October 2, 2023

Odia Express

News For Public

ଏହି ଭାବରେ ହନୁମାନ ଚାଳିଶା ପଢିବା ଦ୍ବାରା ଗରିବ ମଧ୍ୟ ଧନଵାନ ହୋଇଯାଇଥାଏ – ଏହି ଉପାୟ ଗୁଡିକ ଜାଣିବା ଦରକାର..

ସପ୍ତଦଶ ଶତାବ୍ଦୀରେ ତୁଳସୀ ଦାସ ଭଗବାନ ହନୁମାନଙ୍କୁ ଉତ୍ସର୍ଗ କରି ତାଙ୍କର ଏକ ଚାଳିଶା ରଚନା କରିଥିଲେ।ଯାହାକୁ ଭଜନ କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଯାଇଥାଏ।ଏହି ସ୍ତୁତିରେ ୪୦ ସ୍ରୋତ ରହିଛି ଏଥିଲାଗି ଏହାକୁ ଚାଳିଶା କୁହାଯାଇଥାଏ।ହନୁମାନ ଚାଳିଶାରେ ହନୁମାନଙ୍କର ୧୦୮ ନାମ ଲେଖାଯାଇଛି।ତୁଳସୀ ଦାସ ଏଥିରେ ଭଗବାନ ହନୁମାନଙ୍କର ବଳ,ବୁଦ୍ଧି,ବିଦ୍ୟା ଓ ଜ୍ଞାନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।ଏଥିରେ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରତି ଭକ୍ତ ହନୁମାନଙ୍କର ଭକ୍ତି ବିଷୟରେ ଉଲ୍ଲେଖ କରାଯାଇଛି।

ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ପୁରା ପର୍ବତକୁ ହାତରେ ଉଠାଇ ଆଣିଥିବା ହନୁମାନଙ୍କ ଭକ୍ତିରେ ପ୍ରଭାବିତ ହୋଇ ତାଙ୍କୁ ଭଗବାନ ରାମଚନ୍ଦ୍ର ଗଳାରେ ଲଗାଇ ଦେଇଥିଲେ।ସେ ମଧ୍ୟ ସୁଗ୍ରୀବଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ସହ ବନ୍ଧୁତା କରାଇ ତାଙ୍କ ଉପରେ ଉପକାର କରିଥିଲେ।ବିଭୀଷଣ ମଧ୍ୟ ହନୁମାନଙ୍କ କଥା ମାନି ରାବଣର ମୃତ୍ୟୁ ପରେ ଲଙ୍କେଶ୍ଵର ହୋଇଯାଇଥିଲେ।ତୁଳସୀ ଦାସ ଏହିଥିରେ ହନୁମାନଙ୍କର ଭକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି।ସେ ସଦାସର୍ବଦା ତାଙ୍କ ଭକ୍ତର ମଙ୍ଗଳ କରିଥାନ୍ତି ଓ ରକ୍ଷା କରିଥାନ୍ତି।

ସେ ଭୂତ ପ୍ରେତଙ୍କ ଠାରୁ ଆମକୁ ରକ୍ଷା କରିଥାନ୍ତି।ସବୁ ପ୍ରକାର ସୁଖର ଦାତା ଓ ସମସ୍ତ ପ୍ରକାର କଠିନ କାର୍ଯ୍ୟକୁ ସରଳ କରିଦେଇ ଥାଆନ୍ତି।ସମସ୍ତ ସଙ୍କଟ ଓ ରୋଗରୁ ମୁକ୍ତି ଦେଇଥାନ୍ତି ତଥା ସାଧୁ ଓ ସନ୍ଥ ମାନଙ୍କର ରକ୍ଷା କରିଥାନ୍ତି।ଯାହାର ପ୍ରସିଦ୍ଧି ସମଗ୍ର ଜଗତରେ ବ୍ୟାପ୍ତ ଓ ପ୍ରଭୁ ଶ୍ରୀ ରାମଙ୍କର ପ୍ରିୟ ଭକ୍ତ ହନୁମାନଙ୍କର କୃପା ପାଇବା ପାଇଁ ସବୁଦିନ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ।ଏହା ମଧ୍ୟ କୁହାଯାଇଛି ଶନିଙ୍କ ପ୍ରକୋପରୁ ମୁକ୍ତ ହେବା ପାଇଁ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ।

ସଦା ସର୍ବଦା ଭଗବାନଙ୍କୁ ସଠିକ ଉପାୟରେ ସ୍ମରଣ କରିବା ଆବଶ୍ୟକ ଅନ୍ୟଥା ନିୟମର ଭୁଲ ହେବା ଫଳରେ ଶୁଭ ଫଳ ମିଳିବା ବଦଳରେ ଏହାର ଅଶୁଭ ଫଳ ମିଳିଥାଏ।ଏଥିପାଇଁ ହନୁମାନ ଚାଳିଶା ପାଠ କରିବା ସମୟରେ ମଧ୍ୟ ନିୟମର ପାଳନ କରିବା ଆବଶ୍ୟକ ଅନ୍ୟଥା ହନୁମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ।ହନୁମାନ ଚାଳିଶା ପାଠ କରିବାର ସର୍ବପ୍ରଥମ ନିୟମ ହେଉଛି ନା କେବେ ହନୁମାନ ଚାଳିଶା ଅଧା ପଢିବା ନା କେବେ ଅଧା ଶୁଣିବା।ସର୍ବଦା ଏହାକୁ ସମ୍ପୂର୍ଣ୍ଣ କରିବା ପରେ ନିଜ ସ୍ଥାନରୁ ଉଠିବା ଆବଶ୍ୟକ।

ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ଭଗବାନ ରାମଚନ୍ଦ୍ର ଓ ମାତା ସୀତାଙ୍କୁ ପ୍ରଣାମ କରି ଏହାକୁ ଆରମ୍ଭ କରିବା ଆବଶ୍ୟକ।ହନୁମାନ ଚାଳିଶା ସଦା ସର୍ବଦା ଆସନ ଉପରେ ବସି ପାଠ କରିବା ଆବଶ୍ୟକ।ହନୁମାନଙ୍କ ମୂର୍ତ୍ତି ଉତ୍ତର ପୂର୍ବ ଦିଗରେ ଲାଲ କପଡା ଉପରେ ସ୍ଥାପନ କରି ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ।ହନୁମାନ ଚାଳିଶାର ପଠନ ଦିନରେ ୩,୫,୭ ଅଥବା ୧୧ ଥର କରିବା ଆବଶ୍ୟକ।ହନୁମାନ ଜୟନ୍ତୀ ଦିନ ୧୦୮ ଥର ହନୁମାନ ଚାଳିଶ ପାଠ କରିବା ଦ୍ୱାରା ହନୁମାନଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଭଗବାନ ହନୁମାନ ସଦାସର୍ବଦା ନିଜ ଭକ୍ତ ମାନଙ୍କର ରକ୍ଷା କରିଥାନ୍ତି ଓ ସେମାନଙ୍କୁ ସାହାସ ଯୋଗାଇ ଥାଆନ୍ତି।

Leave a Reply

Your email address will not be published. Required fields are marked *