November 28, 2023

Odia Express

News For Public

କଣ ଛଳ କରିବା ବି ଧର୍ମ ଅଟେ? କେଉଁ ସମୟରେ ଛଳ କରିବା ପାପ ହେଇ ନ ଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି – ଏବେ ଜାଣିରଖନ୍ତୁ

ଶ୍ରୀକୃଷ୍ଣ କହିଲେ ଭ୍ରାତା ଦୁର୍ଯ୍ୟୋଧନ ମୁଁ ଆପଣଙ୍କୁ ବିଜୟର ଶୁଭ କାମନା ଦେଇପାରିବି ନାହିଁ।କୃଷ୍ଣ କହିଲେ ମୁଁ ଏବେ ବିରୋଧ ପକ୍ଷରେ ଅଛି।ଶକୁନି କହିଲେ ଆପଣ ଆମକୁ ନାରାୟଣୀ ସେନା ଦେଇକରି ବିଜୟର ମାର୍ଗ ଦେଖାଇ ଦେଇଛନ୍ତି।ଶକୁନି କହିଲେ ଯଦି ଆପଣ ଆମକୁ ଶୁଭକାମନା ଦେବନାହିଁ ତେବେବି ମୁଁ ଆପଣଙ୍କୁ ଦୋଷ ଦେବୀ ନାହିଁ।ବଳରାମ କହିଲେ ଗାନ୍ଧାରରାଜ ଯେପରି ଧନୁର ଶକ୍ତି ତାର ଧନୁର୍ଦ୍ଧର ସହିତ ହୋଇଥାଏ ସେହିପରି କୌଣସି ସେନାର ଶକ୍ତି ତାର ସେନାପତି ସହିତ ହୋଇଥାଏ।ନାରାୟଣୀ ସେନା ବିଶ୍ଵର ସର୍ବଶ୍ରେଷ୍ଠ ସେନା ଅଟେ କିନ୍ତୁ ଏକ ଉତ୍ତମ ସେନାପତି ଅଭାବରେ ସ୍ଵୟଂ ନାରାୟଣୀ ସେନା ମଧ୍ୟ ବିଫଳ ହୋଇପାରେ।

ଶକୁନି କହିଲେ ସେଥିପ୍ରତି ଆମର ଭୟ ନାହିଁ ବଳରାମ।ଆମ ପାଖରେ ମହାରଥୀ ଭୀଷ୍ମ ଅଛନ୍ତି।କୃଷ୍ଣ କହିଲେ ଯେ ପର୍ଯ୍ୟନ୍ତ ଭୀଷ୍ମ ଆପଣଙ୍କ ପାଖରେ ଅଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ନାରାୟଣୀ ସେନାର ଆବଶ୍ୟକତା ନାହିଁ।କୃଷ୍ଣ କହିଲେ କିନ୍ତୁ ଭିଷ୍ମଙ୍କ ବଧ ପରେ ନାରାୟଣୀ ସେନାର ସେନାପତି କିଏ ହେବ।ଦୁର୍ଯ୍ୟୋଧନ କହିଲେ ପିତାମହ ଭୀଷ୍ମଙ୍କ ବଧ ଅସମ୍ଭବ ଅଟେ ବାସୁଦେବ କାରଣ ତାଙ୍କୁ ଇଚ୍ଛା ମୃତ୍ୟୁର ବରଦାନ ମିଳିଛି।କୃଷ୍ଣ କହିଲେ ଯୁଦ୍ଧର ପରିଣାମ ଯୁଦ୍ଧ ପୂର୍ବରୁ କେବେ ବି ନିର୍ଣ୍ଣୟ କରା ଯାଇପାରିବ ନାହିଁ।କୃଷ୍ଣ କହିଲେ ଭୀଷ୍ମଙ୍କ ମୃତ୍ୟୁ ମଧ୍ୟ ହୋଇପାରେ।ଶକୁନି କହିଲେ ବିନା ଛଳରେ ମହାମହିମ ଭୀଷ୍ମଙ୍କ ମୃତ୍ୟୁ କଦାପି ହୋଇ ନପାରେ।

ଶକୁନି କହିଲେ ଆପଣଙ୍କ ପକ୍ଷରେ ତ ଧର୍ମ ଅଛି ଆପଣ ଛଳ କରିପାରିବେ ନାହିଁ।କୃଷ୍ଣ କହିଲେ ଇଏ ତ ଛଳର ବ୍ୟାଖ୍ୟା ଉପରେ ନିର୍ଭର କରିଥାଏ ମାମାଶ୍ରି।କୃଷ୍ଣ କହିଲେ ଭଗବାନ ରାମ ଗୁପ୍ତ ରହିକି ବାନର ରାଜ ବାଳି ଉପରେ ପ୍ରହାର କରିଥିଲେ।କୃଷ୍ଣ କହିଲେ ରାବଣର ବଧ କରିବା ପାଇଁ ରାମ ବିଭୀଷଣର ସାହାଯ୍ୟ ନେଇଥିଲେ ଯିଏକି ରାବଣର ନିଜ ଭାଇ ଥିଲା।କୃଷ୍ଣ କହିଲେ ଯଦି ଛଳର ଆଶ୍ରୟ ଧର୍ମ ଅଟେ ତ ଛଳ ବି ଧର୍ମ ଅଟେ ମାମାଶ୍ରୀ।ଶକୁନି କହିଲେ ଅର୍ଥାତ ଆପଣ ଛଳ କରିବେ ବାସୁଦେବ।କୃଷ୍ଣ କହିଲେ ଅବଶ୍ୟ ଏହି ଯୁଦ୍ଧରେ ପାଣ୍ଡବ ମାନଙ୍କର ବିଜୟ ଅନିବାର୍ଯ୍ୟ ଅଟେ।କୃଷ୍ଣ କହିଲେ ପିତାମହ ଭୀଷ୍ମ,ଗୁରୁ ଦ୍ରୋଣ, ଅଙ୍ଗରାଜ କର୍ଣ୍ଣ ଏମାନଙ୍କର ବଧ ହେବ।

କୃଷ୍ଣ କହିଲେ ମାମାଶ୍ରୀ ଏହି ତିନି ମହାରଥୀ ମାନଙ୍କର ବଧ ନିଶ୍ଚୟ ହେବ ତାହା ପୁଣି ଛଳ ଦ୍ବାରା।ବାସୁଦେବ କହିଲେ ମାମାଶ୍ରୀ ଯଦି ସମ୍ଭବ ହେବ ତ ଏହି ତିନି ଜଣଙ୍କର ବଞ୍ଚିବାର ଉପାୟ ଖୋଜି ନିଅନ୍ତୁ।କୃଷ୍ଣ କହିଲେ ଏହି ଯୁଦ୍ଧରେ ଧର୍ମର ବିଜୟ ହେବ। ଅଧର୍ମ ପଟେ ସେ ଯେକେହି ବି ଥାଉନା କାହିଁକି ତାର ମୃତ୍ୟୁ ନିଶ୍ଚିତ ଅଟେ ମାମାଶ୍ରୀ।

Leave a Reply

Your email address will not be published. Required fields are marked *