March 2, 2024

Odia Express

News For Public

୧୦ ବର୍ଷରୁ ନିଜ ମା ଠାରୁ ଦୁରରେ ରହିଥିବା ରାନୁ ମଣ୍ତଳଙ୍କ ଝିଅ, ମା ଲୋକପ୍ରିୟତା ପାଇବାପରେ ଯୋଡି ନେଲେ ତାଙ୍କ ସହ ସଂମ୍ପର୍କ

ବଙ୍ଗାଲର ରାଣାଘାଟ ଷ୍ଟେସନରେ ଗୀତ ଗାଇକରି ଓ ଭିକ ମାଗିକରି ନିଜ ଗୁଜୁରାଣ ମେଣ୍ଟାଉଥିବା ରାଣୁ ମଣ୍ତଳ ତ ଆପଣ ସମସ୍ତେ ଜାଣିଥିବେ । ରାନୁ ମଣ୍ତଳ ନିଜ ସୁମଧୁର ସ୍ୱର ଆବାଜରେ ଲତା ମଙ୍ଗେସକରଙ୍କ ବହୁତ ଲୋକପ୍ରିୟ ଗୀତ “ଏକ୍ ପ୍ୟାର୍ କା ନଗମା ଗୀତ ଗାଇକରି ରାତାରାତି ଷ୍ଟାର୍ ହୋଇଗଲେ, ରାନୁ ମଣ୍ତଳ ଯେତେ ଜଲଦି ଇଣ୍ତଷ୍ଟ୍ରିରେ ସଫଳତାର ସିଢି ଚଢିଥିଲେ । ସେତେ ଜଲଦି ଇଣ୍ତଷ୍ଟ୍ରିରୁ ଗାୟବ ହୋଇଗଲେ , ଓ ଗତ ଦେଢମାସରୁ ରାନୁ ମଣ୍ତଳ ମ୍ୟୁଜିକ୍ ଇଣ୍ତଷ୍ଟ୍ରିରୁ ଦୁରେଇ ରହିଛନ୍ତି, ସେମିତି ରାନୁ ମଣ୍ତଳ ଏବେ ମିଡିଆ ଓ ଲାଇମ୍ ଲାଇଟ୍ ରୁ ଦୁରରେ ଅଛନ୍ତି, ଏବେ ସେ ପୁରୁଣା ଘରେ ରହୁଛନ୍ତି ।

କହିଦେବୁ କି ରାନୁ ମଣ୍ତଳ ନିଜ ଗୀତ ପାଇଁ ଫେମସ୍ ହୋଇଗଲେ , ତେବେ ରାନୁ ମଣ୍ତଳଙ୍କ ଝିଅ ତାଙ୍କୁ ଦେଖାକରିବାକୁ ଆସିଲେ , ରାନୁ ନିଜ ଝିଅଙ୍କ ସହ ଏକ ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି ଏହି ଫଟୋ ତେବେ ଭାଇରାଲ୍ ହୋଇଥିଲା ଯେବେ ତାଙ୍କ ଝିଅ ତାଙ୍କୁ ୧୦ ବର୍ଷ ପରେ ଦେଖାକରିବାକୁ ଆସିଥିଲେ , ରାନୁଙ୍କ ଝିଅଙ୍କୁ ଏଥିପାଇଁ ଟ୍ରୋଲ୍ କରାଗଲା ଯେବେ ସେ ନିଜ ମାଙ୍କୁ ଏତେ ଲୋକପ୍ରିୟତା ମିଳିବାପରେ ଆସିଥିଲେ ଦେଖାକରିବାକୁ କିନ୍ତୁ ଯେବେ ସେ ଅସୁବିଧାରେ ପଡିଥିଲେ ସେ ନିଜ ମାଠାରୁ ଦୁରେଇ ଯାଇଥିଲେ ।

ରାନୁ ମଣ୍ତଳଙ୍କ ଝିଅଙ୍କ ନାଁ ଏଲିଜାବେଥ୍ ଅଟେ , ଯେବେ କି ରାନୁ ଙ୍କ ସ୍ୱାମୀଙ୍କ ପରଲୋକ ହୋଇଯାଈଛି, ତାଙ୍କ ଝିଅ ବି ତାଙ୍କ ସାଥ୍ ଛାଡିଦେଇଥିଲେ,  ଓ ଯେବେ କି ରାନୁଙ୍କ ପାଖରେ କିଛି ବି ସାହାରା ନଥିଲା  ତେବେ ରାନୁ ଷ୍ଟେସନରେ ଭିକ ମାଗିକରି ନିଜ ପେଟପୋଷୁଥିଲେ,  ଓ ଯେବେ ରାନୁ ରାତାରାତି ଷ୍ଟାର୍ ହୋଇଗଲେ ତେବେ ତାଙ୍କ ଝିଅ ତାଙ୍କୁ ଦେଖାକରିବାକୁ ଆସିଲେ ଯେବେ ତାଙ୍କୁ ପଚାରାଗଲା କି ସେ ଏତେ ଦିନ ନିଜ ମା ଠାରୁ କିପରି ଦୁରରେ ରହିଲେ ତେବେ ସେ କହିଲେ କି ମୋତେ ଜଣାନଥିଲା କି ମୋର ମା ରେଲୱେ ଷ୍ଟେସନରେ ଗୀତ ଗାଉଥିଲେ ।

ସେମିତି ଏକ ଇଣ୍ଟରଭ୍ୟୁରେ ରାନୁଙ୍କ ଝିଅ ଏଲିଜାବେଥ୍ କହିଥିଲେ କି ମୋର ମା ଦୁଇଟି ବିବାହ କରିଛନ୍ତି, ଓ ରାନୁଙ୍କ ପ୍ରଥମ ସ୍ୱାମୀଙ୍କ ଝିଅ ଏଲିଜାବେଥ୍ ଥିଲେ , ସେମିତି ରାନୁ ମଣ୍ତଳଙ୍କ ନିଜ ଝିଅ ସହ କିଛି ଅଭିଯୋଗ ନଥିଲା,  ସେ ନିଜ ଝିଅକୁ ଆଉଥରେ ଦେଖି ବହୁତ ଖୁସି ଅଛନ୍ତି , କହିଦେବୁ କି ଏହି ଦିନରେ ରାନୁଙ୍କ ପାଖରେ କିଛି ବି କାମ ନାହିଁ , ରାନୁଙ୍କ ଆର୍ଥିକ ଅବସ୍ଥା ଠିକ୍ ନାହିଁ ,ଓ ଏବେ ସେ ନିଜ ପୁରୁଣା ଘରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *