November 30, 2023

Odia Express

News For Public

ଘରେ ଘରେ ପହଞ୍ଚାଇଲେ ନିଜ Masala ର ସ୍ୱାଦ, ଜାଣନ୍ତୁ କେତେ ସଂମ୍ପତ୍ତିର ମାଲିକ ଥିଲେ MDHର ଦାଦାଜୀ

1 min read

ଏହି କଥାରେ କୌଣସି ରାୟ ନାହିଁ କି ଏହି ଦେଶରେ ବହୁତ ବଡ ବଡ ବିଜନେସ୍ ମ୍ୟାନ୍ ଅଛନ୍ତି , ଯେଉଁଥିରେ ଭାରତର ସବୁଠାରୁ ଧନୀ ବିଜନେସ୍ ମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ଆମେ ସମସ୍ତେ ଜାଣିଛେ, କଣ ଆପଣ ଜାଣିଛନ୍ତି MDH ମସଲାର ମାଲିକ କିଏ ଥିଲେ ଓ ତାଙ୍କ ପାଖରେ କେତେ ସଂମ୍ପତ୍ତି ଥିଲା । ଆପଣଙ୍କୁ କହିଦେବୁ କି ଏହି ମସଲା କମ୍ପାନୀର ମାଲିକ ଦିବଂଗତ ଧର୍ମପାଳ ଗୁଲାଟି ଥିଲେ ଯିଏ ଦେଶ ଓ ବିଦେଶରେ ବହୁତ ଲୋକପ୍ରିୟ ଥିଲେ, ସେ ନିଜ ପର୍ସନାଲିଟି ପାଇଁ ଜଣାଯାଉଥିଲେ, ଓ ସେ ଏକ ସଫଳ ବିଜନେସ୍ ମ୍ୟାନ୍ ବି ଥିଲେ ।

ମସଲାର ଦୁନିଆଁରେ ଏକ ଅଲଗା ପରିଚୟ ବନାଇଥିବା ଧର୍ମପାଳ ଗୁଲାଟି ଯିଏ ୩ ଡିସେମ୍ବର ୨୦୨୦ କୁ ୯୭ ବର୍ଷ ବୟସରେ ଆମକୁ ଛାଡି ଚାଲିଗଲେ ତାଙ୍କର ଦେହାନ୍ତ ହୃଦଘାତ ଯୋଗୁଁ ହୋଇଥିଲା, ସେମିତି ମସଲା କିଙ୍ଗ୍ ନାଁରେ ଚର୍ଚ୍ଚିତ ଧର୍ମପାଲ ଗୁଲାଟିଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା, ଆଜି ଆମେ ତାଙ୍କ ପାଖରେ କେତେ ସଂମ୍ପତ୍ତି ଥିଲା ସେହି ବିଷୟରେ କହିବାକୁ ଯାଊଛୁ ।

ଧର୍ମପାଳ ଗୁଲାଟି ୧୯୧୯ ସିୟାଲକୋଟ୍ ରେ ଜନ୍ମ ହୋଇଥିଲେ, ତାଙ୍କର ବାଲ୍ୟବସ୍ଥା ବହୁତ ଦାରିଦ୍ରତାରେ କଟିଥିଲା, ସିୟାଲକୋଟ୍ ଏବେ ପାକିସ୍ଥାନରେ ଆସୁଛି । ସେମିତି ଧର୍ମପାଲ ଗୁଲାଟୀ ଯିଏକି ନିଜ ପାଠପଢା ପଞ୍ଚମ କ୍ଳାସରୁ ଛାଡିଦେଇଥିଲେ, କହିଦେବୁ କି ସେହି ସମୟରେ ଧର୍ମପାଲ ଗୁଲାଟିଙ୍କ ବାପା ମସଲା ଦୋକାନ ଦେଇଥିଲେ, ଯାହାର ନାଁ ଏମ୍ ଡି ଏଚ୍ ଥିଲା, ଭାରତ ଓ ପାକିସ୍ଥାନ ବଣ୍ଟାବଣ୍ଟିରେ ସେ ଦିଲ୍ଲୀ ଚାଲିଗଲେ, ଦିଲ୍ଲୀ ଆସିବାପରେ ଗୁଲାଟି ଟାଙ୍ଗା ଚଲାଇବାକୁ ଲାଗିଲେ, ସେହି ସମୟରେ ତାଙ୍କର ସ୍ଥିତି ସେତେ ଭଲ ନଥିଲା ।

