September 30, 2023

Odia Express

News For Public

କୋଷ୍ଟକାଠିନ୍ୟ ରୋଗରୁ ରକ୍ଷା ପାଇବାର ଉପାୟ – ରାତିରେ ଏହାକୁ ଖାଇଲେ ଆପଣଙ୍କ ପେଟ ପୁରା ଖାଲି ହେଇଯିବ ଓ ଲାଗିବ ଆରାମ..

ସାଙ୍ଗମାନେ ଆଜିର ଆମେ ଜାଣିବା ଆପଣ କୋଷ୍ଟକାଠିନ୍ୟକୁ ସମ୍ପୂର୍ଣ୍ଣ ଭାବରେ କିପରି ଦୂର କରିବେ।ଏଥିପାଇଁ ଧ୍ୟାନର ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ପଢନ୍ତୁ ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବେ।ସର୍ଵ ପ୍ରଥମେ ଏହା ଜାଣିବା କୋଷ୍ଟକାଠିନ୍ୟ କାହିଁକି ହୋଇଥାଏ?ଏବଂ ଏହାପରେ ଯଦି କୋଷ୍ଟକାଠିନ୍ୟ ହୋଇଯାଏ ତେବେ କଣ ସାବଧାନତା ରଖିବାକୁ ପଡିଥାଏ ଏବଂ କେଉଁ ଔଷଧ ସେହି ବ୍ୟକ୍ତି ନେଇପାରିବ।

ଯଦି କୌଣସି କାରଣରୁ ଆମ ଖାଦ୍ୟ ପେୟ ଖରାପ ହେବା ଦ୍ୱାରା କିମ୍ବା ଖରପ ଡାଏଟ ପାଇଁ ଆମ ଯକୃତ ଭଲ ଭାବରେ କାମ କରିପାରିନଥାଏ।ଏହି କାରଣ ପାଇଁ ଆମ ଖାଦ୍ୟ ଆଗକୁ ବଢ଼ିପାରି ନଥାଏ।ଓ ସେହି ଖାଦ୍ୟ ସେହି ସ୍ଥାନରେ ଜମି ରହିଥାଏ।ଏବଂ ଏହା ଯକୃତ ପାଖରେ ଚାରିପଟେ ଲାଗି ରହିଥାଏ।ଏହି କାରଣ ପାଇଁ ଆମକୁ କୋଷ୍ଟକାଠିନ୍ୟ ହୋଇଥାଏ।ଓ ଯେଉଁ ଖାଦ୍ୟ ସେହି ସ୍ଥାନରେ ରହିଥାଏ ତାହା ଶାଢିବାକୁ ଲାଗିଥାଏ ଏବଂ ସେଥିପାଇଁ ଆମକୁ ବାନ୍ତି ହେବା ଭଳି ଲାଗିଥାଏ।ଆମ ଡାଏଟରେ ଫାଇବରର ପରିମାଣ କମ ହେବା ଦ୍ୱାରା ମଧ୍ୟ କୋଷ୍ଟକାଠିନ୍ୟ ସମସ୍ୟା ଦେଖାଦେଇଥାଏ।ଏବଂ ବେସି ପାଣି ନ ପିଇବା ଗୋଟିଏ ସ୍ଥାନରେ ବହୁତ ଅଧିକ ସମୟ ବସି ରହିବା ଦ୍ୱାରା ମଧ୍ୟ କୋଷ୍ଟକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ।

ଏହା ସହିତ ଯେଉଁମାନେ ଅଧିକ ମୋଟା ହୋଇଥାନ୍ତି କିମ୍ବା ବହୁତ ଓଜନ ଦାର ଖାଦ୍ୟ ଖାଇଥାନ୍ତି କିମ୍ବା ରାତ୍ରିରେ ମଧ୍ୟ ବହୁତ ଅଧିକ ଓଜନ ଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମନଙ୍କୁ ମଧ୍ୟ କୋଷ୍ଟକାଠିନ୍ୟର ସମସ୍ୟା ଦେଖାଦେଇପାରେ।ଏହାର ଲକ୍ଷଣ ହେଉଛି ବାରମ୍ବାର ପେଟରେ ଦରଜ ହେବା, ବାନ୍ତି ହେଲା ଭଳି ଲାଗିବା, ପେଟ ଭାରି ରହିବା ଏହା ସବୁ ଲକ୍ଷଣ ହୋଇଥାଏ।

ଔଷଧ କଥା କହିଲେ ଏପରି କିଛି ଔଷଧ ଅଛି ଯାହା ଆପଣ ନିଜେ କରିପାରିବେ।ଏହା ହେଉଛି ପାଣି ଅଧିକ ମାତ୍ରାରେ ପିଇବା।ଫାଇବର ଜନିତ ଖାଦ୍ୟ ଖାଇବା।ଯେପରି ଶୁଖିଲା ଫଳ ଆଦି।ଏହା ସହିତ ଆପଣଙ୍କୁ ଶାରୀରିକ ପରିଶ୍ରମ କିଛି ମାତ୍ରାରେ କରିବା ଉଚିତ ଅର୍ଥାତ ଯଦି ଅଧିକ ସମୟ ଏକ ସ୍ଥାନରେ ବସି ଆପଣ କାମ କରନ୍ତି ତେବେ କିଛି ସମୟ ଆପଣ ବାହାରେ ଚଲା ବୁଲା କରନ୍ତୁ।ଏହା ସହିତ ଆପଣ କେବେହେଲେ ରାତିରେ ବେସି ଓଜନ ଦାର ଖାଦ୍ୟ ଖାଆନ୍ତୁ ନାହିଁ।ଯେପରି ଭାତ, ଭେଣ୍ଡି ଏବଂ କଦଳି ଆଦି ଖାଦ୍ୟ।ଏହି ସବୁ କରିବା ଦ୍ୱାରା ଆପଣଙ୍କୁ କେବେହେଲେ କୋଷ୍ଟକାଠିନ୍ୟର ସମସ୍ୟା ଦେଖାଦେବ ନାହିଁ।

ଏହା ସହିତ ଔଷଧରେ ଆପଣ ନକ୍ସ ଭୋମିକା ଏବଂ ଆଲୋଏ ସୋକୋଟିନା ନିଅନ୍ତୁ।ଏହି ଔଷଧ ଆପଣଙ୍କୁ ହୋମୋପାତିକ ଦୋକାନରେ ମିଳିଯାଇଥାଏ।ଏହାକୁ ଆପଣ ମଦର ଟିଂଚର ରୂପରେ ନିଅନ୍ତୁ।ଏହା ପରେ ଏହାର ୨୦ ବୁନ୍ଦା ଅଧା କପ ପାଣିରେ ମିଶାଇ ଦିନରେ ଦୁଇ ଥର ନିଅନ୍ତୁ।ସକାଳେ ଏବଂ ସନ୍ଧ୍ୟା ବେଳେ।ଏବଂ ଯଦି ନକ୍ସ ଭୋମିକାର ସେବନ କରୁଛନ୍ତି ତେବେ ସିଧା ଦୁଇ ଶହ ପୋଟେନ୍ସ ନେଇ ସିଧା ଜିଭରେ ଦୁଇ ବୁନ୍ଦା ପକାନ୍ତୁ ରାତ୍ରିରେ।ଏହାଦ୍ୱାରା ସକାଳେ ଆପଣଙ୍କ ପେଟ ସଫା ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *