September 25, 2023

Odia Express

News For Public

ଓଜନ କମ୍ କରିବାକୁ ଚାହୁଁଛନ୍ତି ତ ଏହି ଚାହାର କରନ୍ତୁ ସେବନ – ମାତ୍ର କିଛି ଦିନରେ ଆପଣ ମୋଟାପା କମିକି ଜିରୋ ଫିଗର ହେଇଯିବ..

1 min read

ଯଦି ଆପଣ ପେଟର ଚର୍ବୀ କିମ୍ବା ବଢୁଥିବା ଓଜନକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ ନିଜ ଡାଇଟ୍ ରେ କିଛି ଏମିତି ଡ୍ରିଙ୍କ୍ସ ସାମିଲ୍ କରନ୍ତୁ ଯାହା ଫ୍ୟାଟ୍ ବର୍ଣ୍ଣିଙ୍ଗ୍ ପ୍ରୋସେସ୍ କୁ ତେଜ୍ କରିଥାଏ,  ମହର୍ଷି ଆୟୁର୍ବେଦ ହସ୍ପିଟାଲର ଡାକ୍ଟର ଭାନୁ ଶର୍ମା କହୁଥିଲେ କି ଏମିତି ରେ ୧୦ ଟି ଚାହା ବିଷୟରେ , ତାଙ୍କ ଅନୁସାରେ ପେଟର ଚର୍ବୀକୁ କମାଇବାକୁ ହେଲେ ବିନା ଚିନିର ଚାହା ସେବନ କରନ୍ତୁ, ଆପଣ ଚିନି ବଦଳରେ ଏକ ଚାମଚ ମହୁ ବ୍ୟବହାର କରିପାରିବେ ।

୧) ଜିରା ଚାହା- ଏଥିରେ କ୍ୟାଲୋରି ମାତ୍ରା କମ୍ ହୋଇଥାଏ, ଯାହା ଓଜନ କମ୍ କରି ଓଜନ ହ୍ରାସ କରାଇଥାଏ । ଗରମ ପାଣିରେ ଜିରା ପକାଇ ଫୁଟାଇଦିଅନ୍ତୁ, ଏବେ ମହୁ କିମ୍ବା ଲେମ୍ବୁର ରସ ପକାଇ ପିଅନ୍ତୁ ।

୨) କଳା ମରିଚର ଚାହା- ଏଥିରେ ମହଜୁଦ୍ ପାଇପେରିନ୍ ଫ୍ୟାଟ୍ ବର୍ଣ୍ଣ କରିବାରେ ସାହାଯ୍ୟକାରୀ ହୋଇଥାଏ , କଳାମରିଚ, ଅଦାକୁ ଗରମ ପାଣିରେ ପକାଇ ପାଞ୍ଚ ମିନିଟ୍ ଯାଏଁ ଫୁଟାନ୍ତୁ, ଏବେ ଏହାକୁ ଛାଣିକରି ଏଥିରେ ମହୁ ଓ ଲେମ୍ବୁର ରସ ମିଶାଇକରି ପିଅନ୍ତୁ ।

୩) ଡାଲଚିନି ଚାହା- ଏଥିରେ ମହଜୁଦ୍ ପଲିଫେନୋଲ୍ସବର୍ଣ କରି ଓଜନ କମାଏ , ଫୁଟୁଥିବା ପାଣିରେ ଚାହାର ପତ୍ତି, ଡାଲଚିନି ପାଉଡର୍ ଓ କ୍ଷୀର ପକାନ୍ତୁ, ଏଥିରେ ପାଞ୍ଚ ମିନିଟ୍ ଫୁଟାନ୍ତୁ ଓ ଛାଣିକରି ପିଅନ୍ତୁ ।

୪) ଲେମନ୍ ଚାହା- ଏଥିରେ ଡି ଲେମୋନେନ୍ ହୋଇଥାଏ, ଯାହା ବେଲି ଫ୍ୟାଟ୍ କୁ କମ୍ କରିବାରେ ସାହାଯ୍ୟ କରେ, ପାଣିରେ ଚାହାର ପତ୍ତି, ଲେମ୍ବୁର ରସ ଓ ଡାଲଚିନି ପକାଇ ସିଝାନ୍ତୁ, ଏବେ ଚାହାକୁ ଛାଣିକରି ସର୍ଭ କରନ୍ତୁ ।

