March 21, 2024

Odia Express

News For Public

କିପରି ତିଆରି କରାଯାଇଥାଏ କାଜୁ? ଏହାକୁ ଆପଣ କେବେ ଆଗରୁ ଶୁଣି ନଥିବେ – ଜାଣିଲେ ଆପଣ କହିବେ ମୁଁ ଏହାକୁ ଆଉ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କାଜୁ କିପରି ପ୍ରସ୍ତୁତ ହୋଇଥାଏ ସେହି ବିଷୟରେ ଜାଣିବା।କାଜୁ ଏକ ଏପରି ଫଳରୁ ପ୍ରସ୍ତୁତ ହୋଇଥାଏ ଯାହା ବହୁତ ଦାମୀକିଆ ଫଳ ଅଟେ।ସେହି ଫଳ ଏପରି ବିଷାକ୍ତ ଥାଏଯେ ତାହାକୁ ଆପଣ କଞ୍ଚା ଖାଇପାରିବେ ନାହିଁ।କିନ୍ତୁ ସେହି ଫଳରୁ ପ୍ରସ୍ତୁତ ହୋଇଥାଏ ଶୁଖିଲା ଖାଦ୍ୟର ରାଜା କାଜୁ।ଆପଣ କଜୁକୁ ନିଶ୍ଚିତ ଆପଣଙ୍କ ଜୀବନରେ କେବେ ନା କେବେ ଖାଇଥିବେ।ଆମେ ଜାଣିବା ଏହି କାଜୁ ସେହି ଫଳରୁ କିଭଳି ପ୍ରସ୍ତୁତ କରାଯାଇଥାଏ।ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବ ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ।

କାଜୁ ତିଆରି କରିବା ଏତେ ସହଜ କଥା ହୋଇନଥାଏ ଏହାକୁ ତିଆରି କରିବାପାଇଁ ଅନେକ କାର୍ୟ୍ଯ କରିବାକୁ ପଡିଥାଏ।ଏବଂ ଆପଣ ଜାଣିପାରିବେ ଏହି ଛୋଟ କାଜୁ ଏତେ ଦାମୀକିଆ କାହିଁକି।କଜୁକୁ ଲୋକ ଅନେକ କାମରେ ବ୍ୟବହାର କରିଥାନ୍ତି।ଏହା ଅନେକ ଖାଦ୍ୟର ସ୍ୱାଦରେ ଚାର ଚାନ୍ଦ ଲଗାଇଟଦେଇଥାଏ।ଭାରତରେ କେରଳ କାଜୁ ଉତ୍ପାଦନରେ ନମ୍ବର ୧ରେ ଅଛି।ଭରତରେ ୪୦ ପ୍ରକାର କାଜୁ ମିଳିଥାଏ।ଏହି କଜୁର ଗଛ ଜଙ୍ଗଲ ଏବଂ ଫାର୍ମରେ ଲଗା ଯାଇଥାଏ।

ଏବଂ ତାହାର ଫଳ ବିଷାକ୍ତ ହୋଇଥାଏ।ତାହା ସେଓ ଭଳି ଦେଖାଯାଇଥାଏ।ତାହାର ତଳ ଭାଗରେ କିଡନୀ ଭଳି ଏକ ପଦାର୍ଥ ଥାଏ।ତାହାରି ମଧ୍ୟରେ କାଜୁ ରହିଥାଏ।ଏହି ଗଛର ରକ୍ଷଣା ବେକ୍ଷଣା କରିବାକୁ ପଡିଥାଏ କାରଣ ଏକ ପ୍ରକାର ପୋକ ଥାଏ ତାହା ଏହି ଗଛକୁ ନଷ୍ଟ କରିଦେଇଥାଏ ଏବଂ ଏଥିପାଇଁ ସେହି ପୋକରୁ ବଞ୍ଚିବାପାଇଁ ଗଛରେ ଏକ ଦ୍ରବ୍ୟ ସିଞ୍ଚନ କରାଯାଇଥାଏ।ଏବେ ଆସନ୍ତୁ ଜାଣିବା ଏଥିରୁ କାଜୁ କିପରି ପ୍ରସ୍ତୁତ ହୋଇଥାଏ।

