December 5, 2023

Odia Express

News For Public

ଲୁଣ ଦ୍ୱାରା ଶରୀରକୁ ହେଉଥିବା କ୍ଷତି – ଏହି କଥା କୁ ଧ୍ୟାନ ଦିୟନ୍ତୁ ନହେଲେ ଜୀବନସାରା ମେଡିକାଲ ଦୌଡ଼ି ଦୌଡ଼ି ରହିବେ ଆପଣ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଲୁଣ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ କେଉଁ ସବୁ କ୍ଷତି ହୋଇଥାଏ।ବିନା ଲୁଣରେ ତ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବା ପାଖାପାଖି ଅସମ୍ଭବ ହୋଇଥାଏ କିନ୍ତୁ ଆଜି ଆମେ ଜାଣିବା ଅଧିକ ଲୁଣ ଖାଇବାର କ୍ଷତି ବିଷୟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମ ଦୈନଦିନ ଜୀବନରେ ଲୁଣ ଏପରି ଏକ ପଦାର୍ଥ ଅଟେ ଯାହା ବ୍ୟବହାର ବିନା ଖାଦ୍ୟ ପଦାର୍ଥ ତିଆରି କରାଇବା ପାଖାପାଖି ଅସମ୍ଭବ ହୋଇଯାଏ।ବିନା ଲୁଣରେ କୌଣସି ବ୍ୟଞ୍ଜନରେ ସ୍ୱାଦ ଆସେ ନାହିଁ।ବିନା ଲୁଣରେ ଯେକୌଣସି ଖାଦ୍ୟ ମଧ୍ୟ ବେସ୍ୱାଦ ଲାଗିଥାଏ।ଯଦି ଆପଣ ସୀମିତ ମାତ୍ରାରେ ଲୁଣର ବ୍ୟବହାର କରନ୍ତି ତେବେ ତାହା ଆପଣଙ୍କ ଦେହ ପାଇଁ ବହୁତ ଭଲ ହୋଇଥାଏ।ଆମକୁ ପ୍ରତିଦିନ ପାଞ୍ଚ ଗ୍ରାମରୁ ଅଧିକ ଲୁଣର ସେବନ କରିବା ଉଚିତ ନୁହଁ।ଯାହାକି ଏକ ବଡ଼ ଚାମଚରୁ ଅଳ୍ପ କମ ହୋଇଥାଏ।

ଖଦ୍ୟ ତିଆରି କରିବା ସମୟରେ ଖାଦ୍ୟର ସ୍ୱାଦ ବଢାଇବାପାଇଁ ଭଲ ମାତ୍ରାରେ ଲୁଣର ବ୍ୟବହାର କରାଯାଇଥାଏ।କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଖାଦ୍ୟ ଉପରେ କଞ୍ଚା ଲୁଣ ପକାଇ ଖାଇବାର ଅଭ୍ୟାସ ଥାଏ।ଏବଂ ଏହିଭଳି କଞ୍ଚା ଲୁଣ ଖାଇ ଖାଇ ତାଙ୍କର ଏପରି ଖରାପ ଅବସ୍ଥା ହୋଇଗଲାଣିଯେ ଖାଦ୍ୟ ଖାଇବା ବେଳେ ତାଙ୍କୁ ଖାଦ୍ୟର ସ୍ୱାଦ ଆସୁନାହିଁ।ଏବଂ ଏଥିପାଇଁ ସେମାନେ ଆହୁରି ଅଧିକ ଲୁଣ ପକାଇ ଖାଇଥାନ୍ତି।ଯଦି ଆପଣ ମଧ୍ୟ ଏପରି କରିଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ।କାରଣ ଅଧିକ ମାତ୍ରାରେ ଲୁଣର ସେବନ କରିବା ଦ୍ୱାରା ଆମକୁ ଅନେକ ପ୍ରକାର ଅସୁବିଧା ହୋଇଥାଏ।ତେବେ ଆସନ୍ତୁ ଜାଣିବା ଲୁଣ ଅଧିକ ଖାଇବା ଦ୍ୱାରା ତାଙ୍କୁ କେଉଁ କେଉଁ ରୋଗ ହୋଇପାରିଥାଏ?

ପ୍ରଥମ ହୃଦୟ ଜନିତ ରୋଗ।ଲୁଣର ଅଧିକ ସେବନ ହୃଦୟ ଜନିତ ରୋଗର କାରଣ ହୋଇଥାଏ।ଏଥିପାଇଁ ହୃଦୟକୁ ସୁସ୍ଥ ରଖିବାପାଇଁ ଖାଦ୍ୟରେ ଲୁଣର ସନ୍ତୁଳନ ରଖନ୍ତୁ।ଦ୍ୱିତୀୟରେ ଉଚ୍ଚ ରକ୍ତଚାପ।ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟରେ ଲୁଣ ଅଧିକ ପକାଇ ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ହେବାର ଆଶଙ୍କା ଥାଏ।ଏଥିପାଇଁ ଖାଦ୍ୟରେ ଲୁଣ କମ ପକାନ୍ତୁ।ତୃତୀୟରେ ଶରୀରରେ ଜଳର ଅଭାବର ସମସ୍ୟା।ଶରୀରରେ ଅଧିକ ଲୁଣର ମାତ୍ରା ଯୋଗୁ ଜଳର ଅଭାବ ଦେଖାଦେଇପାରେ।ଯଦି ଆପଣ ଡିହାଇଡ୍ରେସନରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ଲୁଣର ସନ୍ତୁଳନ କମ ରଖନ୍ତୁ।ଏବଂ ଅଧିକ ପାଣି ପିଅନ୍ତୁ।

ଚତୁର୍ଥରେ ହେଉଛି ସ୍ପର୍ମ କାଉଣ୍ଟରେ କମି।ଧଳା ଲୁଣ ରିଫାଇନ କରି ତିଆରି କରାଯାଇଥାଏ ଏବଂ ସେଥିରେ ପୋଟାସିୟମ ହାଇଡ୍ରାଇଟକୁ ମିଶା ଯାଇଥାଏ।ଏହା ଦ୍ୱାରା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଆର୍ଥତ ଶୁକ୍ରାଣୁର ସଂଖ୍ୟା କମ ହୋଇଥାଏ।ପଞ୍ଚମରେ ହେଉଛି ଶରୀରରେ ଲୁଣର ମାତ୍ରା ଅଧିକ ହେବାରୁ ଶରୀର ମଧ୍ୟରେ ପାଣି ଜମିଥାଏ।ଏହି କାରଣ ପାଇଁ ହାତ ଗୋଡ଼ ଫୁଲିଥାଏ।ଏଥିପାଇଁ ଆପଣ ଧଳା ଲୁଣ ନଖାଇଆପଣ ସୈନ୍ଧବ ଲବଣର ବ୍ୟବହାର କାରନ୍ତୁ।ଏହା ପ୍ରାକୃତିକ ହୋଇଥାଏ ଏବଂ ଫ୍ୟାକ୍ଟ୍ରିରେ ତିଆରି କରାଯାଇନଥାଏ।

Leave a Reply

Your email address will not be published. Required fields are marked *