December 10, 2023

Odia Express

News For Public

ଗୋଟିଏ ଗରିବ କୃଷକର ଖାତାରେ ଅଚାନକ ଆସିଗଲା ୫୦ ଲକ୍ଷ,ବଦଳିଗଲା ଏପରି ଭାବେ ଜୀବନ

କଣ ହେଲା ଯେବେ ଏକ ଗରିବ କୃଷକ ଖାତାରେ ଅଚାନକ ଭାବରେ ଆସିଲା ୫୦ ଲକ୍ଷ ଟଙ୍କା।ଏହାକୁ ଦେଖି ସବୁ ଲୋକ ମାନଙ୍କର ହୋସ ଉଡ଼ିଗଲା।ଏହି ଘଟଣା ହେଉଛି ଉତ୍ତରପ୍ରଦେଶର ଆଜମଗଡ଼ର ଯେଉଁଠାରେ ଲାଲ ବିହାରୀ ନାମକ ଏକ କୃଷକ ରହୁଥିଲେ।ସେ ବାସ୍ତବରେ ବହୁତ କର୍ମଠ ଥିଲେ ଓ ବେଇମାନି ତାଙ୍କୁ ପସନ୍ଦ ନଥିଲା।ସେ ପ୍ରତିଦିନ ପରିଶ୍ରମ କରୁଥିଲେ ଓ ତାଙ୍କ ପରିବାରର ପେଟ ପୋଷୁଥିଲେ।କିନ୍ତୁ ଦିନେ ସେ ତାଙ୍କ ଝିଅ ବାହାଘର ପାଇଁ ତାଙ୍କ ଗାଁର ଠାକୁରଙ୍କ ଠାରୁ କରଜ ଆଣିଲେ। ତା ପରେ ନିଜ ଝିଅର ବାହାଘର ଧୁମଧାମରେ କଲେ।କିନ୍ତୁ ବହୁତ ସମୟ ହୋଇ ଯାଇଥିଲା ସେ କରଜ ଶୁଝିପାରୁନଥିଲେ।ସେ ପ୍ରତିଦିନ ତାଙ୍କ ଘରକୁ ଆସୁଥିଲା ଓ ଧମକ ଦେଇ ଯାଉଥିଲା।

ଲାଲ ବିହାରୀଙ୍କ ପତ୍ନୀ କହିଲେ ତୁମେ ତୁମ ବଡ଼ଭାଇଙ୍କ ପାଖକୁ ଯାଅ ଓ ତାଙ୍କୁ କୁହ ଜମିରୁ ତୁମ ଭାଗଟା ଦେଇଦେବେ।ଯାହାଦ୍ଵାରା ତୁମେ ସବୁ କରଜ ଶୁଝିପାରିବ।ତାଙ୍କୁ ଲାଗୁଥିଲା କି ତାଙ୍କ ଭାଇ ତାଙ୍କର ନିଶ୍ଚୟ ସାହାଯ୍ୟ କରିବେ ଓ ସେ ବହୁତ ଖୁସିରେ ତାଙ୍କ ଭାଇଙ୍କ ପାଖକୁ ଯାଉଥିଲେ।ତାଙ୍କ ଭାଇ କହିଲେ କୋର୍ଟରୁ ପ୍ରମାଣ ପତ୍ର ନେଇକରି ଆସିବାକୁ। ସେ କୋର୍ଟରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା।କାରଣ କୋର୍ଟ ଅନୁସାରେ ତାଙ୍କର ମୃତ୍ୟୁ ଘଟି ସାରିଥିଲା ଓ ସମସ୍ତ ପ୍ରମାଣ ପତ୍ର ମଧ୍ୟ କୋର୍ଟରେ ରହିଥିଲା।କୋର୍ଟ ଅନୁସାରେ ଏବେ ସବୁ ସମ୍ପତି ତାଙ୍କ ଭାଇଙ୍କ ନାମରେ ହୋଇ ସାରିଥିଲା।

ଲାଲ ବିହାରୀଙ୍କ ଭାଇ ତାଙ୍କର ଏକ ମୃତ୍ୟୁ ପ୍ରମାଣ ପତ୍ର ତିଆରି କରି ତାକୁ କୋର୍ଟରେ ଦାଖିଲ କରିଥିଲେ।ତାଙ୍କୁ ଏସବୁ କଥା ସେବେ ଜଣା ପଡିଲା ଯେବେ ସେ ତାଙ୍କ ଭାଇଙ୍କ ପାଖକୁ ଗଲେ।ତାଙ୍କ ପରିବାର ଲୋକମାନେ ତାଙ୍କୁ ଧକା ମାରିକି ବାହାର କରିଦେଲେ।ସେ ଘରକୁ ଆସି ସମସ୍ତ କଥା କହିଲେ।ତାଙ୍କ ପତ୍ନୀ ତାଙ୍କୁ ବହୁତ ସାହସ ଦେଲେ।ବାସ୍ତବରେ ତାଙ୍କର ମହାଦେବଙ୍କ ପ୍ରତି ବଡ ଆସ୍ଥା ରହିଥିଲା।ସେ ପ୍ରତିଦିନ ମହାଦେବ ମନ୍ଦିରକୁ ଯାଇ ୧୦ ରୁ ୧୫ ମିନିଟ ବିଚାର କରୁଥିଲେ।ସେ ସେଦିନ ମଧ୍ୟ ମହାଦେବ ମନ୍ଦିରକୁ ଗଲେ ଓ ତାଙ୍କ ସାମନାରେ ହାତ ଯୋଡ଼ି କହିଲେ ହେ ପ୍ରଭୁ ମତେ ମାର୍ଗ ଦେଖାନ୍ତୁ କାରଣ ମୋ ପାଖରେ ଆଉ କିଛି ରାସ୍ତା ନାହିଁ।

ଲାଲ ବିହାରୀ ଭାବିଲେ ଯେ ମୋ ସହିତ କେବଳ ଏହା ହୋଇନାହିଁ ବହୁତ ଲୋକଙ୍କ ସହ ଏପରି ହୋଇଥିବ।ତେଣୁ ସେ ଏପରି ଲୋକଙ୍କୁ ଖୋଜିବାକୁ ଲାଗିଲେ।ଅଳ୍ପ ଦିନ ଭିତରେ ସେ ୨୦ ରୁ ୨୫ ଲୋକଙ୍କୁ ପାଇଗଲେ।ସେମାନେ ବିଭିନ୍ନ ଜାଗାରେ ଧାରଣା ମାନ ଦେବାକୁ ଲାଗିଲେ।ଏହିପରି ଭାବେ ଦୁଇ ବର୍ଷ ବିତିଗଲା।ସେତେବେଳେ ଆଜମଗଡ଼ରେ ନୂଆ ଜିଲ୍ଲାପାଳ ଆସିଥିଲେ।ତାଙ୍କ ନଜର ଏମାନଙ୍କ ଉପରେ ପଡ଼ିଲା।ସେ ଏମାନଙ୍କ ଫାଇଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ଓ ଯେତେବେଳେ ବିଶେଷଜ୍ଞ ମାନେ ଏହାର ଯାଞ୍ଚ କଲେ ଯେ ସମସ୍ତ ମୃତ୍ୟୁ ପ୍ରମାଣ ପତ୍ର ନକଲି ଅଟେ। ତାପରେ ଅଦାଲତ ସେମାନଙ୍କ ଜମି ବାବଦ ପଇସା ତାଙ୍କ ପାଖକୁ ପଠାଇବାକୁ ନିର୍ଦ୍ଦେଶ ଦେଲେ।

Leave a Reply

Your email address will not be published. Required fields are marked *