March 24, 2024

Odia Express

News For Public

Bastu Tips – ଆପଣଙ୍କ ଘରେ କଣ ପାଇଁ ରହି ନଥାଏ ଧନ ? ଏହି କଥା ଗୁଡିକ ଧ୍ୟାନ ଦେଲେ ଆପଣ ମଧ୍ୟ ହେଇପାରିବେ ଭାଗ୍ୟବାନ

ଆମ ଘରେ ଅନେକ ସମୟରେ ଟଙ୍କାର ଅଭାବ ଦେଖା ଯାଇଥାଏ।ତେବେ ଆମେ କେବେ କେବେ ଚିନ୍ତା କରିଥାଉ କି ଆମେ ସଠିକ ଭାବରେ କଷ୍ଟ କରି ନଥିଲୁ ଫଳରେ ସେଥିପାଇଁ ଆମ ପାଖରେ ବର୍ତ୍ତମାନ ଟଙ୍କାର ଅଭାବ ରହିଛି।ମାତ୍ର ସେପରି ହୋଇ ନଥାଏ।ଅନେକ ସମୟରେ ଆମେ ଉପଯୁକ୍ତ ପରିଶ୍ରମ କରି ମଧ୍ୟ ସଠିକ ଭାବରେ ଟଙ୍କା ପାଇ ପାରି ନଥାଉ।ସେଥିପାଇଁ ଅନେକ ସମୟରେ ଆମେ ମାନସିକ ଚିନ୍ତାରେ ମଧ୍ୟ ରହିଥାଉ।ସେଥିପାଇଁ ଏହାର ନିରାକାର ପାଇଁ ଶାସ୍ତ୍ରରେ ଅନେକ ପ୍ରକାର ମତ ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ପୂର୍ଣ୍ଣିମା ଦିନରେ ପ୍ରଥମେ ବରଗଛ ମୂଳରେ ପାଣି ଦେବା ଓ ମାତା ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରିବା ଆବଶ୍ୟକ।ଫଳରେ ଏପରି କରିବା ଫଳରେ ଆପାଙ୍କର ଅର୍ଥ ସହିତ ଜଡ଼ିତ ସମସ୍ତ ସମସ୍ୟାର ଅନ୍ତ ହୋଇ ଯାଇଥାଏ।ଏହା ସହିତ ଆପଣଙ୍କ ସମସ୍ତ ଅଟକି ରହିଥିବା ଟଙ୍କା ଆପଣଙ୍କ ନିକଟକୁ ଫେରି ଆସିବ ଓ ଆପଣ ଧ୍ୟାନ ରଖନ୍ତୁ ଯେପରି ଆପଣ କାହାକୁ କରଜ ନ ଦିଅନ୍ତି।ନଚେତ ଏହା ଆପଣଙ୍କ ଉପରେ ଅଯଥା ଅଧିକ ଚାପ ପକାଇବ।ସେଥିପାଇଁ କରଜ ଦେବାରୁ ନିଜକୁ ନିବୃତ ରଖନ୍ତୁ।

ଘରେ ଆପଣ ଅଟା ଯେଉଁ ପାତ୍ରରେ ରଖି ଥାଆନ୍ତି ସେହି ପାତ୍ରରେ ତୁଳସୀ ପତ୍ର ଓ କେଶରର ଦାନା ରଖି ଦିଅନ୍ତୁ ଫଳରେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ।ଏହା ସହିତ ଆପଣ ଯେତେବେଳେ ଅଟା ଭାଙ୍ଗିବାକୁ ଯାଇଥାନ୍ତି ଆପଣ ଧ୍ୟାନ ରଖନ୍ତୁ ଆପଣ କେବଳ ଶନିବାର ଦିନ ଅଟା ଭାଙ୍ଗିବାକୁ ଯାଆନ୍ତୁ ଏହା ସହିତ ଅଟାରେ ଚଣା ମିଶାଇବା ଯେପରି ନ ଭୂଳନ୍ତି ଏପରି କରିବା ଦ୍ବାରା ଆପଣଙ୍କର ଆର୍ଥିକ ସମସ୍ୟା ଶେଷ ହେବା ସହିତ ଆପଣଙ୍କର ଘରେ ସୁଖ ଓ ଶାନ୍ତି ଲାଗି ରହିବ।

ଏହା ସହିତ ଆପଣ କୌଣସି ଶୁଭ ମୁହୂର୍ତ୍ତ ଦେଖି ଆପଣ ଏକ ଲାଲ ରେଶମ କପଡ଼ାରେ ୨୧ ଟି ଚାଉଳକୁ ବାନ୍ଧି ଦିଅନ୍ତୁ।ଏହାପରେ ଆପଣ ଏହି ଚାଉଳ ପୁଡିଆକୁ ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି ପାଖରେ ରଖି ଦିଅନ୍ତୁ।ଏହାପରେ ଆପଣ ମାତା ଲକ୍ଷ୍ମୀଙ୍କର ପୂଜା କରିବା ସହିତ ନିଜର ସମସ୍ତ ଇଚ୍ଛା ଶୁଦ୍ଧ ମନରେ ମାତାଙ୍କ ନିକଟରେ ପ୍ରକାଶ କରନ୍ତୁ।ଏହାପରେ ଆପଣ ଦେଖିବେ ଆପଣଙ୍କ ଆର୍ଥିକ ସମସ୍ୟା ଧୀରେ ଧୀରେ ଶେଷ ହେବାକୁ ଲାଗିବ।ଏହା ସହିତ ଆପଣ ପ୍ରତି ଶୁକ୍ରବାର ମାତା କାଳୀଙ୍କ ମନ୍ଦିର ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ଆବଶ୍ୟକ।

ଏପରି କରିବା ଫଳରେ ମାତା କାଳୀ ତାଙ୍କର ଘରେ ସମସ୍ତ ନକାରାତ୍ମକ ଶକ୍ତିର ନାଶ କରିବେ ଯାହା ଫଳରେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ପ୍ରବେଶ ହେବ।ଫଳରେ ଆପଣଙ୍କ ମାନସିକ ଅବସ୍ତା ଭଲ ରହିବ ଓ ଆପଣ ଅର୍ଥ ରୋଜଗାର କରିବା ପାଇଁ ଏକ ଉପଯୁକ୍ତ ଶକ୍ତି ପାଇ ପାରିବେ।ସେଥିପାଇଁ ଆପଣ ସତର୍କ ରହିବା ଆବଶ୍ୟକ।ଏହା ସହିତ ଆପଣ ଯଦି ନିଜ ଘରେ କୌଣସି ନକାରାତ୍ମକ ଶକ୍ତିର ଉପସ୍ଥିତି ଅନୁଭବ କରୁଛନ୍ତି ତେବେ ଆପଣ ତୁରନ୍ତ ଏହାର ନିରାକରଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ।ଫଳରେ ଆପଣ ଏକ ସୁସ୍ଥ ମାନସିକ ଅବସ୍ଥାରେ ରହିବେ।

Leave a Reply

Your email address will not be published. Required fields are marked *