October 2, 2023

Odia Express

News For Public

ସକାଳୁ ସକଳୁ ପେଟ କୁ ସମ୍ପୂର୍ଣ ସଫା କରିବାର ଏହି ଉପାୟ ଆଜି ଜାଣି ନିୟନ୍ତୁ – ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ରହିଛି ତେବେ ପଢିବା ନିହାତି ଦରକାର

ଆମ ଦୈନନ୍ଦିନ ଜୀବନରେ କୋଷ୍ଟ କାଠିନ୍ୟ ଏକ ବହୁତ ସାଧାରଣ ଘଟଣା ଅଟେ।ଏହି ବେମାରି ଆଜିକାଲି ପ୍ରାୟତଃ ସବୁ ଲୋକଙ୍କ ସହ ଅଛି ଆଉ ଏହାର କିଛି ସାଧାରଣ ଲକ୍ଷଣ ଅଛି। ଯଦି ଆପଣଙ୍କ ପେଟ ସକାଳୁ ଠିକ ସେ ସଫା ନ ହେଉଛି ଅଥବା ଆପଣ ଯେବେ ଝାଡା ବସୁଛନ୍ତି ତ ଆପଣଙ୍କୁ ବହୁତ ଚାପ ଦେବାକୁ ହେଉଛି, ଅଥବା ଆପଣଙ୍କ କମ ଖାଦ୍ୟ ଆପଣଙ୍କ ପେଟ ଭରି ଦେଉଛି ଅଥବା ଆପଣଙ୍କ ପେଟରେ ଦିନ ତମାମ ଲାଗୁଛି କି ଆପଣଙ୍କୁ ପୁଣି ବାଥ୍ରୂମ ଯିବା ଦରକାର ତାହେଲେ ଏହା ସାଧାରଣ କି ଆପଣ ବି କୋଷ୍ଟ କାଠିନ୍ୟର ଶିକାର ହେଇ ଯାଇଛନ୍ତି।ଏହାକୁ ଅଧିକାଂଶ ଲୋକ ଅଣଦେଖା କରି ଦେଇଥାନ୍ତି ଆଉ ଏହାକୁ ଏକ ଛୋଟ ସମସ୍ୟା ଭାବେ ଦେଖି ହି ନଥାନ୍ତି। ମାତ୍ର ଆଗକୁ ଯାଇ ତାହା ଏକ ବହୁତ ବଡ଼ ସମସ୍ୟାରେ ପରିବର୍ତ୍ତିତ ହେଇ ପାରେ।

କୋଷ୍ଟ କାଠିନ୍ୟ ଦ୍ୱାରା ବହୁତ କିଛି ବଡ଼ ରୋଗ ଆମକୁ ଗ୍ରାସ କରି ପାରେ।ଆମର ଲିଭର କାମ ନ କରିପାରେ, ଆମ ଲିଭର ପୁରା ଡ୍ୟାମେଜ ହେଇ ଯାଇପାରେ। ଆମ ଲିଭର କାମ ନ କରିବା ଦ୍ୱାରା ଆମ ହଜମ ଠିକ ସେ ହେଇ ନପାରେ ଆଉ ଏହା ହେବାଦ୍ୱାରା ଆମର ମୋଟାପା ଅଧିକ ବଢି ଯାଇପାରେ।ଆପଣ ଦେଖି ଥିବେ କି ଯେଉଁ ଲୋକ ମାନଙ୍କର ଅନାବଶ୍ୟକ ଓଜନ ବୃଦ୍ଧି ହୁଏ ସେମାନଙ୍କର ହି ଏହି କାଠିନ୍ୟ ସମସ୍ୟା ଥାଏ।ତେଣୁ ଏହାକୁ ଧ୍ୟାନ ଦେବା ଜରୁରୀ ଅଟେ।

