October 1, 2023

Odia Express

News For Public

ଯଦି ନିଦ ଠିକ ଭାବେ ନେଇ ନାହାନ୍ତି ତ ଆପଣଙ୍କ ଶରୀରରେ ଏହା ହେବ – ଦୁନିଆ ର ସବୁ ଯୁବ ପିଢ଼ି ଏହି କଥା ଜାଣିବା ଦରକାର

ସାଙ୍ଗମାନେ ନିଦ୍ରା ଆପଣଙ୍କ ଦିନଚର୍ଯ୍ୟାର ଏକ ଭାଗ ଅଟେ।କିନ୍ତୁ ବେଳେବେଳେ ଲୋକମାନେ ଏହାକୁ ନେଇ କିଛି ଅସୁବିଧା ଭୋଗିଥାନ୍ତି।ଆପଣ ମାନେ ନିହାତି ଅନିଦ୍ରା ନାମକ ଶବ୍ଦ ଶୁଣିଥିବେ।ଯଦି ଆପଣ ଚିନ୍ତିତ ଥିବେ ବା ମାନସିକ ଅବସାଦରେ ପୀଡ଼ିତ ଥିବେ ତ ଅଳ୍ପ ସମୟ ପାଇଁ ଆପଣ ଏହାକୁ ଅନୁଭବ କରିପାରିବେ।କିନ୍ତୁ ଯଦି ଏହା ଆପଣଙ୍କୁ ପ୍ରତିଦିନ ହେଉଛି ତ ଏହା ଆପଣଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ।ଯେବେ ଆପଣ ଠିକ ଭାବେ ନିଦ୍ରା ନେଇପାରନ୍ତି ନାହିଁ ତ ଆପଣଙ୍କ ଶରୀର ରୋଗ ମାନଙ୍କଠାରୁ ଲଢି ପାରନ୍ତିନାହି।ଏଥିପାଇଁ ଆପଣ ଅତି ସହଜରେ ବିମାର ହୋଇଯାଆନ୍ତି।

ବୈଜ୍ଞାନିକ ମାନେ କୁହନ୍ତି ଯେ ନିଦ୍ରାର ସମ୍ବନ୍ଧ ସିଧାସଳଖ ରୋଗ ପ୍ରତିରୋଧକ ଶକ୍ତି ସହିତ ରହିଛି।ଏଥିପାଇଁ ଯେତେବେଳେ ଆପଣ ରୋଗରେ ପଡନ୍ତି ତ ଡାକ୍ତର ଆପଣଙ୍କୁ ରେଷ୍ଟ ନେବା ପାଇଁ ପରାମର୍ଶ ଦେଇଥାଏ। ରିସର୍ଚ୍ଚ ଅନୁସାରେ ବ୍ୟକ୍ତି ଅତି କମରେ ୬ ଘଣ୍ଟା ଶୟନ କରିବା ଉଚିତ।ଅତି ବେଶୀରେ ବ୍ୟକ୍ତି ୯ ଘଣ୍ଟା ଶୟନ କରିବା ଉଚିତ।ଏହାକୁ ଉଲଂଘନ କରିବା ଦ୍ୱାରା ହୃଦୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। କମ ନିଦରେ ଶୋଇବା ଦ୍ବାରା ହାର୍ଟ ଷ୍ଟୋନ ବଢ଼ି ଯିବାର ଆଶଙ୍କା ରହିଛି।ଏକ ସର୍ଭେ ଅନୁସାର ନିଦ୍ରା କମ ନେବା ଦ୍ଵାରା ବ୍ରେଷ୍ଟ କ୍ୟାନ୍ସର, ପ୍ରୋଟେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ରହିଛି।

ଯେଉଁମାନେ ଦିନରେ ୭ ଘଣ୍ଟାରୁ ଅଧିକ ଶୁଅନ୍ତି ସେମାନଙ୍କ କ୍ଷେତ୍ରରେ ବେମାରୀ କମ ଦେଖାଯାଏ।କେବଳ ଗୋଟିଏ ରାତି ଅନିଦ୍ରା ରହିବା ଦ୍ୱାରା ଆପଣଙ୍କୁ ଥିଙ୍କିଙ୍ଗ ଜନିତ କିଛି ସମସ୍ୟା ହୋଇପାରେ।ଏକ ରିସର୍ଚ୍ଚ ଅନୁସାରେ ୧୮ ଜଣ ଲୋକମାନଙ୍କ ଉପରେ ଥରେ ରିସର୍ଚ୍ଚ କରାଗଲା।ନିଦ କମ ହେବାଦ୍ବାରା ବ୍ୟକ୍ତିର ଭାଵନା, ମେମୋରି ଆଦି କମ ହେବାକୁ ଲାଗିଥାଏ।ଆପଣ ନିଦ୍ରା ଠିକ ଭାବେ ନ ନେବା ଦ୍ଵାରା ଭୂଲକଡ ମଧ୍ୟ ହୋଇପାରନ୍ତି।ଯାହା ଆପଣ ସିଖିଛନ୍ତି ତାକୁ ମନେ ରଖିବା ପାଇଁ ନିଦ୍ରା ନେବା ନିହାତି ଆବଶ୍ୟକ।

ଆପଣ ନିଦ୍ରା ଠିକ ଭାବେ ନ ନେବା ଦ୍ଵାରା ସେକ୍ସ କରିବାରେ ବି ଅସୁବିଧା ହୋଇଥାଏ।ଗୋଟିଏ ରିସର୍ଚ୍ଚ ଅନୁସାରେ ଠିକ ଭାବେ ନିଦ୍ରା ନ ନେବା ଦ୍ଵାରା ପୁରୁଷ ମାନଙ୍କର ଟେଷ୍ଟୋଷ୍ଟିରନ ହର୍ମୋନ କମ ହେବାକୁ ଲାଗିଲା।୫ ଘଣ୍ଟା କମ ଶୋଇବା ଦ୍ବାରା ଆପଣଙ୍କ ହର୍ମୋନ ସ୍ତର ୧୦ ରୁ ୧୫ ପ୍ରତିଶତ ତଳକୁ ଖସି ଆସେ। ତା ସହିତ ଉତ୍ସାହରେ ମଧ୍ୟ ଅଭାବ ଦେଖାଯାଏ।ନିଦ୍ରା ଓ ଓଜନର ଡାଇରେକ୍ଟ ସମ୍ବନ୍ଧ ଅଛି।ଯେଉଁ ଲୋକମାନେ ୫ ଘଣ୍ଟାରୁ କମ ଶୁଅନ୍ତି ସେମାନଙ୍କ କ୍ଷେତ୍ରରେ ଓଜନ ବଢିବାର ସମ୍ଭାବନା ରହିଥାଏ।ଯେଉଁମାନେ ୭ ରୁ ୮ ଘଣ୍ଟା ଶୁଅନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଠିକ ରହିଥାଏ।

Leave a Reply

Your email address will not be published. Required fields are marked *