May 26, 2024

Odia Express

News For Public

ଜୋକ୍ସ : ଜଣେ ଜେଲର୍ କଏଦୀକୁ ମଜାରେ ମଜାରେ କହେ – ଶୁଣିଛି ତୁମେ ଜଣେ ଭଲ ସାୟର୍ ଅଟ, କିଛି ଶୁଣାଇବ କି ? ତାପରେ କଏଦୀ ଯାହା କହିଲେ ଶୁଣିକି ବେହୋସ ହେଇଗଲେ ଜେଲର..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲିଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧)ଲଲୁ ଡାକ୍ତର- କଲ୍ଲୁ କୁ- ଦେଖ ସେ ହେଲା ମୋର ପ୍ରେମିକା । କଲ୍ଲୁ- ତୁମେ ତାଙ୍କୁ ବାହା କଣ ପାଇଁ ହେଇଯାଉନ ? ଲଲୁ ଡାକ୍ତର- କରିନେବି ତ କିନ୍ତୁ ମୋର ବହୁତ କ୍ଷତି ହୋଇଯିବ, ସେ କୋଟିପତି ବାପାର ଗୋଟେ ମାତ୍ର ଝିଅ, ଓ ସେ ହିଁ ମୋ ପାଖରେ ଚିକିତ୍ସା କରାଉଛି ।

୨) ସ୍ତ୍ରୀ-ଡାର୍ଲିଙ୍ଗ୍ ଶୁଣୁଛ ମୋର ବୟସ ୪୮ ହେଲେ ବି ତୁମର ଜଣେ ସାଙ୍ଗ ମୋ ସୁନ୍ଦରତାର ପ୍ରଶଂସା କରୁଛି, ସ୍ୱାମୀ- ଆରେ ଉସମାନ୍ ଭାଇ ହୋଇଥିବ, ସ୍ତ୍ରୀ- ହଁ ତୁମେ କେମିତି ଜାଣିଲ ? ସ୍ୱାମୀ- ଆରେ ସେ ଶଳା କବାଡି ବେପାରି ଟା ପରା ।

୩) ଏକ ବୃଦ୍ଧ୍ ବ୍ୟକ୍ତି ଏକ କମ୍ପାନୀର୍ ଅଫିସକୁ ଯାଇ ମ୍ୟାନେଜରକୁ କହିଲା- ତୁମ ଅଫିସରେ ମୋର ପୁଅ କାମ କରୁଛି, କଣ ମୁଁ ତାଙ୍କୁ ଦେଖାକରିପାରିବି ? ମ୍ୟାନେଜର ତାଙ୍କୁ ଭଲରେ ଚାହିଁଲେ ଓ କହିଲେ- ଦୁଃଖର ବିଷୟ ଆପଣ ବିଳମ୍ବରେ ଆସିଲେ ଆପଣଙ୍କ ଅନ୍ତିମ ସଂସ୍କାର କରିବାପାଇଁ ଛୁଟିନେଇକରି ଏବେ ଏବେ ଯାଇଛି ।

୪) ଛୁଆ- ବାପା କିଏ ଘର ବାହାରେ ଅଛି , ବାପା- କିଏ ? ଛୁଆ- ସେ କେଉଁ ନିଶବାଲା, ବାପା- କହିଦେ ଦରକାର ନାହିଁ ।

୫)ଶିକ୍ଷକ- ଦେଶର ସବୁଠାରୁ ଇମାନଦାର୍ ପୋଲିସ୍ ବାଲା କେଉଁଠୁ ମିଳିଥାନ୍ତି ? ବବଲୁ- ସାବଧାନ ଇଣ୍ତିଆ, ଓ କ୍ରାଇମ୍ ପେଟ୍ରୋଲ୍ ରେ ଶିକ୍ଷକ- ଚାପୁଡା ଉପରେ ଚାପୁଡା ।