୧୯୫୨ ରେ ଚାନ୍ଦିନୀ ଚୌକରେ ଗୋଟେ ଦୋକାନ ନେଲେ, ଓ ସେହି ଦୋକାନରେ ସେ ମସଲା ବନାଇବା କାମ ଆରମ୍ଭ କରିଦେଲେ, ସେହି ଦୋକାନର ନାଁ ଏମ୍ ଡିଏଚ୍ ରଖିଦେଲେ, ଗୁଲାଟି ଆସ୍ତେ ଆସ୍ତେ ସଫଳତା ପାଇବାକୁ ଲାଗିଲେ ଓ ଲୋକପ୍ରିୟ ବି ହେଲେ, ଏବେ ଏମ୍ ଡିଏଚ୍ ଏତେ ବଡ ନାଁ ହୋଇସାରିଛି ଯେ ଦେଶ ନୁହେଁ ବିଦେଶରେ ବି ଏହାକୁ ଲୋକେ ଚିହ୍ନିଛନ୍ତି, ଗୁଲାଟି ଭାରତର ସବୁଠାରୁ ଅଧିକା ସ୍ୟାଲେରୀ ପାଉଥିବା ସିଇଓ ଅଟନ୍ତି , ୨୦୧୭ ରେ ଏକ ରିପୋର୍ଟ ମୁତାବିକ ତାଙ୍କ ସ୍ୟାଲେରୀ ୨୧ କୋଟି ହେଉଥିଲା ।

ଦ୍ୱିତୀୟ ରିପୋର୍ଟ ଅନୁସାରେ ୨୦୧୭ ରେ ଏମ୍ ଡିଏଚ୍ କମ୍ପାନୀ ମସଲା ନେଟ୍ ପ୍ରଫିଟ୍ ୨୧୩ କୋଟି କରିଥିଲା, ସେମିତି ଗୁଲାଟି ସମାଜ ସେବାରେ ଆଗୁଆ ରୁହନ୍ତି, ସେ ନିଜ ବାପାଙ୍କ ନାଁରେ ମହାଶୟ ଚୁନି ଲାଲ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ଖୋଲିଛନ୍ତି, ଏହି ଟ୍ରଷ୍ଟ ୨୫୦ ବେଡ୍ ବାଲା ମେଡିକାଲ୍ ବନାଇଛି, ଯେଉଁଥିରେ ଚାଳ ଘରେ ରହୁଥିବା ଲୋକ ଅସ୍ଥାୟୀ ଲୋକଙ୍କୁ ଫ୍ରୀରେ ଚିକିତ୍ସା କରାଯାଏ

ଏହା ସହ ଏହି ଟ୍ରଷ୍ଟ ଏକ ସ୍କୁଲ ବି ଚଲାଉଛି, ଯେଉଁଥିରେ ଗରିବ ପରିବାର ଅଛନ୍ତି, ଛୁଆଙ୍କୁ ମାଗଣା ଶିକ୍ଷା ଦିଆଯାଉଛି, ଆପଣଙ୍କୁ କହିଦେବୁ କି ଯେବେ ଭାରତ-ପାକିସ୍ଥାନର ଭାଗବଣ୍ଟା ହେଲା ତେବେ ସେ ଭାରତ ଆସିଯାଇଥିଲେ, ତେବେ ତାଙ୍କ ପକେଟରେ କେବଲ ୧୫୦୦ ଟଙ୍କା ଥିଲା କିନ୍ତୁ ସେ ପ୍ରାୟ ୫୪୦୦ କୋଟି ପ୍ରୋପଟି ନିଜ ପଛରେ ଛାଡି ଦୁନିଆଁକୁ ଅଲବିଦା କହି ଚାଳିଗଲେ

Leave a Reply

Your email address will not be published. Required fields are marked *