June 19, 2024

Odia Express

News For Public

କୁମ୍ଭ ରାଶିର ଗୋଟେ ମାସର ଭବିଷ୍ୟବାଣୀ ୧୫ ଜୁନ ରୁ ୧୬ ଜୁଲାଇ ଖୋଲିଗଲା ଆପଣଙ୍କ ଭାଗ୍ୟ – ଏହି ସମୟ ରେ ଆପଣ ସବୁ ଖୁସି ର ଭାଗିଦାରୀ ହେବେ..

ଏହି ସଂସାରକୁ ଆଲୋକ ଓ କିରଣର ରାଜା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି।ସେ ୧୫ ଜୁନରେ ବୃଷ ରାଶିରୁ ବହାରିଯାଇ ମିଥୁନ ରାଶିରେ ପ୍ରବେଶ କରିବେ।ସେ ମିଥୁନ ରାଶିରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ରହିବେ।କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ବହୁତ ମହତ୍ତ୍ଵପୂର୍ଣ୍ଣ ଅଟେ।ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ନୂଆ ଲୋକଙ୍କୁ ଜାଣିବା ଓ ନୂଆ ଲୋକଙ୍କ ସହ ସମ୍ପର୍କ ତିଆରି କରିବା ପାଇଁ ଏକ ବହୁତ ଭଲ ସମୟ।ସୂର୍ଯ୍ୟଙ୍କର ଏହି ଗୋଚର ସମୟରେ ଆପଣଙ୍କ ଜୀବନରେ ଅନେକ ଶ୍ରେଷ୍ଠ ଓ ଶୁଭ ପରିଣାମ ଦେଖିବାକୁ ମିଳିବ।

ବୈଦିକ ଜ୍ୟୋତିଷର ସୂର୍ଯ୍ୟଙ୍କୁ ଆତ୍ମାର କର୍ତ୍ତା ବୋଲି ଗ୍ରହଣ କରାଯାଇଥାଏ।ସୂର୍ଯ୍ୟଙ୍କର ଏହି ଗୋଚର ଫଳରେ କୁମ୍ଭ ରାଶିର ଲୋକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।ସୂର୍ଯ୍ୟଙ୍କର ଏହି ଗୋଚର ସମୟରେ ବର୍ଷା ଋତୁ ଆରମ୍ଭ ହୋଇଛି ତେଣୁ କୁମ୍ଭ ରାଶିର ବ୍ୟକ୍ତି ମାନେ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ କାରଣ ଋତୁର ପରିବର୍ତ୍ତନ ଫଳରେ ଅନେକ ରୋଗ ଆସିପାରେ।ସୂର୍ଯ୍ୟଙ୍କର ଏହି ଗୋଚର କୁମ୍ଭ ରାଶିର ଲୋକମାନଙ୍କ ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ ଓ ସେମାନେ ନିଜ ଜିବନରେ କିଛିଟା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ସୂର୍ଯ୍ୟଙ୍କର ଏହି ଗୋଚର ଛୋଟ ପିଲାମାନଙ୍କର ସ୍ଵାସ୍ଥ୍ୟ,ପାଠପଢା ଦିଗରେ ବହୁତ ଭଲ କୁହାଯାଇପାରିବ ନାହିଁ।ତେଣୁ ଛୋଟପିଲା ମାନଙ୍କର ଧ୍ୟାନ ରଖିବା ଆବଶ୍ୟକ।ଯେଉଁ ବ୍ୟକ୍ତି ମାନେ ବ୍ୟବସାୟ କରିଥାନ୍ତି ସେମାନଙ୍କ ପାଇଁ ଏହି ସମୟ ଲାଭଦାୟକ ହେବ ଓ ସେମାନଙ୍କର ବ୍ୟବସାୟରେ ପ୍ରଗତି ଦେଖାଦେବ।ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ ଓ ଏହି ରାଶିର ଲୋକମାନଙ୍କୁ ବହୁତ ସଫଳତା ମିଳିବାର ସମ୍ଭାବନା ରହିଛି।ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କର ପ୍ରତିଦ୍ବନ୍ଦୀ ବଢ଼ି ପାରନ୍ତି।

ଏହି ସମୟରେ ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢୁଥିବାର ଦେଖାଯିବ ଓ ଏହି ସମୟରେ ଆପଣ ସବୁକ୍ଷେତ୍ରରେ ସଫଳତା ପାଇବେ।ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କୁ ଜୁଆ ଖେଳିବାରୁ ଦୂରେଇ ରହିବା ଆବଶ୍ୟକ।ଏହି ସମୟରେ ଆପଣଙ୍କୁ ଟିକେ ସତର୍କ ରହିବା ଆବଶ୍ୟକ କାରଣ ଏହି ସମୟରେ ଆପଣଙ୍କୁ ନିଜ ଲୋକଙ୍କ ଦ୍ୱାରା ଆପଣ ଧୋକା ଖାଇପରାନ୍ତି।ଏହି ସମୟ ଆପଣ ନିଜ ରଚନାତ୍ମକ ଭାବନାକୁ ଜାଗ୍ରତ କରିପାରନ୍ତି।ଏହି ରାଶିର ଲୋକମାନଙ୍କର ଏହି ସମୟରେ ତାଙ୍କ ଜୀବନ ସ୍ଥିତିରେ ଅନେକ ସୁଧାର ଦେଖିବାକୁ ମିଳିବ।

ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କୁ ଅନେକ ଶୁଭ ଖବର ମିଳିବାର ସମ୍ଭାବନା ରହିଛି।ବନ୍ଦ କରିଥିବା କାର୍ଯ୍ୟର ଆପଣ ପୁଣି ଥରେ ଆରମ୍ଭ କରିପାରିବେ।ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କୁ ନିଜ ସନ୍ତାନ ଓ ନିଜ ଦେହର ଯତ୍ନ ନେବା ଆବଶ୍ୟକ।ପାଠ ପଢା କ୍ଷେତ୍ରରେ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ଏହି ସମୟରେ ବୃଦ୍ଧ ଓ ବୃଦ୍ଧାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ କାରଣ ଏହି ସମୟରେ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇପାରେ।

Leave a Reply

Your email address will not be published. Required fields are marked *