September 30, 2023

Odia Express

News For Public

ଓଡ଼ିଆ ସାଧାରଣ ଜ୍ଞାନ ପ୍ରଶ୍ନ – ଦୁନିଆ ରେ ଏପରି କେଉଁ ଜୀବ ଅଛି ଯାହାର ଆଖି ନାହିଁ କିନ୍ତୁ ସେ ଚାଲି ପାରୁଛି? ମାତ୍ର ୧ ପ୍ରତିଶତ ଲୋକ ସଠିକ ଉତ୍ତର ଦେଇ ପାରିବେ

ତେବେ ବନ୍ଧୁମାନେ ସାଧାରଣ ଜ୍ଞାନ ଆଜିକାଲି ସବୁ ଇଣ୍ଟର୍ଭ୍ୟୁ ଏବଂ ପରୀକ୍ଷାରେ ପଚରା ଯାଉଛି।ତେବେ ଆଜି ଆମେ ଏଠାରେ ସେହି ସାଧାରଣ ଜ୍ଞାନକୁ ବଢ଼ାଇବା ପାଇଁ ୧୦ଟି ପ୍ରଶ୍ନ ଆଣିକି ଆସିଛୁ।ପ୍ରତି ପ୍ରଶ୍ନ ପାଇଁ ଆପଣଙ୍କୁ ୧୦ସେକେଣ୍ଡ ସମୟ ଦିଆଯିବ।୧୦ ସେକେଣ୍ଡ ମଧ୍ୟରେ ଉତ୍ତର ନ କରି ପାରିଲେ ଆପଣ ଏଠାରେ ଲେଖା ଯାଇଥିବା ଉତ୍ତରକୁ ଦେଖିବେ।ତେବେ ଯଦି ଆପଣ ଉତ୍ତର ଦେଇ ପାରୁନାହାଁନ୍ତି, ତେବେ ବି ଆପଣ ଏ ଆର୍ଟିକଲଟିକୁ ଶେଷ ଯାଏଁ ପଢନ୍ତୁ।କାରଣ ଏହାକୁ ପଢ଼ିବା ଦ୍ଵାରା ଆପଣଙ୍କର ସାଧାରଣ ଜ୍ଞାନରେ ଟିକେ ଉନ୍ନତି ହେବ।ତେବେ ଚାଲନ୍ତୁ ଆରମ୍ଭ କରିବା।

୧)ପ୍ରଥମ ପ୍ରଶ୍ନଟି ହେଉଛି: ମଣିଷ ଦିନକୁ ପ୍ରାୟ କେତେ ଥର ପ୍ରଶ୍ୱାସ ବାୟୁ ନେଇଥାଏ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି: ମଣିଷ ଗୋଟେ ମିନିଟରେ ପ୍ରାୟ ୧୫ଥର ପ୍ରଶ୍ଵାସ ନେଇଥାଏ, ସେହି ହିସାବରେ ଗୋଟେ ଦିନରେ ପ୍ରାୟ ୨୨୦୦୦ଥର ପ୍ରଶ୍ୱାସ ନେଇଥାଏ।

୨)ଦ୍ଵିତୀୟ ପ୍ରଶ୍ନଟି ହେଉଛି: କେଉଁ ଜୀବର ଆଖି ନାହିଁ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି: ଜିଆ ବା କେଞ୍ଚୁଆ , ବନ୍ଧୁମାନେ ବା କେଞ୍ଚୁଆ ସାଧାରଣତଃ ମାଟି ତଳେ ରହିଥାଏ।ବିନା ଆଖିରେ ଏହାର ଆଲୋକ ଓ ଅନ୍ଧାର ଚିହ୍ନିବାର ଶକ୍ତି ଦ୍ବାରା ଏହା ସବୁ କାମ କରିଥାଏ।

୩)ତୃତୀୟ ପ୍ରଶ୍ନଟି ହେଉଛି: କେଉଁ ପକ୍ଷୀ ଆକାଶରେ ୩୦ ହଜାର ଫୁଟ ଉଚ୍ଚତାରେ ଉଡିବାର କ୍ଷମତା ରଖିଥାଏ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି: ଶାଗୁଣା, ତେବେ ବନ୍ଧୁମାନେ ଦୁଃଖର ବିଷୟ ଏହା କି ଧୀରେ ଧୀରେ ଶାଗୁଣାର ଅନେକ ଜାତି ବିଲୁପ୍ତ ହେଇଗଲେଣି।

