June 19, 2024

Odia Express

News For Public

ଜୟପୁରର ଗଳିରେ ବୁଲୁଥିବା ୧୦ମ ଫେଲ୍ ଅଟୋ ବାଲାର ବିଦେଶୀ ମ୍ୟାଡାମ୍ ସହ ହେଲା ପ୍ରେମ, ଓ ବଦଳିଗଲା ଜୀବନ,ଏବେ ସ୍ୱିଜରଲ୍ୟାଣ୍ତରେ ମଜା କରୁଛନ୍ତି,ଜାଣନ୍ତୁ ପୁରା କାହାଣୀ

ଏକ ବିଦେଶୀ ଝିଅ ୧୦ ମ ଫେଲ୍ ଅଟୋବାଲାର ଜୀବନ ବଦଳାଇଦେଲେ, ଓ ତାକୁ ବାହାହୋଇ ଜୟପୁରରୁ ପହଞ୍ଚାଇଦେଲେ ସ୍ୱିଜର ଲ୍ୟାଣ୍ତ ହଁ ଆଜ୍ଞା ଏହା କେଉଁ ଫିଲ୍ମର କାହାଣୀ ନୁହେଁ ବରଂ ଅସଲ ଜୀବନର କାହାଣୀ ଅଟେ, ଏହା ଶୁଣିକରି ଆପଣଙ୍କୁ ପ୍ରଥମ ନଜରରେ ବିଶ୍ୱାସ ହେଉନଥିବ କିନ୍ତୁ ଏମିତି କିଛି ହୋଇପାରେ ଆସନ୍ତୁ ଜାଣିବା ତାଙ୍କ ସହ୍ କଣ ଘଟିଥିଲା ।୧୦ମ ଫେଲ୍ ପୁଅର ନାଁ ରଞ୍ଜିତ୍ ସିଂ ଅଟେ, ଯାହାଙ୍କ ଭାଗ୍ୟ ପୁରା ବଦଳିଯାଇଛି, ଓ ସେ ସିଧା ସ୍ୱିଜରଲ୍ୟାଣ୍ତରେ ପହଞ୍ଚିଯାଇଛନ୍ତି, ସେ ବହୁତ ଗରିବ ପରିବାରରୁ ଅଟନ୍ତି, ସେ କେବେ କଳ୍ପନା କରିନଥିଲେ କି ସେ କେବେ ଜୟପୁରର ଗଳିରୁ ସିଧା ସ୍ୱିଜରଲ୍ୟାଣ୍ତରେ ଯାଇ ରହିବେ । ଗୋଟେ ସମୟ ଥିଲା ଯେବେ ରଞ୍ଜିତ୍ ସିଂ ରାଜ୍ ଜୟପୁରରେ ଅଟୋ ଚଲାଉଥିଲେ

ଏହି ସମୟରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ, ଓ ଆଜି ସେ ନିଜ ସ୍ତ୍ରୀ ଓ ଛୁଆଙ୍କ ସହ ଆରାମଦାୟକ ଜୀବନ ଅତିବାହିତ କରୁଛନ୍ତି । ଯେବେ ଆପଣ ଏହି ବିଷୟରେ ଶୁଣିବେ ତେବେ ଆପଣଙ୍କୁ ଏହା କାହାଣିକିମ୍ବା ଏକ ଫିଲ୍ମର ଷ୍ଟୋରୀ ପରି ଲାଗିବ , ରଞ୍ଜିତ୍ ସିଂ ରାଜଙ୍କ କହିବା କଥା କି ସେ ବହୁତ ଗରିବ ପରିବାରରୁ ଥିଲେ, ଯାହାର କାରଣରୁ ସେ ନିଜ ଶିକ୍ଷା ପୁରା କରିପାରିଲେ ନାହିଁ, ଓ ଦଶମପରେ ସେ ସ୍କୁଲକୁ ଛାଡିବାକୁ ବାଧ୍ୟ ହୋଇଥିଲେ, ସେ ଛୁଆବେଳରୁ ନିଜ ସମାଜର ସହ ଲଢୁଥିଲେ, ତାଙ୍କର କହିବା କଥା କି ସେ ଏକ ଗରିବ ପରିବାରରୁ ଥିଲେ, ଓ ଉପରୁ ତାଙ୍କୁ ବହୁତ ସାରା କଥାଶୁଣିବାକୁ ମିଳୁଥିଲା, ତେବେ ସେ ବହୁତ ରାଗିବି ଯାଉଥିଲେ, କିନ୍ତୁ ଏବେ ଯେବେ ତାଙ୍କ ଜୀବନର ସତ୍ୟତା ଜଣାପଡିଲା ତେବେ ସେ ଶାନ୍ତ ରହୁଛନ୍ତି ।