ଯେପରିକି ଆଜିକାଲି ଆମ ଖାଦ୍ୟ ପେୟର ବିଲକୁଲ ବି ସମୟ ନାହିଁ, ଆମେ ଯେତେବେଳେ ସମୟ ହେଉଛି ସେତେବେଳେ ବି ଖାଉଛୁ ଆଉ ବିଲକୁଲ ବି ନିଜର ଖାଇବା ଉପରେ ଧ୍ୟାନ ଦେଉନାହୁଁ ତେଣୁ ଆମକୁ ଏହି ସମସ୍ୟା ହେଉଛି।ଆମର ଟେନ୍ସନ, ଷ୍ଟ୍ରେସ ତଥା ଅନ୍ୟ ଚିନ୍ତା ତଥା ପାଣିର କମ ସେବନ ବି ଆଜିକାଲିର କୋଷ୍ଟ କାଠିନ୍ୟର ମୁଖ୍ୟ କାରଣ ଅଟେ।ଆଜି ଆମେ ଆପଣଙ୍କ ପାଖରେ କିଛି ସାଧାରଣ ଉପାୟ କହିବୁ ଯାହା କି ଏହି ସମସ୍ୟାକୁ ଦୂର କରିପାରେ। ଆସନ୍ତୁ ଜାଣିବା।

ଯେତେବେଳେ ଆପଣଙ୍କ ପେଟରେ ଅଧିକ ସମୟ କୋଷ୍ଟ କାଠିନ୍ୟ ରହିଯାଏ ସେତେବେଳେ ଆପଣଙ୍କ କ୍ଷୁଦ୍ରନ୍ତ ଶକ୍ତ ହେଇଯାଏ ଆଉ ପୁରା କାଠ ଭଳି ହେଇଯାଏ। ସେତେବେଳେ ଆପଣଙ୍କୁ ଖାଦ୍ୟ ସହ ଦେଶୀ ଗାଈର ଘିଅ ନିଶ୍ଚୟ ନେବା ଦରକାର ଯାହା କି ଆପଣଙ୍କ କ୍ଷୁଦ୍ରନ୍ତକୁ ମଜବୁତ କରିବ।

ଖାଇବା ସମୟରେ ଆପଣ ଖାଦ୍ୟ କୁ ଅଧିକ ସମୟ ପାଇଁ ଚୋବେଇ ଚୋବେଇ ଖାନ୍ତୁ ଯାହା କି ଆପଣଙ୍କ ହଜମ କ୍ରିୟାର ପ୍ରଥମ ପ୍ରକ୍ରିୟା ଅଟେ।ଏହାଦ୍ୱାରା ହଜମ ଠିକ ସେ ହୁଏ ଆଉ ପେଟ ସଫା ରହେ।

ଏବେ ଆପଣ ଜୁଆଣି, ଜୀରା ଦୁଇଟିର ଏକ ଏକ ଚାମଚ ନେଇଯାନ୍ତୁ।ତାକୁ ଆପଣ ଭାଜି ଦେଇ ସୁଖାଇ ଦିଅନ୍ତୁ ଆଉ ତାହା ପରେ ତା ଭିତରେ ଏକ ଚାମଚ ପାନମହୁରୀ ପକାନ୍ତୁ। ଏହାପରେ ଆପଣ ତାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ ଆଉ ସେଥିରେ ଏକ ଚାମଚ କଳା ଲୁଣ ମିଶାନ୍ତୁ।ଏହି ମିଶ୍ରଣ ସହ ଆପଣ ହାଲକା ଗରମ ପାଣି ଗୋଟେ ଗ୍ଲାସ ମିଶାଇ ଖାଇବାର ଏକ ଘଣ୍ଟା ପରେ ପିଇ ସୋଇପାରିବେ।ଏହା ଆପଣଙ୍କ କୋଷ୍ଟ କାଠିନ୍ୟ ସମସ୍ୟାକୁ ଦୂର କରିବ।

Leave a Reply

Your email address will not be published. Required fields are marked *