୬) ଏକ ଲରି ବାଲା ମଝି ରାସ୍ତାରେ ନିଜ ଲରି ଠିଆ କରିଦେଲା, ଏକ ବ୍ୟକ୍ତି- ଭାଇ ଲରି ହଟାଇଦେ ନହେଲେ ପୋଲିସ୍ ତୁମକୁ ଲାଠି ଚାର୍ଜ କରିବ, ଲରିବାଲା- ମୁଁ କଣ ତାର ଚାର୍ଜର ଦେଖାଯାଉଛି ଯାହାକି ମୋର ଉପରେ ଲାଠି ଚାର୍ଜ କରିବ ।

୭)ଦୁଇ ସାଙ୍ଗ ପରସ୍ପର କଥା ହେଉଥିଲେ, ଚିଣ୍ଟୁ- ସାଙ୍ଗ ମୁଁ ଗୋଟେ ଜିନିଷ ବହୁତଥର ନୋଟିସ୍ କରିଛି, ମିଣ୍ଟୁ- କେଉଁ ଜିନିଷ ? ଚିଣ୍ଟୁ- ଯେବେ ବି ଫାଟକ ବନ୍ଦ ହୋଇଥାଏ, ତେବେ ଟ୍ରେନ୍ ନିଶ୍ଚିତ ଯାଇଥାଏ ।

୮)  ଶିକ୍ଷକ- କୁହ ଗୋଲୁ ନକ୍ସାରେ ଭାରତ କେଉଁଠି ଅଛି ? ଗୋଲୁ- ଏଠାରେ ଅଛି ସାର୍, ଶିକ୍ଷକ- ଠିକ୍ ଅଛି, ଭୋଲୁ ଏବେ ତୁମେ କୁହ ଭାରତର ଖୋଜ୍ କିଏ କରିଥିଲେ ? ଭୋଲୁ- ସାର୍ ଗୋଲୁ କରିଛି ପରା ।

୯)ଜଣେ ମହିଳା ଆମ୍ବୁଲାନ୍ସ ଡକାଇବାପାଇଁ ୧୦୮ ନମ୍ବରରେ ଫୋନ୍ କଲା, ଅପରେଟର୍- ଆପଣଙ୍କ କଣ ଅସୁବିଧା ହେଇଛି, ମହିଳା- ମୋର ପାଦର ଆଙ୍ଗୁଠି ଟେବୁଲରେ ବାଡେଇହେଇଗଲା, ଅପରେଟର୍ ହସିକରି- ଏଥିପାଇଁ ଆପଣ ଆମ୍ବୁଲାନ୍ସ ଡକାଇବାକୁ ଚାହୁଁଛନ୍ତି, ମହିଳା- ନା, ଆମ୍ବୁଲାନ୍ସ ତ ମୋର ସ୍ୱାମୀଙ୍କ ପାଇଁ ମଗାଉଛି, ତାଙ୍କୁ ହସିବା ଦରକାର ନଥିଲା ।

୧୦) ଥରେ ଏକ ଜେଲର୍ ମଜା ମଜାରେ କଏଦୀକୁ କହେ ଶୁଣୁଛି ତୁମେ ଜଣେ କବି ଅଟ, କିଛି ଶୁଣାଅ ତ, କଏଦୀ- ଗମ୍ ଏ ଉଲଫତ୍ ମେଁ ଜୋ ଜିନ୍ଦେଗୀ କଟ୍ ରହି ହମାରି, ଜେଲର୍- ବାଃ ବାଃ, କଏଦୀ- ଗମ୍ ଏ ଉଲଫତ୍ ମେଁ ଜୋ ଜିନ୍ଦେଗୀ କଟ୍ ରହି ହମାରୀ ଜିସ୍ ଦିନ୍ ଜମାନତ୍ ହୁଇ ଜିନ୍ଦେଗୀ ଖତମ୍ ତୁମ୍ଭାରୀ ।

Leave a Reply

Your email address will not be published. Required fields are marked *