ତାଙ୍କ ଜୀବନ ତାଙ୍କ ସ୍ତ୍ରୀ ହିଁ ବଦଳାଇଦେଇଛନ୍ତି, ଯେବେ ତାଙ୍କ ସ୍ତ୍ରୀ ଭାରତ ବୁଲିବାକୁ ଆସିଥିଲେ, ସେହି ସମୟରେ ସେ ପ୍ରଥମ ସାକ୍ଷାତରେ ପ୍ରେମ ହୋଇଯାଇଥିଲା, ଓ ସେ ୨୦୧୪ ରେ ବିବାହ କରିନେଇଥିଲେ, ଓ ଏବେ ସେ ସ୍ୱିଜରଲ୍ୟାଣ୍ତରେ ଯାଇକରି ରହୁଛନ୍ତି, ଯେବେ ସେ ୧୬ ବର୍ଷର ଥିଲେ ତେବେ ସେ ଅଟୋ ଚଳାଇବା ଆରମ୍ଭକରିଦେଇଥିଲେ, ସେ ଜୟପୁରରେ ବହୁତ୍ ବର୍ଷ ଅଟୋ ଚଲାଇଲେ, ୨୦୦୮ ରେ ଇଂରାଜୀ ଶିଖିଲେ, ତାପରେ ଟୁରିଜିମ୍ କାମ ଆରମ୍ଭ କରିଦେଲେ, ସେହି ସମୟରେ ତାଙ୍କ ସ୍ତ୍ରୀଙ୍କ ସହ ସାକ୍ଷାତ ହେଲା,ତାଙ୍କ ସ୍ତ୍ରୀ ଫ୍ରାନ୍ସରୁ ଭାରତକୁ ବୁଲିବାକୁ ଆସିଥିଲେ, ସେହି ସମୟରେ ରଞ୍ଜିତ୍ ସିଂ ରାଯ୍ ତାଙ୍କୁ ଜୟପୁର୍ ବୁଲାଇଲେ, ଓ ସେହି ସମୟରେ ପ୍ରେମରେ ପଡିଯାଇଥିଲେ ।

୨୦୧୪ ରେ ସେହି ଦୁହେଁ ବିବାହ କରିନେଲେ, ଓ ତାଙ୍କର ଗୋଟେ ଛୁଆ ବି ହୋଇଗଲା, ଯେବେ ସେ ଟର୍ମ୍ ଭିଜା ପାଇଁ ଆପ୍ଲାଇ କଲେ, ତେବେ ତାଙ୍କୁ ଫ୍ରେଞ୍ଚ ସିଖିବାକୁ କୁହାଗଲା, ତାପରେ ସେ ଦିଲ୍ଲୀର ଅଲାୟନ୍ସରେ ଫ୍ରେଞ୍ଚ କ୍ଲାସ୍ ନେଲେ, ଓ ପରିକ୍ଷା ଦେବାପରେ ସାର୍ଟିଫିକେଟ୍ ବିନେଲେ, ଏହି ପରି ତାଙ୍କୁ ଲଙ୍ଗ୍ ଟର୍ମ ଭିଜା ମିଳିଲା, ଓ ଏବେ ସେ ଜୟପୁରରୁ ଫ୍ରାନ୍ସ ପହଞ୍ଚିଗଲେ, ଏବେ ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଛନ୍ତି, ଯାହାର୍ ଜରିଆରେ ସେ ଘରେ ବସିଥିବା ଲୋକଙ୍କୁ ଦୁନିଆଁର ସୁନ୍ଦର ଜାଗା ଦେଖାଉଛନ୍ତି, ଉପରବାଲା ସମସ୍ତଙ୍କୁ ଏପରି ଭାଗ୍ୟ ଦେଇନଥାଏ, ରଣଜୀତ୍ ଙ୍କ ଭାଗ୍ୟ ଥିଲା ଓ ତାଙ୍କ ଭଲ କର୍ମ ତାଙ୍କୁ ଏମିତି ଝିଅ ସହ ସାକ୍ଷାତ କରାଇଲା, ଓ ପୁରା ଜୀବନ ବଦଳାଇଦେଲା, ଆଜି ରଣଜିତ୍ ନିଜ ପରିବାର ଓ ସ୍ତ୍ରୀଙ୍କ ସହ ଭଲ ଜୀବନ ଅତିବାହିତ୍ କରୁଛନ୍ତି ।

Leave a Reply

Your email address will not be published. Required fields are marked *