October 2, 2023

Odia Express

News For Public

ଥଣ୍ଡା,କାଶ, ସର୍ଦିରୁ ଗୋଟିଏ ଥରରେ ମୁକ୍ତି ପାଆନ୍ତୁ ତୁଳସୀ ଓ ମହୁର ଏହି ଉପାୟ ଦ୍ଵାରା – ଘରେ ଏପରି ନିଜ ଥଣ୍ଡା କାଶ ଦୂର କରନ୍ତୁ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ସର୍ଦ୍ଦି,ଥଣ୍ଡା,କାଶ ଆଦିରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପାୟ ଆଣିଚି।ନାକ ବନ୍ଦ,ଖରାପ ଗଳା,ମୁଣ୍ଡ ବିନ୍ଧା ଆଦି ଏହି ଋତୁରେ ସାମାନ୍ୟ କଥା। ମୌସୁମୀ ବଦଳିବା କାରଣରୁ ଆମ ଶରୀର ଏଭଳି ପରିବର୍ତ୍ତନକୁ ସହି ପାରେନାହିଁ।ଏହି କାରଣରୁ ଆମେ ଥଣ୍ଡା କାଶ ଆଦି ରୋଗରେ ପୀଡିତ ହେଉ।ବାରମ୍ବାର ଡକ୍ଟର ପାଖକୁ ଯିବା ଓ ଔଷଧ ଖାଇବା ଦ୍ବାରା ଆମ ଲିଭର ଉପରେ ଏହାର ପ୍ରଭାବ ପଡିଥାଏ ଓ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ କରିଥାଏ।ଆଜି ମୁଁ ଆପଣ ମାନଙ୍କୁ କିଛି ଉପାୟ କହିବି ଯାହାଦ୍ଵାରା ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ।

ଆପଣ ତୁଳସୀ ଗଛକୁ ନିଜ ଘରେ କୁଣ୍ଡରେ ଲଗାଇ ପାରିବେ।ଆପଣ ତୁଳସୀକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରିବେ।ଏହାର ସବୁଠୁ ବଡ ଗୁଣ ହେଉଛି ଏହା ଯେକୌଣସି ଜ୍ୱର,ସର୍ଦ୍ଦିକୁ ଭଲ କରିଦିଏ। ବ୍ୟାକ୍ଟେରିଆଲ ଜ୍ଵର ହେଉକି ଭାଇରାଲ ଜ୍ଵର,ଟାଇଫଏଡ,ଥଣ୍ଡା ଜ୍ବର ଏହା ସବୁ ପ୍ରକାର ଜ୍ଵରକୁ ସମାପ୍ତ କରିଦିଏ।ବେଳେବେଳେ ଏପରି ହୁଏ କି ଯଦି ଆପଣ ଅଧିକ ପରିଶ୍ରମ କରିଦିଅନ୍ତି ତ ଆପଣଙ୍କ ଦେହ ଖରାପ ହୋଇଥାଏ।କୌଣସି ପ୍ରକାର ଜ୍ବର,ଥଣ୍ଡା,କାଶ,ସର୍ଦ୍ଦି ରୋକିବାରେ ତୁଳସୀର ବହୁତ ବଡ଼ ଅବଦାନ ରହିଥାଏ।

ଆପଣ ଏହାକୁ ସର୍ବଦା ନିଜ ଘରେ ଲଗାନ୍ତୁ ଓ ଯେବେବି ସର୍ଦ୍ଦି ଆସେ ତ ଏହାର ଉପଯୋଗ କରନ୍ତୁ।ଏହାର ଉପଯୋଗ ବହୁତ ସହଜ।ଆପଣ ୧୫ ରୁ ୨୦ ଟି ପତ୍ର ନିଅନ୍ତୁ।ଏହାକୁ ଚିପୁଡି କରି ଏହାର ରସ ବାହାର କରିଦିଅନ୍ତୁ।ଏହାର ରସକୁ ଗରମ କରିଦିଅନ୍ତୁ।ଏଥିରେ ଟିକେ ଗୁଡ଼ ମିଶାଇ ଦିଅନ୍ତୁ।ଯଦି ଆପଣ ମହୁ ଖାଇପାରିବେ ତ ଟିକେ ମହୁ ମିଶାଇ ଦିଅନ୍ତୁ।ଏହାକୁ ସକାଳେ ଓ ସନ୍ଧ୍ୟାରେ ଏକ ଚାମଚ ଲେଖାଏଁ ଖାଆନ୍ତୁ।ଏପରି କରିବା ଦ୍ବାରା ଆପଣ ଯେକୌଣସି ପ୍ରକାର ରୋଗକୁ ସମାପ୍ତ କରିପାରିବେ। ତୁଳସୀର ସବୁଠୁ ବଡ଼ ଯୋଗଦାନ ହେଉଛି ଯେକୌଣସି ଥଣ୍ଡା ଓ ଜ୍ୱରକୁ ଭଲ କରିପାରିବ।ଯଦି ୧୦୩ ବା ୧୦୪ ଡିଗ୍ରୀ ଜ୍ଵର ଅଛି ତ ତୁଳସୀର କାଢା ତିଆରି କରି ପିଅନ୍ତୁ।ଆପଣ କିଛି ତୁଳସୀ ପତ୍ରକୁ ପାଣିରେ ସିଝନ୍ତୁ। ତା ପରେ ଏଥିରେ ଗୁଡ଼ ମିଶାଇ ପିଅନ୍ତୁ।

ତୁଳସୀର ବ୍ୟାକ୍ଟେରିଆ ମାରିବାର କ୍ଷମତା ରହିଥାଏ।ଏହା ଜ୍ଵର ଥଣ୍ଡା ଆଦି ପାଇଁ ମଧ୍ୟ ବହୁତ ଉପକାରୀ।୩ ରୁ ୪ ଟି ତୁଳସୀ ପତ୍ରକୁ ସକାଳେ ଓ ସନ୍ଧ୍ୟାରେ ଚୋବାନ୍ତୁ ନଚେତ ୮ ରୁ ୧୦ ଟି ତୁଳସୀ ପତ୍ରକୁ ପାଣି ସହିତ ଗରମ କରନ୍ତୁ ଓ ଏହାକୁ ଦିନରେ ଦୁଇରୁ ତିନି ଥର ପିଅନ୍ତୁ।

Leave a Reply

Your email address will not be published. Required fields are marked *