ଫଳ ଆଣିବା ପରେ ତାହାର କିଡନୀ ଭଳି ଦେଖାଯାଉଥିବା ତଳ ଭାଗକୁ ଅଲଗା କରାଯାଇଥାଏ।ଏହାପରେ ତାହାକୁ ତିନି ଦିନ ପର୍ଯ୍ୟନ୍ତ ଭଲ ଭାବରେ ସୁଖା ଯାଇଥାଏ।ଏହାପରେ ତାହାକୁ ଏକ ଅତ୍ୟନ୍ତ ଉଚ୍ଚ ଚାପ ଏବଂ ତାପ ଦ୍ୱାରା ଭଲ ଭାବରେ ରୋଷ୍ଟ କରାଯାଇଥାଏ।ତାହାପରେ ଏହାକୁ ଏକ ବିଶେଷ ମେସିନ ସାହାଯ୍ୟରେ ଚୋପା ଅଲଗା କରାଯାଏ।ଏହାପରେ କାଜୁକୁ ବହୁତ ଅଧିକ ତାପ ମାତ୍ରାରେ ଗରମ କରାଯାଇଥାଏ।ଏହାଦ୍ୱାରା ସେଥିରେ ଥିବା ଲିକୁଇଡ଼ ଉଡିଯାଇଥାଏ କାରଣ ଏହି ଲିକୁଇଡ଼ ବହୁତ ହାନିକାରକ ଥାଏ।

ଏହାପରେ କାଜୁର ଉପର ଭାଗକୁ ଛୋଟ ଛୁରି ଦ୍ୱାରା ଅଲଗା କରାଯାଏ।ଏହାପରେ କଜୁର ଆକାର,ରଙ୍ଗ ଦ୍ୱାରା ଅଲଗା ଅଲଗା କରାଯାଇଥାଏ।ଏହାପରେ ତାହାକୁ ଏକ ସୁଗନ୍ଧିତ ବାଷ୍ପ ଦିଆଯାଇଥାଏ।ଏହାପରେ ଏକ କ୍ଲିଲିଙ୍ଗ ଲାଇନ ଦ୍ୱାରା କାଜୁକୁ ପରିଷ୍କାର କରାଯାଇଥାଏ।ଏହି ସବୁ ଷ୍ଟେପ ପରେ କାଜୁ ପ୍ୟାକିଂ ପାଇଁ ପ୍ରସ୍ତୁତ ହୋଇଜାଇଥାଏ।ଏହି କାଜୁକୁ ଗଛରୁ ପ୍ୟାକେଟକୁ ପହଞ୍ଚାଉଥିବା ଲେବରଙ୍କ ପାଇଁ ଏକ କାମ ବହୁତ କଠିନ ହୋଇଥାଏ।

କାରଣ କଜୁର ଉପର ସ୍ଥର ଏତେ ନରମ ହୋଇଥାଏ ଯେ ତାହାକୁ ହାତରେ ଅଲଗା କରାଯାଏ ଏବଂ ତାହା ବିଷାକ୍ତ ମଧ୍ୟ ହୋଇଥାଏ ।ଏହାଦ୍ୱାରା ଶ୍ରମିକଙ୍କ ହାତ କଳା ପଡିଯାଏ ଏବଂ ଛେଲା ମଧ୍ୟ ପଡିଯାଇଥାଏ।ସେମାନଙ୍କୁ ହାତର ଦସ୍ତାନା ମଧ୍ୟ ଦିଆଜାଇନଥାଏ କାରଣ ଏହା ଦ୍ୱାରା ତାଙ୍କ କାର୍ୟ୍ଯ ଧିମା ହୋଇଥାଏ। ଏହା ସହିତ ସେହି ଶ୍ରମିକ ମାନେ ବହୁତ କମ ବେତନରେ କାମ କରିଥାନ୍ତି।ସରକାରଙ୍କୁ ନିହାତି ସେହି ଶ୍ରମିକ ମାନଙ୍କ ପାଇଁ କିଛି ଷ୍ଟେପ ନେବା ଦରକାର।

Leave a Reply

Your email address will not be published. Required fields are marked *