September 25, 2023

Odia Express

News For Public

ବାସ୍ତୁଶାସ୍ତ୍ର ଉପାୟ ଘର ପାଇଁ।କାନ୍ଥ ଘଣ୍ଟା ରଖିବାର ସଠିକ ଉପାୟ – ଏହି ଉପାୟ ରେ ଆଜିଠୁ ରଖନ୍ତୁ ଘଣ୍ଟା ଆସିବ ଆପଣଙ୍କ ଶୁଭ ଦିନ..

ସାଙ୍ଗ ମାନେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କାନ୍ଥ ଘଣ୍ଟା କେଉଁ ଦିଗରେ ହେବା ଆବଶ୍ୟକ।ଶାସ୍ତ୍ର ଅନୁସାରେ କାନ୍ଥ ଘଣ୍ଟା ଉତ୍ତର ପୂର୍ବ ଦିଗରେ ରହିବା ଉଚିତ।ଏହି ଦିଗରେ କାନ୍ଥ ଘଣ୍ଟା ରହିବା ଦ୍ଵାରା ଘରେ ସକାରାତ୍ମକ ଉର୍ଜା ସବୁବେଳେ ରହିଥାଏ।ଘରେ ଦେବୀ ଦେବତା ମାନଙ୍କ କୃପା ପାଇବା ଲାଗି ଏହାକୁ ବାସ୍ତୁ ଦୋଷରୁ ମୁକ୍ତ ହେବା ଆବଶ୍ୟକ।ଅର୍ଥାତ୍ ବାସ୍ତୁଶାସ୍ତ୍ର ଅନୁସାରେ ଘରେ କାନ୍ଥ ଘଣ୍ଟା ରହିବା ଉଚିତ।ଯଦି କାନ୍ଥ ଘଣ୍ଟା ବାସ୍ତୁ ହିସାବରେ ନଥାଏ ତ ଏହାଦ୍ବାରା ପୂଜା କରିବା ସମୟରେ ଧ୍ୟାନ ଆସି ନଥାଏ।ଘରେ ସଠିକ ଭାବେ ସମସ୍ତ ଜିନିଷ ରହିବା ଦ୍ୱାରା ଘରେ ସର୍ବଦା ସକାରାତ୍ମକ ଊର୍ଜା ରହିଥାଏ।ଏହା ଭାରତୀୟ ସଂସ୍କୃତିର ସକାରାତ୍ମକ ରୂପ ଅଟେ।ଘର ଛୋଟ ହେଉ କି ବଡ ପ୍ରାୟ ସବୁ ଘରେ କାନ୍ଥ ଘଣ୍ଟା ଅବଶ୍ୟ ରହିଥାଏ।ବାସ୍ତବରେ କାନ୍ଥ ଘଣ୍ଟା ସେହି ସ୍ଥାନରେ ହେବା ଉଚିତ ଯାହା ବାସ୍ତୁ ସମ୍ମତ ହୋଇଥିବ।କୌଣସି କାରଣରୁ କାନ୍ଥ ଘଣ୍ଟା ଚୟନ ଭୁଲ ହୋଇଯାଏ।ପରିଣାମ ଅନୁସାରେ ସକାରାତ୍ମକ ଫଳ ମିଳି ନଥାଏ।

ଘରେ କାନ୍ଥ ଘଣ୍ଟା ଉତ୍ତର ପୂର୍ବ ଦିଗରେ ହେବା ଆବଶ୍ୟକ।ବାସ୍ତୁ ଶାସ୍ତ୍ରରେ କାନ୍ଥ ଘଣ୍ଟା ପାଇଁ ଉଚିତ ସ୍ଥାନ ଏସାନ୍ୟ କୋଣ କୁ କୁହା ଯାଇଛି କାରଣ ଏହି ଦିଗରେ ଭଗବାନଙ୍କ ବାସ ହୋଇଥାଏ।ଏହି କୋଣର ଅଧିପତି ଦେବଗୁରୁ ବୃହସ୍ପତି ହୋଇଥାନ୍ତି।ଯେବେ ସର୍ବ ପ୍ରଥମେ ବାସ୍ତୁପୁରୁଷ ଏହି ପୃଥିବୀକୁ ଆସିଲେ ତ ତାଙ୍କ ମୁଣ୍ଡ ଏହି ଦିଗକୁ ଥିଲା।ଏହି କାରଣ ଯେ ଏହି ସ୍ଥାନ ସବୁଠୁ ଉତ୍ତମ।

ଯଦି କୌଣସି କାରଣରୁ ଇଶାନ୍ୟ କୋଣରେ କାନ୍ଥ ଘଣ୍ଟା ରହି ପାରୁନି ତ ବିକଳ୍ପ ରୂପରେ ଉତ୍ତର ପୂର୍ବ ଦିଗକୁ ହିଁ ଠିକ ଧରାଯାଏ।ଯଦି ଏହି ତିନୋଟି କୋଣରେ ଘଣ୍ଟା ରଖିବା ସମ୍ଭବ ହୋଇ ପାରିଲା ନାହିଁ ତ ଆପଣ ଆଗ୍ନେୟ କୋଣକୁ ବାଛିବେ।ଭୁଲରେ ବି କେବେ ଦକ୍ଷିଣ ଦିଗ ଵାଛିବେ ନାହିଁ।କାରଣ ଏହି ଦିଗରେ ମୃତ୍ୟୁ ଦେବତା ଅର୍ଥାତ ଯମଙ୍କ ବାସ ରହିଥାଏ।

ଘରେ ଶିଡି ତଳେ କେବେ ଘଣ୍ଟା ରଖିବା ଉଚିତ ନୁହେଁ।ଶୌଚାଳୟ ବା ବାଥ ରୁମ ନିକଟରେ ମଧ୍ୟ ଘଣ୍ଟା ରଖିବା ଉଚିତ ନୁହେଁ।କାନ୍ଥ ଘଣ୍ଟା କେବେ ବି ବେଡରୁମ ବା ଶୟନ କକ୍ଷରେ ହେବା ଉଚିତ ନୁହଁ। ବେସ ମେଣ୍ଟରେ ମଧ୍ୟ ଘଣ୍ଟା ରଖିବା ଉଚିତ ନୁହଁ।ଯଦି ଆପଣ ଏହି ସ୍ଥାନରେ କାନ୍ଥ ଘଣ୍ଟା ରଖୁଛନ୍ତି ତ ଅକାରଣେ ଘରେ ଅଶାନ୍ତି ସୃଷ୍ଟି ହେବ।

ପୂଜା କରିବା ସମୟରେ ଭକ୍ତର ମୁଁହ କେଉଁ ଦିଶାରେ ରହିବା ଉଚିତ ତାହା ବି ଆପଣକୁ କହିବି।ପୂଜା କରିବା ସମୟରେ ଭକ୍ତର ମୁଁହ ପୂର୍ବ ବା ଉତ୍ତର ଦିଗକୁ ରହିବା ଆବଶ୍ୟକ।ଏହି ଦିଗକୁ ମୁହଁ କରି ପୂଜା କରିବା ଦ୍ୱାରା ପୂଜାର ଫଳ ଶତ ପ୍ରତିଶତ ମିଳିଥାଏ।ସେହି କାରଣରୁ କାନ୍ଥ ଘଣ୍ଟାକୁ ମଧ୍ୟ ଏହି ଦିଗରେ ରଖାଯାଏ।

Leave a Reply

Your email address will not be published. Required fields are marked *