୫) ବ୍ଲାକ୍ ଟି- ଏଥିରେ ମହଜୁଦ୍ ପଲିଫେନୋଲ୍ସ ଫ୍ୟାଟ୍ କମ୍ କରି ଓଜନ କମାଏ, ପାଣିକୁ ସିଝାଇକରି ସେଥିରେ ଚାହାର ପତ୍ତି ପକାନ୍ତୁ, ଏବେ କିଛି ସମୟ ପର୍ଯ୍ୟନ୍ତ ସିଝାଇକରି ଛାଣିନିଅନ୍ତୁ ଓ ସର୍ଭ କରନ୍ତୁ ।

୬) ପୁଦିନା ଚାହା- ଏଥିରେ ମେନ୍ଥୋଲ୍ ହୋଇଥାଏ, ଯାହା ଫ୍ୟାଟ୍ ସେଲ୍ସକୁ କମ୍ କରିବାରେ ସାହାଯ୍ୟ କରେ, ଗରମ ପାଣିରେ ପୁଦିନାର ପତ୍ର ପକାଇକରି ଦଶ ମିନିଟ୍ ସିଝାନ୍ତୁ, ଏବେ ଏହାକୁ ଛାଣିକରି ପିଅନ୍ତୁ ।

୭) ଜୁଆଣି ଚାହା ଏଥିରେ ରାଇବୋଫ୍ଲୋବିନ୍ ହୋଇଥା,ଏ ଯାହା ଫ୍ୟାଟ୍ ବର୍ଣ୍ଣ କରିବାରେ ସାହାଯ୍ୟକରେ, ଗରମ ପାଣିରେ ଜୁଆଣି ମଧୁରୀ , ଇଲାଇଚି, ଅଦା ପକାଇକରି ପାଞ୍ଚ ମିନିଟ୍ ଯାଏଁ ସିଝାନ୍ତୁ ଏହାକୁ ଛାଣିକରି ପିଅନ୍ତୁ ।

୮) ଗ୍ରୀନ୍ ଟି- ଏଥିରେ କ୍ୟାଟଚିନ୍ ହୋଇଥାଏ, ଯାହା ଫ୍ୟାଟ୍ ସେଲ୍ସକୁ କମ୍ କରି ଚର୍ବି କମାଇଥାଏ, ଏକ କପ୍ ପାଣିରେ ଗ୍ରୀ ଟି ବ୍ୟାଗ୍ସ ପକାନ୍ତୁ, ଏହାକୁ ଦୁଇ ମିନିଟ୍ ପରେ ବାହାର କରି ପିଅନ୍ତୁ ।

୯) ଜିଞ୍ଜର୍ ଟି- ଏଥିରେ ଆଣ୍ଟି ଇମ୍ପ୍ଲାମେଣ୍ଟାରି ଗୁଣ ହୋଇଥାଏ, ଯାହା ଓଜନ କମ୍ କରିବାରେ ଫାଇଦାଦାୟକ ହୋଇଥାଏ, ପାଣିକୁ ଗର୍ମ କରି ସେଥିରେ ଅଦାର୍ ଖଣ୍ତ ତୁଳସୀର ପତ୍ର କୁ ପକାଇ ପାଞ୍ଚ ମିନିଟ୍ ସିଝାନ୍ତୁ ଏବେ ଛାଣିକରି ମହୁ ମିଶାଇକରି ପିଅନ୍ତୁ ।

୧୦) ତୁଳସୀର ଚାହା ଏଥିରେ ଫାଇଟୋ ନ୍ୟୁଟ୍ରିୟେନ୍ସ ହୋଇଥାଏ, ଯାହା ଫ୍ୟାଟ୍ ସେଲ୍ସକୁ ଶେଷ କରିବାରେ ସାହାଯ୍ୟ କରେ, ଗରମ ପାଣିରେ ଚାହାର ପତ୍ତି, ଅଦାର ଖଣ୍ତ ଓ ତୁଲସୀର ପତ୍ର ମିଶାଇକରି ସିଝାନ୍ତୁ ଓ ଏହାକୁ ପିଅନ୍ତୁ ।

Leave a Reply

Your email address will not be published. Required fields are marked *