September 29, 2023

Odia Express

News For Public

କାଶ ଦୂର କରିବାର ଉପାୟ – ଏହି ଉପାୟଟିକୁ ଜାଣିଥାନ୍ତୁ କେତେବେଳେ ମଧ୍ୟ କାମରେ ଆସିପାରେ ଏହି ଉପଚାର – କାଶ ସମସ୍ୟା ହେଇଯିବ ସମ୍ପୂର୍ଣ ଠିକ

1 min read

କାଶ ଆମର ଏକ ସାଧାରଣ ରୋଗ ସୂଚକ ହେଇଥାଏ ଯାହା ଆମ ଦୈନନ୍ଦିନ ଜୀବନରେ ଅନେକଁ ପ୍ରକାରର ରୋଗର ସୂଚନା ପ୍ରଦାନ କରିଥାଏ।ଆମ ପାଇଁ ଶୁଖିଲା କାଶ ଏପରି ଏକ ବେମାରି ହେଇଥାଏ ଯାହା କି ଆମର କାଶିବା ସମୟରେ ଆମ ପାଟିରୁ କିଛି ବାହାର କରି ନଥାଏ ଆଉ ଆମ ପାଇଁ ସାଧାରଣ କାଶ ଏମିତି ହେଇଥାଏ ଯାହା କି ଆମ ପାଟିରୁ କାଶିବା ସମୟରେ ଅନେକ କିଛି ବାହାର କରିଥାଏ। ତେଣୁ କାସର ମୁଖ୍ୟ କାରଣ ହେଇଥାଏ କଫ ଜମିଯିବା। ଆମେ ରାତିରେ ଶୋଇବା ସମୟରେ ଆମ ପାଟିରେ କଫ ଜମି ଯାଉଥାଏ ଆଉ ତାହା ଆମ ଗଳା ଭିତରେ ରହିଯାଏ ଆଉ ତାହା ଯେତେବେଳେ ଆମ ଶ୍ବାସ ଭିତରେ ଏକ ଅସୁବିଧା ପ୍ରଦାନ କରେ ସେତେବେଳେ ଆମ ମସ୍ତିଷ୍କ ଏହାକୁ ସୂଚନା ପ୍ରଦାନ କରେ କି କାଶୀ କାଶୀ ଆମେ ତାକୁ ବାହାର କରି ଦେବା। ଏହା ହି ମୁଖ୍ୟ କାରଣ ହେଇଥାଏ ଆମ କାଶିବାର।

ଆମେ ଏହାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ କରିଥାଉ ଯେପରିକି ପ୍ରାକୃତିକ ଉପାୟ, କୃତ୍ରିମ ଉପାୟ ତଥା ଆମେ ଏହା ପାଇଁ ଅନେକ ପ୍ରକାରର ଔଷଧ ବି ଗ୍ରହଣ କରିଥାଉ।ଆମେ ଅନେକ ଘରୋଇ ଉପଚାର ବି କରିଥାଉ ଏହାକୁ ଦୂର କରିବା ପାଇଁ ଆଉ ତାହାଦ୍ୱାରା ଆମେ ଏହାକୁ ଠିକ କରି ପାରି ଥାଉ।ଏହାକୁ ଦୂର କରିବା ପାଇଁ ଆମେ ଅନେକ ହୋମିଓପାଥିକ ତଥା ଏଲୋପାଥିକ ଔଷଧ ଗ୍ରହଣ କରିଥାଉ ଆଉ ତାହା ସମୟେ ସମୟେ ଆମ ପାଇଁ ଜମା ବି ପ୍ରଭାବଶାଳୀ ହେଇପାରିନଥାଏ।ଆଉ ଏପରି ଛୋଟ ରୋଗ ପାଇଁ ସବୁବେଳେ ଡାକ୍ତର ପାଖକୁ ଦୌଡ଼ିବା ବି ଆମ ପାଇଁ ସମ୍ଭବପର ହେଇ ପାରିନଥାଏ।ତେଣୁ ଆଜି ଆମେ ଆପଣଙ୍କ ପାଖରେ ଏପରି କିଛି ଘରୋଇ ଉପାୟ ନେଇକି ଆସିଛୁ ଯାହା ଆପଣଙ୍କ କାଶ ଦୂର କରିଦେବ।

୧:- ଆପଣଙ୍କୁ ଯେତେବେଳେ ବି କାଶ ହେଉଛି ଆପଣ ପାଟିରେ ଲବଙ୍ଗ ରଖି ଦିଅନ୍ତୁ ଆଉ ଏହାକୁ ଧୀରେ ଧୀରେ ଚୋବେଇ ଏହାର ରସ ବାହାର କରି ନିଅନ୍ତୁ।ଏହା ଆପଣଙ୍କ କାଶ ଦୂର କରିବାରେ ସହାୟତା କରିବ।

୨:- ଆପଣଙ୍କୁ ଯେତେବେଳେ ବି କାଶ ହେଉଛି ଆପଣ ଗରମ ପାଣି ପିଅନ୍ତୁ ଆଉ ତାହାର ସେବନ ଠିକ ଭାବରେ କରନ୍ତୁ।ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଗଳାରେ ଜମି ଯାଇଥିବା କଫ ତରଳି ଯିବ ଆଉ ତାହା ଆପଣଙ୍କ କାଶ ଦୂର କରିବ।ବେଳେବେଳେ ଆମ ଗଳାରେ କଫ ସହିତ ଫୁଲା ବି ହେଇଯାଏ ଆଉ ହୁଏତ ତାହା ବି ଆମ ଗରମ ସେବନ ଦ୍ୱାରା ଦୂର ହେଇଯିବ।

୩:- ଆପଣଙ୍କୁ କାଶ ହେଲେ ଆପଣ ହଳଦୀ ଥିବା କ୍ଷୀର ପିଇ ପାରିବେ।ଆପଣ ଗୋଟେ ଗ୍ଲାସରେ ଗୋଟେ ଚାମଚ ହଳଦୀ ପକାଇ ତାକୁ ପିଇ ପାରିବେ ଅଥବା ଆପଣ ଯଦି ହଳଦୀ ହଜମ କରିବାରେ ଅସୁବିଧା ଅନୁଭବ କରନ୍ତି ତାହେଲେ ଆପଣ ବାସ ଅଧାର ଅଧା ଚାମଚ ହଳଦୀ ନେଇ ସେଥିରେ କିଛି କ୍ଷୀର ମିଶାଇ ପିଇ ପାରିବେ।

Leave a Reply

Your email address will not be published. Required fields are marked *