March 27, 2024

Odia Express

News For Public

ଶ୍ରାବଣ ମାସରେ ଶିବଜୀଙ୍କର ପୁଜା ଓ ଅଭିଷେକ କରିବା ସମୟରେ ଏହି କଥାକୁ ରଖନ୍ତୁ ଧ୍ୟାନ, ଜାଣନ୍ତୁ କଣ Mahadev ଙ୍କର ପସନ୍ଦ ଓ ନା ପସନ୍ଦ

1 min read

ଶ୍ରାବଣର ମାସ ଭଗବାନ ଶିବଶଙ୍କର ଅତିପ୍ରିୟ ଅଟେ ।ଏହି ଥର ଶ୍ରାବଣର ପବିତ୍ର ମାସ ୨୫ ଜୁଲାଇ ୨୦୨୧ରୁ ଆରମ୍ଭ ହେବାକୁ ଯାଊଛି । ଏହି ମାସରେ ଦେବଙ୍କର ଦେବ ମହାଦେବଙ୍କୁ ସମର୍ପିତ ହୋଇଛି, ଏହି ମାସକୁ ଶିବ ଭକ୍ତ ବହୁ ପ୍ରତୀକ୍ଷାରେ ପୁରା ବର୍ଷ ଅପେକ୍ଷା କରିଥାନ୍ତି । ଶ୍ରାବଣର ମାସରେ ଶିବ ଭକ୍ତଙ୍କ ଭିତରେ ଭଗବାନ ଶିବଜୀଙ୍କର ପ୍ରତି ଶ୍ରଦ୍ଧା ଦେଖିବାକୁ ମିଳେ, ଦେଶ ସାରା ଭଗବାନ ଶିବଙ୍କର ବହୁତ ମନ୍ଦିର ଅଛି, ଯେଉଁଠି ଶ୍ରାବଣ ମାସରେ ଭକ୍ତଙ୍କର ବହୁତ ଭିଡ ଦେଖିବାକୁ ମିଳିଯାଏ, ଲୋକେ ଏହି ମାସରେ ଭଗବାନ ଶିବଙ୍କର ପୁଜା ଓ ଅଭିଷେକ କରି ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି ।

ଏମିତି ମାନାଯାଏ କି ଭଗବାନ ଶିବ ସବୁ ଦେବତାଙ୍କ ମଧ୍ୟରେ ଶିଘ୍ର ପ୍ରସନ୍ନ ହେଉଥିବା ଦେବ ଅଟନ୍ତି, ଯଦି ସଚ୍ଚା ମନରେ ତାଙ୍କୁ ଗୋଟେ ଢାଳ ଜଳ ଅର୍ପଣ କରାଯାଏ ତେବେ ସେ ସେତିକି ପ୍ରସନ୍ନ ହୋଇଯାଆନ୍ତି ଓ ନିଜ ଭକ୍ତଙ୍କୁ ମନୋବାଞ୍ଚିତ ଫଳପ୍ରଦାନ କରନ୍ତି ।

ଆପଣଙ୍କୁ କହିଦେବୁ କି ବହୁତ ଲୋକ ଏମିତି ଅଛନ୍ତି ଯିଏ ସବୁଦିନ ଶିବଲିଙ୍ଗରେ ଜଳ ଓ ପଞ୍ଚାବୃତ ଅର୍ପଣ କରିଥାନ୍ତି , ଓ ଏହାର ସହ ଭଗବାନ ଶିବଜିଙ୍କୁ ବେଲପତ୍ର ଅର୍ପଣ କରିଥାନ୍ତି ଭଗବାନ ଶିବଜୀଙ୍କୁ ବେଲପତ୍ର ଅତିପ୍ରିୟ ହୋଇଥାଏ, ଶ୍ରାବଣ ମାସ ଆରମ୍ଭ ହେବା ପୁର୍ବରୁ ଆପଣଙ୍କୁ ଏହା ଜାଣିବା ଉଚିତ୍ କି ଭଗବାନ ଶିବଙ୍କୁ କଣ ପ୍ରିୟ ଅଟେ, ଓ କଣ ପ୍ରିୟ ନୁହେଁ । ଯାହାଦ୍ୱାରା ଆପଣ ତାଙ୍କ ପ୍ରିୟ ଜିନିଷ ଅର୍ପଣ କରି ତାଙ୍କୁ ପ୍ରସନ୍ନ କରିପାରିବେ ଓ ତାଙ୍କ ଆଶିର୍ବାଦ ପ୍ରାପ୍ତ କରିପାରିବେ ।

