December 10, 2023

Odia Express

News For Public

ସିନ୍ଦୁର ଲଗାଇକରି ସାମ୍ନାକୁ ଆସିଲେ ଗୀତା କପୁର୍, ଲୋକେ ପଚାରିଲେ ବାହାହେଇଗଲ କି ? ତେବେ ଜଣାପଡିଲା ସତ୍ୟତା

ବଲିଉଡ୍ ର ଜଣାଶୁଣା କୋରିଓଗ୍ରାଫର୍ ଗୀତା କାପୁର୍ ଏବେ କିଛି ଦିନ ହେବ କିଛି ଫଟୋଗୁଡିକ ଭାଇରାଲ୍ ହୋଇଥିଲା ଯାହାପାଇଁ ତାଙ୍କୁ ତାହାର ସଫାଇଦେବାକୁ ପଡିଲା, ଏବେ କିଛି ଦିନ ହେବ ଗୀତା କାପୁର୍ ମଥାରେ ସିନ୍ଦୁର ଲଗାଇକରି ନିଜର କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ, ଯାହାପରେ ତାଙ୍କ ଫ୍ୟାନ୍ସ ବିବାହ କରିନେଇଥିବାର ଆଶା କରିବାକୁ ଲାଗିଲେ, ଗୀତାଙ୍କ ଏହି ଫଟୋରେ ଫ୍ୟାନ୍ସମାନେ କମେଣ୍ଟ ଓ ଲାଇକ୍ କରିବାକୁ ଲାଗିଲେ, ଗୀତାଙ୍କୁ ସେ ପଚାରିଲେ କି ବାହା ହୋଇଯାଇଛନ୍ତି କି ଜଣେ ଫ୍ୟାନ୍ ଲେଖିଲେ କି ମା ତୁମ ମଥାରେ ସିନ୍ଦୁର ? ମା କେବେ ବାହା ହେଲ, ଅନ୍ୟ ଜଣେ ଫ୍ୟାନ୍ ଲେଖିଥିଲେ କି ଓଃ ମାଇଁ ଗଡ୍ ମା, ଆପଣ ବହୁତ ସୁନ୍ଦର ଲାଗୁଛନ୍ତି, ଜଣେ ଫ୍ୟାନ୍ ଲେଖିଲେ ମୁଁ ଚାହୁଁଛି କି ମା ଏହି ଖବରକୁ କନଫର୍ମ କରନ୍ତୁ, ଆପଣଙ୍କୁ କହିଦେବୁ କି ଫ୍ୟାନ୍ସଙ୍କ ମଧ୍ୟରେ ଗୀତା ମା ବହୁତ ଲୋକପ୍ରିୟ ଅଟନ୍ତି ।

ସୋସିଆଲ୍ ମିଡିଆରେ ଆସିଥିବା କମେଣ୍ଟଗୁଡିକ ପରେ ଗୀତା ଏହି ଫଟୋ ଉପରେ ଉତ୍ତର ଦେବାକୁ ଚାହିଁଲେ, ସେ ଏକ ଇଣ୍ଟରଭ୍ୟୁରେ କହିଲେ କି ମୁଁ ବାହା ହୋଇନାହିଁ , ଯଦି ମୁଁ ବାହା ବି ହୁଏ ତେବେ ଏହାକୁ କେମିତି ଲୁଚାଇବି, ମୁଁ ମୋ ବାହାଘର କେବେ ଲୁଚାଇବି ନାହିଁ, ସେମିତି ମୁଁ ଏବେ କେମିତି ବାହା ହୋଈଯିବି, ମୁଁ କିଛି ମାସ ପୁର୍ବରୁ ନିଜ ମା କୁ ହରାଇଛି, ହଁ ଫଟୋରେ ମୁଁ ସିନ୍ଦୁର ଲଗାଇଛି, କିନ୍ତୁ ମୋର ଶୋ ସୁପର ଡ୍ୟାନ୍ସର୍ ୪ ର ସୁଟିଙ୍ଗ୍ ପାଇଁ

ଶୋର ଏକ ଏପିସୋଡ୍ ରେ ଆମେ ବଲିଉଡ୍ ଏଭରଗ୍ରୀନ୍ ହିରୋଇନ୍ ଙ୍କୁ ଟ୍ରିବ୍ୟୁଟ୍ ଦେଉଛୁ, ଯାହାର କାରଣରୁ ଆମକୁ ଏପରି ଗେଟ୍ ଅଫ୍ ଆପଣାଇବାକୁ ହୋଇଛି, ଦୁନିଆଁ ଜାଣିଛି କି ରେଖାଙ୍କର ମୁଁ କେତେ ବଡ ଫ୍ୟାନ୍ ଅଟେ, ମୁଁ ତାଙ୍କ ପରି ଡ୍ରେସ୍ ଅପ୍ ହୋଇ ମଥାରେ ସିନ୍ଦୁର ଲଗାଇଛି, ମୁଁ ପ୍ରଥମଥର ସିନ୍ଦୁର ଲଗାଇନାହିଁ, ମୁଁ ପୁର୍ବରୁ ଏମିତି କରିସାରିଛି, ମୁଁ ଭଗବାନ ଶିବଙ୍କର ଭକ୍ତ ଅଟେ, ମୁଁ ସବୁ ସୋମବାର ପୁଜା ପରେ ସିନ୍ଦୁର ଲଗାଏ, ହୋଲିର ସମୟରେ ସିନ୍ଦୁର ବି ଲଗାଏ ।

ଆପଣଙ୍କୁ କହିଦେବୁ କି ଗୀତା କାପୁର୍ ବହୁତ ବର୍ଷ ହେଲା ବଲିଉଡ୍ ରେ କୋରିଓଗ୍ରାଫର୍ ରହିସାରିଛନ୍ତି, ସେ ୧୫ ବର୍ଷ ବୟସରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ଓ କୋରିଓଗ୍ରାଫର୍ ଫାରାହ୍ ଖାନ୍ ଙ୍କ ଟ୍ରୁପରେ ସାମିଲ୍ ହୋଇଯାଇଥିଲେ, ସେ ଫରାହ୍ ଖାନ୍ ଙ୍କୁ ଦିଲ୍ ତୋ ପାଗଲ୍ ହେ, କୁଛ୍ କୁଛ୍ ହୋତା ହେ, କଲ୍ ହୋ ନା ହୋ, କଭି ଖୁସି କଭି ଗମ୍, ପରି ଫିଲ୍ମରେ ଆଷିଷ୍ଟ କରିଥିଲେ, କିନ୍ତୁ ଏହାପରେ ଜଣେ କୋରିଓଗ୍ରାଫର୍ ଭାବେ ନିଜକୁ ବଲିଉଡ୍ ଫିଲ୍ମରେ ଡ୍ୟାନ୍ସ ସିଖାଇବାକୁ ଲାଗିଲେ, ଓ ବଲିଉଡ୍ ରେ ନାଁ କମାଇଲେ ।

Leave a Reply

Your email address will not be published. Required fields are marked *