May 19, 2024

Odia Express

News For Public

ଏକ ଚାପୁଡା ବର୍ବାଦ କରିଦେଲା ରାମାୟଣର ମନ୍ଥରାର କ୍ୟାରିୟର, ଛୋଟ ଭଉଣୀ ହିଁ ହୋଇଗଲା ନିଜ ସଉତୁଣୀ

ବଲିଉଡ୍ ଫିଲ୍ମରେ ଶକ୍ତ ମା ଅଭିନୟ କରୁଥିବା ଲଳିତା ପାୱାର୍ ଙ୍କ ଜୀବନୀ କେଉଁ ଫିଲ୍ମ କାହାଣୀରୁ କମ୍ ନୁହେଁ, କେବଳ ୯ ବର୍ଷ ବୟସରେ ଫିଲ୍ମରେ କାମ କରିଥିବା ଲଳିତା ପାୱାର୍ ୧୯୮୮ ପର୍ଯ୍ୟନ୍ତ ଫିଲ୍ମ ଇଣ୍ତଷ୍ଟ୍ରିରେ ସକ୍ରିୟ ଥିଲେ, ମିଡିଆ ରିପୋର୍ଟ୍ସର୍ ଅନୁସାରେ ଲଳିତା ପାୱାର୍ ଫିଲ୍ମରେ ଲିଡ୍ ଅଭିନେତ୍ରୀ ହେବାକୁ ଚାହୁଁଥିଲେ, କିନ୍ତୁ ଏକ ଘଟଣା ତାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲା । ବର୍ଷ ୧୯୪୨ ରେ ସୁଟ୍ ହେଉଥିଲା ଏକ ଫିଲ୍ମ ଜଙ୍ଗ୍ ଏ ଆଜାଦୀ, ସୁଟିଙ୍ଗ୍ ସମୟରେ ଭଗବାନ ଦାଦାଙ୍କୁ ଏକ ସିନ୍ ରେ ଲଳିତା ପାୱାରଙ୍କୁ ଚାପୁଡା ମାରିବାର ଥିଲା, ଖବରରୁ ଜଣାଯାଏ କି ସିନ୍ ସମୟରେ ଭଗବାନ ଦାଦା ଲଳିତା ପାୱାରଙ୍କୁ ଏତେ ଜୋରରେ ଚାପୁଡା ମାରିଲେ କି ତାଙ୍କ କାନର ପର୍ଦା ଫାଟିଗଲା ଓ ସେଥିରୁ ରକ୍ତ ବାହାରିଲା ଓ ଏହାପରେ ଲଳିତା ପାୱାରଙ୍କ୍ ଆଖି ବି ଏହି ଚାପୁଡା ପରେ ଖରାପ ହୋଇଗଲା ।

କୁହାଯାଏ କି ଏହାପରେ ଲଳିତା ପାୱାରଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନିଆଯାଈଥିଲା କିନ୍ତୁ ଭୁଲ୍ ଚିକିତ୍ସାକୁ ନେଇ ତାଙ୍କର ଆହୁରି କ୍ଷତି ହୋଇଗଲା, ଲଳିତା ପାୱାରଙ୍କ ଡାହାଣ ଭାଗ ପୁରା ୩ ବର୍ଷ ପାରାଲିସିସ୍ ହୋଇଗଲା ଏହି ଘଟଣାର ଫଳାଫଳ ଏହା ହେଲା କି ଲଳିତା ପାୱାର୍ ଫିଲ୍ମ ଅଭିନେତ୍ରୀ ହେବାର ସ୍ୱପ୍ନ ପୁରା ସବୁଦିନ ପାଇଁ ଚୁରମାର୍ ହୋଇଗଲା, ଲଳିତା ବହୁତ ସାହାସି ମହିଳା ଥିଲେ, ଓ ସେ ନିଜ ସହ ହୋଇଥିବା ଏହି ଘଟଣା ପରେ ହାତରେ ହାତ ରଖିକରି ବସିବାର ନୁଆ ଅବସର ଖୋଜିଲେ ।

ଆପଣଙ୍କୁ କହିଦେବୁ କି ଲଳିତା ପାୱାର୍ କିଛି ବର୍ଷ ପରେ ଇଣ୍ତଷ୍ଟ୍ରିରେ କମ୍ ବ୍ୟାକ୍ କରିଲେ, କିନ୍ତୁ ଲିଡ୍ ଅଭିନେତ୍ରୀ ନୁହେଁ ବରଂ କ୍ୟାରାକ୍ଟର୍ ରୋଲ୍ ରେ ,ଧୀରେ ଧୀରେ ଲଳିତା ପାୱାରଙ୍କ ଯାଦୁ ଲୋକଙ୍କ ମୁଣ୍ତରେ ଚଢିବାକୁ ଲାଗିଲା, ଆପଣଙ୍କୁ କହିଦେବୁ କି ରମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକରେ ଲଳିତା ପାୱାର୍ ମନ୍ଥରା ରୋଲ୍ ନିଭାଇଥିଲେ, ଯାହାକି ସବୁ ଘର ଘର ଲୋକପ୍ରିୟ ହୋଇଯାଇଥିଲା, ସେମିତି ଲଳିତା ପାୱାରଙ୍କୁ ତାଙ୍କ୍ ବ୍ୟକ୍ତିଗତ ଜୀବନରେ ନିଜ ଭଉଣୀ ହିଁ ଧୋକା ଦେଲା

ହଁ ଆଜ୍ଞା ଲଲିତା ପାୱାରଙ୍କ ଫିଲ୍ମ ମେକର୍ ଗଣପତରାଓ ପାୱାରଙ୍କ ସହ ୧୯୩୨ ରେ କରିଦେଇଥିଲେ, କୁହାଯାଏ କି ଲଳିତାଙ୍କ ଛୋଟ ଭଉଣୀ ଗଣପତରାଓ ଙ୍କ ସହ୍ ଆଫେୟାର୍ ଥିଲା ଯାହା ଯୋଗୁଁ ଲଲିତା ପାୱାରଙ୍କ ବୈବାହିକ ଜୀବନ ଚୁରମାର୍ ହୋଇଗଲା, ଆପଣଙ୍କୁ କହିଦେବୁ କି ଲଳିତା ଏହାପରେ ଫିଲ୍ମ ମେକର୍ ରାଜକୁମାର୍ ଗୁପ୍ତାଙ୍କୁ ବିବାହ କରିଥିଲେ ଓ ଏହି ବିବାହରୁ ତାଙ୍କର ଗୋଟେ ପୁଅ ହୋଇଥିଲା ଯାହାଙ୍କ ନାଁ ଜୟ ପାୱାର୍ ଯିଏ ଏକ ଫିଲ୍ମ ପ୍ରଡୁସର୍ ଅଟନ୍ତି ।

Leave a Reply

Your email address will not be published. Required fields are marked *