September 25, 2023

Odia Express

News For Public

ଗୋଟିଏ ଥର ଏହାକୁ ପିଅନ୍ତୁ,ସମସ୍ତ ଜ୍ଵର ଭଲ ହୋଇଯିବ – କେବଳ ଏହି ଜିନିଷ ର ରସ ପିଇବା ଦରକାର..

ସାଙ୍ଗମାନେ ମୌସୁମୀରେ ଅଚାନକ ପରିବର୍ତ୍ତନ ଯୋଗୁଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ।ଏହା ଯୋଗୁଁ ଆମ ଶରୀରରେ ଜ୍ଵରର ଭୁତାଣୁ ମାନେ ପ୍ରବେଶ କରିଥାଆନ୍ତି।ଲଗାତାର ଜ୍ଵର ହେବା ଯୋଗୁଁ ଆମ ଶରୀର ପୁରା ଦୁର୍ବଳ ହୋଇଯାଏ।ଏହା ସହିତ ଆମ ରୋଗ ପ୍ରତିରୋଧକ ଶକ୍ତି କମଜୋର ହୋଇଯାଏ।ଆଜି ମୁଁ ଆପଣ ମାନଙ୍କୁ ଏକ ଏମିତି ଉପାୟ କହିବି ଯାହାଦ୍ଵାରା ଆପଣ ନିଜ ଜ୍ଵର ଭଲ କରିପାରିବେ।ଏହାକୁ ପିଲା,ବୁଢା,ଯୁବକ ସମସ୍ତେ ବ୍ୟବହାର କରିପାରିବେ। ତ ଆସନ୍ତୁ ଜାଣିବା ଏହି କାଢ଼ା ତିଆରି କରିବା ପାଇଁ କଣ ବିଧି ରହିଛି।

ସାଙ୍ଗମାନେ ଆମେ ଏଠାରେ ତିନୋଟି ଜିନିଷର ବ୍ୟବହାର କରିବା।ସବୁଠୁ ପ୍ରଥମ ହେଉଛି ତୁଳସୀ ପତ୍ର।ତୁଳସୀ ପତ୍ରରେ ଆଣ୍ଟି ମାଇକ୍ରୋବିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ।ଏହା ଆମ ଶରୀରରେ ଯେଉଁ ଭିତର ଜ୍ଵର ରହିଥାଏ ତାକୁ ଶେଷ କରିବାରେ ସହାୟକ ହୋଇଥାଏ। ତା ସହିତ ତୁଳସୀ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ।ଏହାର ସବୁଠୁ ବଡ ଗୁଣ ହେଉଛି ଏହା ଯେକୌଣସି ଜ୍ୱରକୁ ଭଲ କରିଦିଏ। ବ୍ୟାକ୍ଟେରିଆଲ ଜ୍ଵର ହେଉକି ଭାଇରାଲ ଜ୍ଵର,ଟାଇଫଏଡ,ଥଣ୍ଡା ଜ୍ବର ଏହା ସବୁ ପ୍ରକାର ଜ୍ଵରକୁ ସମାପ୍ତ କରିଦିଏ।

ଏବେ ଆମେ ବ୍ୟବହାର କରିବା ଅଦା।ଅଦା ଆପଣଙ୍କ ଛାତିରେ ଜମିଥିବା କଫ ସମସ୍ୟାକୁ ଦୂର କରିଥାଏ।ଏବେ ଆମେ ଏଥିରେ ତୃତୀୟ ଜିନିଷ ଭାବେ ବ୍ୟବହାର କରିବା ଲବଙ୍ଗ।ଲବଙ୍ଗ ଦ୍ଵାରା ଆମ ରୋଗ ପ୍ରତିରୋଧକ ଶକ୍ତି ପୁରା ମଜବୁତ ହୋଇଯାଇଥାଏ।ଏହା ଆମ ଶରୀରରେ ରହିଥିବା ଭିତର ଜ୍ଵରକୁ ସମାପ୍ତ କରିବାରେ ସାହାଯ୍ୟ କରିଥାଏ।ଏବେ ଆମେ ଜାଣିବା ଯେ ଏହି କାଢ଼ାକୁ ଆମେ କିପରି ଭାବେ ପ୍ରସ୍ତୁତ କରିବା।ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ନେବେ ଏକ ପ୍ୟାନ।ଏଥିରେ ୨୦୦ ମିଲି ପାଣି ନେବେ।ଏବେ ଆମେ ଏଥିରେ ମିଶାଇବା ତୁଳସୀର ୮ ଟି ବା ୧୦ ଟି ପତ୍ର।

ଏବେ ଆପଣ ଛୋଟ ଖଣ୍ଡ ଅଦାକୁ ସେହି ପାଣିରେ ପକାଇଦେବେ।ଏବେ ଆପଣ ଏଥିରେ ୮ ରୁ ୧୦ ଟି ଲବଙ୍ଗ ପକାଇଦେବେ।ଆପଣ ଏହାକୁ ସେପର୍ଯ୍ୟନ୍ତ ସିଝାଇବେ ଯେପର୍ଯ୍ୟନ୍ତ ଏହା ୧୦୦ ମିଲି ନ ହୋଇଯାଇଛି।ଏବେ ଆପଣ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।ଏବେ ଆପଣ ନେବେ ଏକ ଖାଲି ଗ୍ଲାସ।ଆପଣ ଏହି କାଢାକୁ ଅଳ୍ପ ଉଷୁମ ରଖିବେ। ଏବେ ଆପଣ ଏହାକୁ ଗ୍ଲାସ ମାତ୍ରାରେ ଛାଣିଦେବେ।ଆପଣ ମାନେ ଯଦି ୧୮ ବର୍ଷରୁ ଅଧିକ ହୋଇଥିବେ ତ ଏକ କପ ଲେଖାଏଁ ନେବେ।ଯଦି ଆପଣ ଏହାକୁ କୌଣସି ଛୋଟ ପିଲାକୁ ଦେବେ ତ ଅଧା କପରୁ ଟିକେ କମ ଦେବେ।

Leave a Reply

Your email address will not be published. Required fields are marked *