October 1, 2023

Odia Express

News For Public

ଯିଏ ଏହି କାମ ସବୁଦିନ କରିବ , ତାହାର ଜୀବନରେ କିଛି ବି ରୋଗ ହେବାର ସଂମ୍ଭାବନା ଆଉ ନାହିଁ…

ଆପଣ ଯେବେ ସକାଳୁ ଶୋଇକରି ଉଠନ୍ତି ତେବେ ସବୁଠାରୁ ପ୍ରଥମେ ଆପଣଙ୍କୁ ପାଣି ପିଇବାର ଅଛି, ସେମିତି ଆୟୁର୍ବେଦରେ ଏହି ସୁତ୍ରରେ ଯେଉଁ ଶବ୍ଦ ବ୍ୟବହାର କରାଯାଇଛି, ତାହା ଉଷାପାନ ଅଟେ , ଉଷାପାନ ମତଲବ କଣ ହୋଇଥାଏ ,ସକାଳୁ ଯେବେ ଆପଣ ଚାରି ସାଢେ ଚାରିଟା ବେଳେ ଉଠନ୍ତି ତେବେ ସେ ଉଷାର ସମୟ କୁହାଯାଏ , ତେବେ ଉଷା କାଳ ଯଦି ପାଣି ପିଅନ୍ତି ତେବେ ତାହାକୁ ଉଷା ପାନ କହନ୍ତି, ସେମିତି ଆଦର୍ଶ ସମୟ ଉଠିବାର ସାଢେ ଚାରିରୁ ପାଞ୍ଚଟା ବେଳେ ହୋଇଥାଏ , ଓ ଉଠିବା ପରେ ହିଁ ପାଣି ପିଇବା ଉଚିତ୍ , କିନ୍ତୁ ଯଦି ଆପଣ ଉଠି ପାରନ୍ତି ନାହିଁ ତେବେ ଆପଣ ଯେବେ ଉଠନ୍ତି ତେବେ ଉଠିକରି ପାଣି ପିଅନ୍ତି । ମତଲବ ଏହା କି ଆପଣଙ୍କ ଦିନର ଆରମ୍ଭ ପାଣିରୁ କରନ୍ତୁ, ଚାହାରୁ ନୁହେଁ କଫିରୁ ନୁହେଁ , ଦିନର ଆରମ୍ଭ ହେବା ଦରକାର ପାଣିର ସହ ଓ ପିଇବାର ତରିକା ଆପଣ ଗତ ପୋଷ୍ଟରେ କୁହାଯାଈଛି, ପାଣି ସବୁବେଳେ ବସିକରି ପିଇବା ଉଚିତ୍ , ଯେପରି ଚାହା ପିଅନ୍ତି, କିମ୍ବା ଗରମ କ୍ଷୀର ପିଅନ୍ତି, ସେମିତି ଧିରେ ଧିରେ ପିଇବାର ଅଛି, ଓ ଗତ ପୋଷ୍ଟରେ ଆପଣଙ୍କୁ କୁହାଯାଇଛି କି ଆପଣଙ୍କ ପାଇଁ ସବୁଠାରୁ ଭଲ ମାଟି ହାଣ୍ତିର ପାଣି ପିଇବା ।

ଏବେ ଆମେ କଥା ହେବା ସକାଳୁ ଉଠିକରି କେଉଁ ପାଣି ପିଇବେ , ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି କେତେ ପାଣି ପିଇବା ଉଚିତ୍ , ଆୟୁର୍ବେଦ କହିଥାଏ କି କମ୍ ସେ କମ୍ ୪ ଗିଲାସ ପାଣି ପିଇବା ଉଚିତ୍ , ଆପଣ କହିବେ କି ଏତେ ପାଣି ପିଇବା ଆମ ପକ୍ଷରେ ସଂମ୍ଭବପର ନୁହେଁ , ଏହା ଆମ ଦ୍ୱାରା ହୋଇପାରିବ ନାହିଁ ,ଆପଣ ଗୋଟେ କାମ କରନ୍ତୁ ଗୋଟେ ଗିଲାସ ପାଣିରୁ ଆରମ୍ଭ କରନ୍ତୁ, ଏହା କିଛି ଦିନରେ ଅଭ୍ୟାସରେ ପଡିଯିବ , ଆମର ଯାହା ଶରୀର ଅଛି ଏତେ ଫ୍ଲେକ୍ସିବଲ୍ ଅଟେ କି ଯେପରି ଅଭ୍ୟାସ ପକାଅ ସେମିତି ଅଭ୍ୟାସ ହୋଇଯିବ , ଆପଣ ଗୋଟେ ଗିଲାସରୁ ଆରମ୍ଭ କରନ୍ତୁ ଦିନକୁ ଗୋଟେ ଗିଲାସ ପାଣିରୁ ଦେଢ ଗିଲାସ ଓ ତାପରେ ଦୁଇ ଗିଲାସ ଓ ତାପରେ ୩ ଗିଲାସ ଏପରି ବଢିଯିବ, ଆପଣ କହିବେ କି ସକାଳୁ ଶୋଷ ଲାଗେ ନାହିଁ ,ବିନା ଶୋଷରେ

ଯଦି ଆପଣ ସକାଳୁ ସବୁଦିନ ଉଠନ୍ତି ଓ ପାଣି ପିଇବେ ତେବେ ଏହାର ତିନୋଟି କାରଣ ଅଛି, ପ୍ରଥମ କାରନ ଯେବେ ଆପଣ ରାତିରେ ଶୋଇଗଲେ ତେବେ ମୁହଁରୁ ଯେଉଁ ଲାଳ ତିଆରି ହୁଏ ତାହା ଭିତରକୁ ଗଲାନାହିଁ ,ଏପଟ ସେପଟ ହୋଇ ଜମା ହୋଇଗଲା, ଯେପରି ସକାଳୁ ଉଠିକରି ପାଣି ପିଇବେ ତେବେ ଯେଉଁ ଲାଳ ଆପଣଙ୍କ ମୁହଁରେ ଜମା ହୋଇଛି, ତାହା ଶରୀର ଭିତରକୁ ଯିବ, ଓ ଲାଳ ଭଲ ହେବ , ସେ ପୁରା ଦିନ ଭଲରେ ତିଆରି ହୋଇପାରିବ , ଦ୍ୱିତୀୟ ଫାଇଦା ଏହା କି ସକାଳୁ ସକାଳୁ ବାୟୁର ପ୍ରକୋପ ଅଧିକା ହୋଇଥାଏ

ଯଦି ସକାଳୁ ଉଠିକରି ପାଣି ପିଇବେ ତେବେ ବାୟୁର ପ୍ରକୋପ ଆପଣଙ୍କୁ ତେବେ ପର୍ଯ୍ୟନ୍ତ ଶାନ୍ତ ରହିବ ଯେବେ ପର୍ଯ୍ୟନ୍ତ ପାଣି ଅଛି, ତେବେ ବାୟୁ ଅଧିକା ଅସୁବିଧା କରାଇବ ନାହିଁ, ଓ ତୃତିୟ ଫାଈଦା ଏହା କି ଯେପରି ଆପଣ ପାଣି ପିଇବେ ତେବେ ଅନ୍ତନଳୀକୁ ପାଣି ଯିବ, କାରଣ ଏଥିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ , ଏହା ପାଣି ତାହା ଅଟେ ଯାହା ସବୁଦିନ ଆପଣଙ୍କ ଅନ୍ତକୁ ସଫା କରେ, ତେବେ ଆପଣଙ୍କ ଜୀବନରେ ବହୁତ ରୋଗ ଅନ୍ତକୁ ଆସିବାର ଆଶଙ୍କା ରହିବ ନାହିଁ ଏଥିପାଇଁ ସକାଳୁ ଉଠିକରି ପାଣି ପିଇବାର ନିୟମ ଅବଲମ୍ବନ କରନ୍ତୁ, ଓ ତାକୁ ପାଳନ କରନ୍ତୁ, କ୍ୱାଣ୍ଟିଟି ଆପଣଙ୍କୁ ଜଣାନାହିଁ, ଏକ ଗିଲାସରୁ ଆରମ୍ଭ କରିବାର ଅଛି ଓ ଧିରେ ଧିରେ ଏହାକୁ ୪ ଗିଲାସ ଯାଏଁ ପିଇବାର ଅଛି ।

Leave a Reply

Your email address will not be published. Required fields are marked *