May 25, 2024

Odia Express

News For Public

କଦଳୀ ଫୁଲ ଖାଇବାର ଫାଇଦା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ – କଦଳୀ ଫୁଲ ଖୋଜି ଖୋଜି ଖାଇବେ ଆପଣ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କଦଳୀ ଫୁଲ ଖାଇବାର ଫାଇଦା ବିଷୟରେ କହିବି।ସାଙ୍ଗମାନେ ଆପଣ ମାନେ ତ କଦଳୀ ଖାଇବାର ଫାଇଦା ବିଷୟରେ ଜାଣିଥିବେ।କିନ୍ତୁ କଣ ଆପଣ ଏହାର ଫୁଲ ବିଷୟରେ କିଛି ଶୁଣିଛନ୍ତି।କଦଳୀ ଫୁଲ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ।ଭାରତରେ ବିଭିନ୍ନ ଜାଗାରେ ଏହାର ତରକାରୀ ମଧ୍ୟ ପ୍ରସ୍ତୁତ କରା ଯାଇଥାଏ।ଲୋକ ମାନେ ମଧ୍ୟ ଏହାକୁ ବଡ ସ୍ଵାଦ ସହିତ ଖାଇଥାନ୍ତି।କଦଳୀ ଫୁଲ ବହୁତ ପୌଷ୍ଟିକ ହୋଇଥାଏ।କଦଳୀ ଫୁଲରେ ବହୁତ ପରିମାଣରେ ଫାଇବର,ପୋଟାସିୟମ,କ୍ୟାଲସିୟମ,କପର, ଫସଫରସ ଆଇରନ,ଭିଟାମିନ ଇ ମିଳିଥାଏ।

କଦଳୀ ଫୁଲ ଖାଇବା ଦ୍ଵାରା ଆପଣଙ୍କ ବହୁତ ଗୁଡିଏ ରୋଗ ଦୂର ହୋଇପାରେ।ଯେପରି ଡାଇବେଟିସ, ଡିପ୍ରେଶନ ତଥା ଆନେମିଆ ଆଦି ରୋଗ ମାନଙ୍କ ଠାରୁ ଏହା ବଞ୍ଚାଇଥାଏ।ଏଥିପାଇଁ କଦଳୀ ଫୁଲକୁ କୌଣସି ନା କୌଣସି ପ୍ରକାରେ ନିଜ ଖାଦ୍ୟରେ ସାମିଲ କରିବା ଉଚିତ।ଏବେ ମୁଁ ଆପଣ ମାନଙ୍କୁ କହିବି ଯେ କଦଳୀ ଫୁଲ ଦ୍ବାରା କେଉଁ ରୋଗ ଦୂର କରା ଯାଇପାରିବ।ପ୍ରଥମ ହେଉଛି ଆନେମିଆ ଯାହା କି ରକ୍ତର ଅଭାବ ଅଟେ।ଏହି ରୋଗରୁ ବଞ୍ଚିବା ପାଇଁ କଦଳୀ ଫୁଲର ବ୍ୟବହାର କରାଯାଇଥାଏ।ଏହାକୁ ଖାଇବା ଦ୍ଵାରା ଶରୀରରେ ଆଇରନର ଅଭାବ ହୋଇ ନଥାଏ।ଆଗକୁ ଖାଇଲେ ଶରୀରରେ ରକ୍ତ ମଧ୍ୟ ସୃଷ୍ଟି କରା ଯାଇପାରିବ।

କ୍ୟାନ୍ସର ଭଳି ବିପଦପୂର୍ଣ୍ଣ ଓ ମାରାତ୍ମକ ରୋଗ ମାନଙ୍କ ଠାରୁ ବଞ୍ଚିବା ପାଇଁ କଦଳୀ ଫୁଲ ସାହାଯ୍ୟ କରିଥାଏ।ଏଥିରେ ଅତ୍ୟଧିକ ମାତ୍ରାରେ ଆଣ୍ଟୀ ଅକ୍ସିଡ଼ାଣ୍ଟ ମିଳିଥାଏ।ଏହା କ୍ୟାନ୍ସର ଠାରୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଏହା ଡିପ୍ରେଶନ ଓ ମାନସିକ ଅବସାଦକୁ କମ କରିଥାଏ।କଦଳୀ ଫୁଲରେ ବହୁତ ମ୍ୟାଗ୍ନେଶୀୟମ ଓ ଆଣ୍ଟୀ ଅକ୍ସିଡ଼ାଣ୍ଟ ରହିଥାଏ।ଏହା ଆପଣଙ୍କୁ ମାନସିକ ଅବସାଦରୁ ବଞ୍ଚାଇଥାଏ।ଏହା ଆପଣଙ୍କ ମୁଡକୁ ଭଲ ରଖିବାରେ ସହାୟକ ହୋଇଥାଏ।ପାଚନ ପାଇଁ କଦଳୀର ଫୁଲ ବହୁତ ଲାଭ ଦାୟକ ହୋଇଥାଏ।ଏହା ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମାନଙ୍କୁ ଶେଷ କରିବାରେ ସହାୟକ ହୋଇଥାଏ।

ଏହାର ସେବନ କରିବା ଦ୍ବାରା ଆପଣ କବଜ,ଗ୍ୟାସ ଓ ଅନ୍ୟାନ୍ୟ ପେଟ ସମସ୍ୟା ମାନଙ୍କରୁ ରକ୍ଷା ପାଇପାରିବେ।ରକ୍ତରେ ଶର୍କରାର ପରିମାଣକୁ ଠିକ ରଖିବାରେ କଦଳୀର ଫୁଲ ବହୁତ ସହାୟକ ହୋଇଥାଏ।ଇଏ ଇନ୍ସୁଲିନ ସ୍ତରକୁ କମାଇଥାଏ।ଏହା ବ୍ୟତୀତ କୌଣସି ପ୍ରକାର ସଂକ୍ରମଣ ଠାରୁ ଏହା ବଞ୍ଚାଇଥାଏ।ଏହା ବ୍ୟାକ୍ଟେରିଆ ଓ ଅନ୍ୟାନ୍ୟ ଜୀବାଣୁ ମାନଙ୍କ ଠାରୁ ଶରୀରକୁ ରକ୍ଷା କରିଥାଏ।କଦଳୀ ଫୁଲକୁ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ।

Leave a Reply

Your email address will not be published. Required fields are marked *