ ହେଇଯିବ ଓ ସୁନ୍ଦର ଦେଖାଯିବେ ଆପଣ..

ବହୁତ ଲୋକଙ୍କର କହିବା କଥା ସେମାନଙ୍କ ତ୍ଵଚାର ରଙ୍ଗ କଳା ହୋଇଥିବାରୁ ସେମାନଙ୍କୁ ସଫଳତା ପାଇବା ପାଇଁ ଅନେକ ଅସୁବିଧା ହୋଇଥାଏ।ସେମାନେ ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ଉପାୟରେ ବ୍ୟବହାର କରିଥାନ୍ତି।ଏହାପରେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ପରିଣାମ ମିଳୁନାହିଁ।ମୁହଁର ତ୍ଵଚା ଅତ୍ୟନ୍ତ ନରମ ହୋଇଥାଏ।କେମିକାଲ ଯୁକ୍ତ ଜିନିଷ ବ୍ୟବହାର କରିବ ଦ୍ଵାରା ଚେହେରା ଖରାପ ମଧ୍ୟ ହୋଇପାରେ ଓ ପୂର୍ବ ଅପେକ୍ଷା ଅଧିକ କଳା ମଧ୍ୟ ହୋଇପାରେ ତେଣୁ ଏହିସବୁ ଜିନିଷକୁ ବ୍ୟବହାର କରିବା ଅନୁଚିତ।

କିଛି ଲୋକ ଗୋରା ଦେଖାଯିବା ପାଇଁ କିଛି କ୍ରିମର ବ୍ୟବହାର କରିଥାନ୍ତି।ଫଳରେ ସେମାନେ କିଛି ସମୟ ପାଇଁ ଗୋରା ଦେଖାଯାଇଥାନ୍ତି ଓ ଏହାପରେ ସେମାନଙ୍କ କଳା ଚେହେରା ପୁଣି ବାହାରକୁ ଦେଖାଯାଇଥାଏ।ସର୍ବପ୍ରଥମ ଘରୋଇ ଉପଚାର ହେଲା କଗାଜି ଲେମ୍ବୁ ଓ କ୍ଷୀର।ଯଦି ଆମେ କାଗାଜି ଲେମ୍ବୁ ଓ କ୍ଷୀରରେ ବ୍ୟବହାର କରିବା ତେବେ ଆମେ କ୍ଷୀର ଭଳି ଗୋରପଣ ପାଇପାରିବ।ବାହାରର ପ୍ରଦୂଷଣରୁ ଘରକୁ ଆସିବା ପରେ ଏହାକୁ ବ୍ୟବହାର କରିବା ଏକ ଉପଯୁକ୍ତ ସମୟ।

ଏହି ଉପଚାରକୁ କରିବା ପାଇଁ ୨-୩ ଚାମଚ କଞ୍ଚା କ୍ଷୀର ନେବା ଓ ଏବେ ଏଥିରେ ୨-୩ ବୁନ୍ଦା କାଗାଜି ଲେମ୍ବୁ ପକାଇବା।ଏହାକୁ ଭଲଭାବେ ମିଶାଇ ଦେବା।ଏବେ ଏହି ମିଶ୍ରଣକୁ ନିଜ ଚେହେରା ଉପରେ ଭଲଭାବେ ଲଗାଇବା।୨୦ ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଆମେ ଆମ ଚେହେରା ଉପରେ ଲଗାଇ ରଖିବା।ଏହାପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ସଫା କରିଦେବା ।ଏପରି କରିବା ଦ୍ବାରା ମୁହଁ ସଫା ହୋଇଯାଇଥାଏ।ମୁହଁର ବନ୍ଦ ହୋଇଯାଇଥିବା ଲୋମଛିଦ୍ର ଖୋଲିବାକୁ ଲାଗିବ।ଏହାଫଳରେ ମୁହଁ ଅଧିକ ସଫା ଦେଖାଯିବ ଏହା ମୁହଁକୁ ଗୋରା ମଧ୍ୟ ବନାଇବ।

ଦିତୀୟ ଘରୋଇ ଉପଚାର ହେଉଛି କମଳା ଲେମ୍ବୁ।କମଳା ଲେମ୍ବୁ ହେଉଛି ଏକ ମୌସୁମୀ ଫଳ ଯାହା ଗରମ ଋତୁରେ ଅଧିକ ମିଳିଥାଏ।ଯେପରି ଭାବରେ କମଳାଲେମ୍ବୁରେ ବହୁତ ଭିଟାମିନ ରହିଥାଏ ସେହିପରି ଭାବରେ ଏହାର ଚୋପାରେ ମଧ୍ୟ ବହୁତ ଔଷଧିୟ ଗୁଣ ରହିଥାଏ ଯାହା ଆମ ତ୍ୱଚାର ଯତ୍ନ ନେବା ସହ ଏହାର ରଙ୍ଗ ଗୋରା କରାଇବାରେ ସହାୟକ ହୋଇଥାଏ।ଏହାର ଚୋପାକୁ ଅଲଗା କରି ଏହାକୁ ଶୁଖାଇ ଦେବା ଆବଶ୍ୟକ ଏହାପରେ ଏହାକୁ ଭଲଭାବେ ଗୁଣ୍ଡ କରିଦେବା।ଏବେ ଏହି ଗୁଣ୍ଡକୁ ଗାଧୋଇବା ସମୟରେ କ୍ଷୀର ଦହି ଓ ଲେମ୍ବୁ ସହ ମିଶାଇ ଚେହେରାରେ ଲଗାଇବା ଦ୍ଵାରା ଗୋରାପଣ ବଢ଼ିଥାଏ।

ଏହାର କିଛିଦିନର ବ୍ୟବହାର ପରେ ମୁହଁରେ ଥିବା ସମସ୍ତ ଦାଗ ଚାଲିଯାଇଥାଏ। ତୃତୀୟ ଉପଚାର କରିବା ପାଇଁ ଆମେ ଲେମ୍ବୁ ଓ ମହୁ ନେବା।ଲେମ୍ବୁ ଓ ମହୁର ମିଶ୍ରଣକୁ ଚେହେରାରେ ଲଗାଇ କିଛି ପପୁ ପରେ ଏହାକୁ ଧୋଇଦେବ ଦ୍ଵାରା ଏହା ଆମକୁ ଏକ ଦାଗ ବିହୀନ ଗୋରାପଣ ଦେଇପାରିବ।ଚତୁର୍ଥ ଉପଚାର ପାଇଁ ଆମକୁ ମୂଲତାନି ମାଟିର ଆବଶ୍ୟକତା ରହିଛି।ମୂଲତାନି ମାଟିରେ ପାଣି,ଲେମ୍ବୁ, ଟମାଟର ରସ ପକାଇ ଭଲଭାବେ ଗୋଳାଇ ଏହାକୁ ମୁହଁରେ ଲଗାଇବା।କିଛି ସମୟପରେ ଏହାକୁ ଧୋଇଦେବ ଦ୍ଵାରା ଏହା ଆମ ତ୍ଵଚକୁ ବେଦାଗ ଗୋରାପଣ ଦେଇଥାଏ।

Leave a Reply

Your email address will not be published. Required fields are marked *