October 2, 2023

Odia Express

News For Public

ଆମେରିକାରେ ନିମ୍ବ ଦାନ୍ତକାଠିର ଦାମ୍ ଜାଣିଲେ ଆପଣ ବି ଚକିତ ହୋଇଯିବେ , ଆସନ୍ତୁ ଜାଣିବା ସେହି ବିଷୟରେ…

ଆମେ ତ ସେହି ସମୟରୁ ଗତି କରୁଛେ ଯେଉଁଠି ପ୍ରାୟ ୮୦ ପ୍ରତିଶତ ଛୁଆ ନିମ୍ବର ଗଛ ବି ଚିହ୍ନିପାରିବେ ନାହିଁ , ମେଡିକାଲ୍ ପ୍ରୋପଟିଜ୍ ତ ଦୁରର କଥା, ଆମର ପୁର୍ବଜ ଯେଉଁ ନିମ୍ବର ଦାନ୍ତକାଠି ବ୍ୟବହାର କରୁଥିଲେ ଓ ବର୍ଷ ବର୍ଷ ଧରି ଦାନ୍ତ ମଜବୁତ୍ ଓ ରୋଗ ରହିତ ରହୁଥିଲା, ଆଜି ଆମେ ଅଳିଆ ଉପଯୋଗ କରି ନାନାପ୍ରକାରର ଡେଣ୍ଟାଲ୍ ପ୍ରୋବ୍ଲେମ୍ ସହ୍ୟ କରିବାକୁ ବାଧ୍ୟ ହେଉଛେ , ଆଉଥରେ ଭାବିବାକୁ ଅଛି ଆମର ପୁର୍ବଜ ଅଧିକା ସାଇଣ୍ଟିଫିକ୍ ଥିଲେ ନା ଆମେ ଅଛୁ ।ପାଠ ପଢିଥିବା ଲୋକେ ଦାମୀ ନାଁରେ ରୋଗର ଚକ୍କରରେ ମୁର୍ଖ ହୋଇଥାନ୍ତି, ସବୁ ଜାଗାରେ ଏହା ନଜର ଆସିଯିବ, ଆମେ ଭାରତୀୟ ନିମ୍ବର ଦାନ୍ତକାଠି କେବେ ଠାରୁ ଭୁଲି ସାରିଛେ, ଓ ଆମେରିକାରେ ଅନଲାଇନ୍ ବିକ୍ରି ହେଉଛି, ହେଲା ନା ଆଶ୍ଚର୍ଯ୍ୟରକଥା, ଆମେ ତାଙ୍କର ବେକାର୍ ପେଷ୍ଟ ବ୍ୟବହାର କରୁଛେ, ଓ ସେ ନିମ୍ବର ଦାନ୍ତକାଠି ।

ନିମ୍ବକୁ ବିଦେଶରେ ଭଗବାନଙ୍କ ଦାନ ରୁପରେ ଦେଖାଯାଉଛି, ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗଲ୍ ତତ୍ତ୍ୱର ମହଜୁଦ୍ ଏହାର ଖାସ୍ କାରଣରୁ ୟୁରୋଫୀୟ ଦେଶରେ ଲୋକେ ଟୁଥପେଷ୍ଟ ପରିବର୍ତ୍ତେ ନିମ୍ବର ଦାନ୍ତକାଠି ବ୍ୟବହାର କରୁଛନ୍ତି, ଏହାର ଚାହିଦା ଲଗାତାର ବଢିବାରେ ଲାଗିଛି, ଆମେରିକା ପରି ଦେଶରେ ୨ ଡଲାର୍ ମାନେ ପ୍ରାୟ ୧୩୫ ଟଙ୍କା ପ୍ରତି ଦାନ୍ତକାଠି ବିକ୍ରି ହେଉଛି ।

ସିବିଆର୍ ଆଇ ର ପ୍ରୋ ବରିଷ୍ଠ ବୈଜ୍ଞାନିକ ପ୍ରଦୀପ କୁମାର ଶ୍ରୀବାସ୍ତବ କହିଲେ କି ୟୁରୋଫୀୟ ଦେଶର ଲୋକେ ସ୍ୱାସ୍ଥ୍ୟ ପ୍ରତି ବହୁତ ସଚେତନ ଅଟନ୍ତି, ନିମ୍ବରେ ସେଠାରେ ବହୁତ ଗବେଷଣା କରାଯାଇଛି, ସେଠାରେ ବହୁତ୍ ନାଗରିକ ସକାଳୁ ଦାନ୍ତ ଘଷିବାର ନଜର ଆସିବେ , ଆମେରିକା ସହରରେ ୨ ଡଲାରରେ ଦାନ୍ତକ୍ଠି ବିକ୍ରି ହେଉଥିବାର ନିଜେ ଦେଖିଛି, ୟୁରୋଫିୟ ଦେଶ ଧୀରେ ଧୀରେ ଏହାର ଡିମାଣ୍ତ କରୁଛନ୍ତି, ସେମିତି ମଲ୍ ରେ ବି ଏହାର ବିକ୍ରି ଆରମ୍ଭ ହୋଈଯାଇଛି, ତାଙ୍କୁ ଗୋଟେ ପ୍ୟାକେଟ୍ ରେ ପ୍ୟାକ୍ କରି ତାକୁ ଶୋ କେସ୍ ରେ ବିଶେଷ ଜାଗା ମିଳିଛି ।

ଡାକ୍ତର ଶ୍ରୀବାସ୍ତବ କହିଲେ ସକାଳ ସମୟ ଜିଭ ଅଧିକା ସଂବେଦନଶୀଳ ଅବସ୍ଥାରେ ରହେ, ଖାଲି ପେଟରେ ଯେବେ ଦାନ୍ତକାଠିକୁ ଦାନ୍ତରେ ଚୋବାଇଥାଉ ତେବେ ମୁହଁରେ ମହଜୁଦ୍ ବ୍ୟାକ୍ଟେରିଆ ମରିବା ସହ ସେ ଜୀବ ମାଧ୍ୟମରୁ ସୁକ୍ଷ୍ମ୍ ରୁପରେ ଶରୀରର ସବୁ ଭାଗରେ ପହଞ୍ଚିଥାଏ, ଓ ବ୍ୟାକ୍ଟେରିଆକୁ ଶେଷ୍ କରେ ।

ଡାକ୍ତର ପ୍ରଦୀପ ଶ୍ରୀବାସ୍ତବ କହିଲେ କି ଏସିଆର ଜଳବାୟୁ ନିମ୍ବ ପାଇଁ ବହୁତ ଲାଭକାରୀ ଅଟେ । ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗଲ୍ ଗୁଣ ଥାଏ, ଥଣ୍ତା ହେଲେ ୟୁରୋଫିୟ ଦେଶରେ ନିମ୍ବ ଗଛ ଉତ୍ପାଦନ କରାଯାଇପାରିବ ନାହିଁ ,ସେଠାରେ ଲୋକ କେଉଁ ପରି ଏହାକୁ ରୋପଣ କରାଯିବ ଏହାର କିଛି ତତ୍ତ୍ୱ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *