November 28, 2023

Odia Express

News For Public

କନ୍ୟାଦାନ କଣ ପାଇଁ କରା ଯାଇଥାଏ? କନ୍ୟାଦାନ ବିଷୟରେ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି – ଏବେ ଜାଣିରଖନ୍ତୁ

ସାଙ୍ଗମାନେ ଆପଣ ମନ୍ ତ ମହାଭାରତ ବିଷୟରେ ଜାଣିଥିବେ।ଏଥିରୁ ଆମକୁ ଆମ ଜୀବନ ଓ ପରମ୍ପରା ବିଷୟରେ ବହୁତ କିଛି ଶିଖିବାକୁ ମିଳିଥାଏ।ଆମ ସମାଜରେ କନ୍ୟାଦାନକୁ ନେଇ ବହୁତ ପ୍ରକାର ପ୍ରଶ୍ନବାଚୀ ଉଠିଥାଏ। ମହାଭାରତରେ ବାସୁଦେବ ଶ୍ରୀକୃଷ୍ଣ କନ୍ୟାଦାନ ବିଷୟରେ ସମ୍ପୂର୍ଣ୍ଣ ସତ୍ୟ ଜଣାଇଛନ୍ତି।ଆଜି ମୁଁ ଆପଣ ମାନଙ୍କୁ ତାହା କହିବି।ସାଙ୍ଗମାନେ ଶକୁନି ବାସୁଦେବ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ କଣ ସୁଭଦ୍ରା ଦ୍ଵାରକାରେ ଅଛନ୍ତି।କୃଷ୍ଣ କହିଲେ ବଡ ଦୁଃଖର ସହିତ କହିବାକୁ ପଡୁଛି ଯେ ସୁଭଦ୍ରା ଏବେ ଦ୍ୱାରକାରେ ନାହାଁନ୍ତି।ବାସୁଦେବ କହିଲେ ମୁଁ ଆପଣଙ୍କ ସାମ୍ନାରେ ହାତ ଯୋଡ଼ି କ୍ଷମା ମାଗୁଛି ଯେ ଏବେ ମୋ ଭଉଣୀ ସୁଭଦ୍ରା ବିବାହ ପରେ ହିଁ ନିଜ ପତୀଙ୍କ ସହିତ ହିଁ ଫେରିବ।ବଳରାମ କହିଲେ ଏବେ ପର୍ଯ୍ୟନ୍ତ ଯାଦବ ସେନା ଆକ୍ରମଣ ପାଇଁ ସଜ୍ଜିତ କଣ ପାଇଁ ଅଛନ୍ତି।ବାସୁଦେବ କହିଲେ ମୁଁ ସେନା ତ ଏବେ ସଜ୍ଜ୍ କରିଦେବି କିନ୍ତୁ ଆମେ ଯୁଦ୍ଧ କାହା ସହିତ କରିବା।ଭଗବାନ କହିଲେ ଯିଏ ଅପହରଣ କରିଛି ସେ ତ ନିଶସ୍ତ୍ର ଅଛି ଓ ଆରପଟରେ ତ ଏକ ନାରୀ ଅଛି।

ଆଉ ଯେଉଁ ଯୋଧାଙ୍କର ହାତରେ ଶାସ୍ତ୍ର ଅଛି ସେ ତ ଅପହରଣ ହୋଇଛନ୍ତି।ଏହା ତ ବଡ ବିକଟ ସମସ୍ୟା ଅଟେ।ଭଗବାନ ବଳରାମ କହିଲେ କାହ୍ନା ତୁମର ଏହି ଲୀଳା ପାଇଁ ମତେ ଦିନେ ପୃଥିବୀ ଭିତରେ ମୁଁହ ଲୁଚାଇବା ପାଇଁ ପଡ଼ିବ।କୃଷ୍ଣ କହିଲେ ବଡ ଭାଇ ଏହା ତ ନିଶ୍ଚିତ ଅଟେ।ପିତାମହ ଭୀଷ୍ମ କହିଲେ ଶ୍ରୀମାନ ବଳରାମ କନ୍ୟା ଦାନ ତ ହୋଇଯାଇଛି ଏବେ ରାଜକୁମାର ଦୁର୍ଯ୍ୟୋଧନ ଓ ସୁଭଦ୍ରାଙ୍କ ଭିତରେ ବିବାହ ଅନୁଷ୍ଠିତ ହେବ।ଭୀଷ୍ମ କହିଲେ ପୁନର୍ବାର ସୁଭଦ୍ରାଙ୍କ ବିବାହ କିପରି ସମ୍ଭବ।ବାସୁଦେବ କୃଷ୍ଣ କହିଲେ ଯଦି କନ୍ୟାଦାନ ହିଁ ବିବାହ ହୁଏ ତ ଏସବୁ ପରମ୍ପରା ମାନଙ୍କର କଣ ହେବ।

ଶ୍ରୀକୃଷ୍ଣ ଏହା ବି କହିଲେ ଯେ କନ୍ୟାଦାନର ଅର୍ଥ ହେଉଛି ମାତାପିତାଙ୍କ ଅନୁମତି।କିନ୍ତୁ ବିବାହ ତ ବର ଓ କନ୍ୟା ଏହି ଦୁଇ ଜଣଙ୍କର ସିକୃତିରେ ସମ୍ପନ୍ନ ହୋଇଥାଏ।କନ୍ୟାଦାନକୁ ବିବାହ ବୋଲି କୁହାଯାଇ ପାରିବନାହିଁ।ପିତାମହ ଭୀଷ୍ମ କହିଲେ ତେବେ କନ୍ୟାଦାନର ଅର୍ଥ ତାହେଲେ କଣ ବାସୁଦେବ।କୃଷ୍ଣ କହିଲେ ଯେବେ ନଡ଼ିଆ ସମୁଦ୍ରରେ ପଡିଥାଏ ତ ନଡ଼ିଆ ବୃକ୍ଷ ସେଥିରୁ ତା ଅଧିକାର ହଟେଇ ଦେଇଥାଏ।ସେ କେଉଁ ଠାରେ ଯାଇ ରହିବ ଅର୍ଥାତ କେଉଁଠାରେ ସେ ଏକ ନୂଆ ବୃକ୍ଷର ରୂପ ନେବ ତାହା ତ କେବଳ ସେହି ଫଳ ଓ ତାର ନିୟତି ନିର୍ଧାରଣ କରିଥାନ୍ତି।କନ୍ୟାଦାନରେ ମାତା ପିତା ମଧ୍ୟ ସେହିପରି ଭାବେ ତାଙ୍କ ଅଧିକାର ହଟେଇ ଦେଇଥାନ୍ତି।

କନ୍ୟା ନିର୍ଧାରଣ କରେ ଯେ କାହାର ଅଧିକାରକୁ ସେ ମାନ୍ୟ କରିବ।କୃଷ୍ଣ କହିଲେ ମୋ ପ୍ରିୟ ଭଉଣୀ ସୁଭଦ୍ରା ମଧ୍ୟ ଏହି ନିର୍ଣ୍ଣୟ ନେଇଛନ୍ତି।ଏହାପରେ ବାସୁଦେବ କହିଲେ ଯାଦବ ମାନଙ୍କ ପକ୍ଷରୁ ମୁଁ ଏହି ନିର୍ଣ୍ଣୟକୁ ସ୍ବୀକାର କରୁଛି।

Leave a Reply

Your email address will not be published. Required fields are marked *