୪)ଚତୁର୍ଥ ପ୍ରଶ୍ନଟି ହେଉଛି: କେଉଁ ଜୀବର ହୃତପିଣ୍ଡଟି ତାହାର ମୁଣ୍ଡରେ ଥାଏ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି:ଚିଙ୍ଗୁଡ଼ି, ସାଧାରଣତଃ ସମସ୍ତଙ୍କର ହୃତପିଣ୍ଡ ଛାତିରେ ଥାଏ।ତେବେ ଚିଙ୍ଗୁଡ଼ି ଏକମାତ୍ର ଜୀବ ଯାହାର ହୃତପିଣ୍ଡ ଛାତିରେ ନ ରହି ମୁଣ୍ଡରେ ଥାଏ।

୫)ପଞ୍ଚମ ପ୍ରଶ୍ନଟି ହେଉଛି: କେଉଁ ଜୀବର ଆଖିରୁ ସବୁବେଳେ ଅହରହ ଲୁହ ଝରୁଥାଏ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି:କୁମ୍ଭୀର, ତେବେ କୁମ୍ଭୀର ସବୁବେଳେ ନିଜ ଆଖିରୁ ଲୁହ ଝରାଉଥିବା ଯୋଗୁଁ ଛଳନାର କାନ୍ଦଣାକୁ କୁମ୍ଭୀର କାନ୍ଦଣା ବୋଲି କୁହାଯାଏ।

୬)ଷଷ୍ଠ ପ୍ରଶ୍ନଟି ହେଉଛି:କେଉଁ ଦେଶର ଲୋକମାନେ ବିଲେଇକୁ ପୂଜା କରିଥାନ୍ତି?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି:ମିଶର ଦେଶର ଲୋକମାନେ,ତେବେ ୩୦୦୦ ବର୍ଷ ତଳଠାରୁ ଏମାନେ ବିଲେଇକୁ ପୂଜା କରି ଆସୁଛନ୍ତି।

୭)ସପ୍ତମ ପ୍ରଶ୍ନଟି ହେଉଛି:କେଉଁ ଜୀବ କେବେ ହେଲେ ଶୁଏ ନାହିଁ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି:ମାଛ,ତେବେ ମାଛ ମାନେ କେବେ ହେଲେ ସ୍ତନପାୟୀ ପ୍ରାଣୀ ମାନଙ୍କ ଭଳି ଶୋଇନଥାନ୍ତି।ଏମାନେ ବିଶ୍ରାମ କରିଥାନ୍ତି।

୮)ଅଷ୍ଟମ ପ୍ରଶ୍ନଟି ହେଉଛି: କେଉଁ ଗଛ ସର୍ବଦା କାନ୍ଦୁଥାଏ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି:ୟୁରେଲ ଗଛ।

୯)ନବମ ପ୍ରଶ୍ନଟି ହେଉଛି:ମଣିଷ ଶରୀରରେ ଥିବା ସବୁ ଶିରା ଓ ଧମନୀକୁ ସଲଖାଇ ଲମ୍ବାଇଲେ କେତେ ଲମ୍ବା ହେବ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

ଏହାର ଉତ୍ତର ହେଉଛି:ଏକ ଲକ୍ଷ ମିଟର ଲମ୍ବା,ତେବେ ଏହାର ଲମ୍ବକୁ ଆକଳନ କରିବା ପାଇଁ ଜାଣି ରଖନ୍ତୁ ଯଦି ଏହାକୁ ବିଛାଇ ଦିଆଯାଏ ତେବେ ଏହା ପୃଥିବୀର ପରିଧିକୁ ୨.୫ ଥର ଆବରଣ କରିବ।

୧୦)ଦଶମ ପ୍ରଶ୍ନଟି ହେଉଛି:କେଉଁ ବ୍ୟକ୍ତି କାଠ ଥାଳି ଓ କାଠ ଚାମଚରେ ଭୋଜନ କରୁଥିଲେ?୧୦ ସେକେଣ୍ଡ ଯାଏଁ ଭଲରେ ଭାବନ୍ତୁ।

Leave a Reply

Your email address will not be published. Required fields are marked *