୧) କ୍ଷୀର- ଭଗବାନ ଶିବଙ୍କୁ କ୍ଷୀର ଅତିପ୍ରିୟ ହୋଇଥାଏ, ଭକ୍ତ ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି । ଭଗବାନ ଶିବଙ୍କୁ କ୍ଷୀର ଚଢାଇବା କାରଣ ସମୁଦ୍ର ମନ୍ଥନ ସହ ଯୋଡି ହୋଇଛି, ଆପଣଙ୍କୁ କହିଦେବୁ କି ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷ ଯେବେ ଭଗବାନ ଶିବ ଗ୍ରହଣ କରିଥିଲେ ତେବେ ସେହି କାରଣରୁ ତାଙ୍କ ଶରୀର ଜଳିବାକୁ ଲାଗିଥିଲା, ସେହି ସମୟରେ ସବୁ ଦେବୀଦେବତା ତାଙ୍କୁ କ୍ଷିର ପିଇବାକୁ କହିଥିଲେ, ଓ କ୍ଷୀର୍ ପିଇବାପରେ ତାଙ୍କ ଶରୀର ଶାନ୍ତ ହୋଇଯାଇଥିଲା, ଏହି କାରଣରୁ ଭଗବାନ ଶିବଙ୍କୁ କ୍ଷୀର ବହୁତ ପ୍ରିୟ ଅଟେ, ଓ ତାଙ୍କୁ କ୍ଷୀରରେ ଅଭିଷେକ କରାଯାଏ ।

୨) କନିଅର ଫୁଲ- ଯଦି ଆପଣ ଶ୍ରାବଣ ମାସରେ ଭଗବାନ ଶିବଜୀଙ୍କର ପୁଜା କରନ୍ତି ତେବେ ଆପଣ ତାଙ୍କୁ କନିଅର ଫୁଲ ଅର୍ପଣ ନିଶ୍ଚିତ କରନ୍ତୁ, ଏହି ଫୁଲ ଭଗବାନ ଶିବଙ୍କ ଅତିପ୍ରିୟ ଅଟେ, ଏମିତି କୁହାଯାଏ କି ଶ୍ରାବଣର ପୁରା ମାସରେ ଶିବଙ୍କୁ ଏହି ଫୁଲ ଅର୍ପଣ କରିଲେ ଭକ୍ତର ସବୁ ମନୋକାମନା ପୁରା ହୋଇଥାଏ, ଏହା ଛଡା ଅରଖ ଫୁଲ ବି ଚଢାଇପାରିବେ । ଏହା ବହୁତ ଶୁଭ ମାନାଯାଏ ।

୩) ବେଲପତ୍ର- ଭଗବାନ ଶିବଙ୍କୁ ପୁଜା ଓ ଅଭିଷେକ ସମୟରେ ବେଲପତ୍ର ଅବଶ୍ୟ ଅର୍ପଣ କରନ୍ତୁ, ଏହା ଛଡା ଭଗବାନ ଶିବଙ୍କର ପୁଜା ଓ ଅଭିଷେକ ସମୟରେ ଦୁଦୁରା, ଚନ୍ଦନ, କେଶର, ଭାଙ୍ଗ, ଅକ୍ଷତ, ଚିନି, ଦହି,ଘିଅ, ମହୁ, ଗଙ୍ଗାଜଳ, ଆଖୁର ରସ, ଇତ୍ର ଆଦି ଅର୍ପଣ କରାଯାଏ , ଏହି ସବୁ ଜିନିଷ ଭଗବାନ ଶିବଙ୍କୁ ଅତିପ୍ରିୟ ବୋଲି ଜଣାଯାଏ ।

ଭଗବାନ ଶିବଙ୍କ ଅଭିଷେକ ସମୟରେ ତୁଳସୀର ପତ୍ର, କେତକି, ଓ କେବଡାର ଫୁଲ ଅର୍ପଣ କରନ୍ତୁ ନାହିଁ ।ଭଗବାନ ଶିବଙ୍କ ପୁଜା ସମୟରେ କେବେ ଶଙ୍ଖ ବଜାଇବେ ନାହିଁ ନା ହିଁ ତାହାର ବ୍ୟବହାର କରିବେ । ଭଗବାନ ଶିବଙ୍କର ପୁଜା ସମୟରେ ରୋଲି କେବେ ଲଗାଯାଏ ନାହିଁ, ଭଗବାନ ଶିବଙ୍କୁ ନଡିଆ କିମ୍ବା ନଡିଆର ପାଣି ଅର୍ପଣ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *