April 12, 2024

Odia Express

News For Public

ନିଜ ପାଇଁ Bike କିଣିବା ସମୟରେ ଏହି କଥାକୁ ରଖନ୍ତୁ ଧ୍ୟାନ,ନହେଲେ ପଛରେ ହୋଇପାରନ୍ତି ହଇରାଣ

ଆଜିକାଲି ସବୁ ଲୋକ ନିଜ ପାଈଁ ପର୍ସନାଲ୍ ଗାଡି ନିଶ୍ଚିତ କିଣନ୍ତି , କାରଣ ଆଜିକାଲିର ଦରକାରିତା ଏହା ହୋଇସାରିଛି, କିଛି ପୁରା ନଗଦରେ ଏହାର ପଇସା ଦିଅନ୍ତି କିଛି ଲୋକ ଏହାକୁ ଲୋନ୍ ରେ ନିଅନ୍ତି, ଆପଣଙ୍କୁ ଜଣାଥିବ କି ବହୁତ ସାରା କମ୍ପାନୀ ଏହାପାଇଁ ଅଲଗା ଅଲଗା ସୁଧରେ ଆପଣଙ୍କୁ ଲୋନ୍ ଦିଅନ୍ତି, ଯେବେ ଆପଣ କେଉଁ ଗାଡି ଲୋନ୍ ରେ ନିଅନ୍ତି ତେବେ ଆର୍ ଟିଓ ରେ ଏହି ଜିନିଷ ସବୁ ସୁଚନା ଦିଆଯାଏ , ନିୟମ ଅନୁସାରେ ଯେବେ ପର୍ଯ୍ୟନ୍ତ ଆପଣଙ୍କ ଗାଡିର ଲୋନ୍ ରାଶି ବକୟା ରୁହେ ଆପଣଙ୍କ ଫାଇନାନ୍ସର ବି ଆପଣଙ୍କ ବାହାନର ବରାବର ଭାଗିଦାର ହୋଇଥାଏ । ଏହା ଏକ ବଡ କାରଣ ହୋଇଥାଏ ଯେବେ କେଉଁ ବ୍ୟକ୍ତି ସମୟରେ ଲୋନ୍ ଦେଇପାରେ ନାହିଁ ତେବେ କମ୍ପାନୀ ସେହି ବାଇକ୍ କୁ ନିଜ ଅକ୍ତିଆରରେ ନେଇଯାଏ , ଓ ବକାୟା ଲୋନ୍ କିସ୍ତି ଦେଲାପରେ ଆପଣଙ୍କୁ ଆପଣଙ୍କ ଗାଡି ମିଳିପାରେ

ଯଦି ଆପଣ ସରକାରୀ ବ୍ୟାଙ୍କରୁ ବାଇକ୍ ଲୋନରେ ନିଅନ୍ତି ତେବେ ବାକି ଦେୟ ପୈଠ ନକଲେ ବ୍ୟାଙ୍କ୍ ବି ଆପଣଙ୍କ ବିପକ୍ଷରେ ଆକ୍ସନ୍ ନେଇପାରେ, ଏଥିପାଇଁ ଯେବେ ବି ଆପଣ କିସ୍ତି ପୁରା କରିଦିଅନ୍ତି ତେବେ ଲୋନ୍ ଦେଉଥିବା ସଂସ୍ଥା ନୋ ଡ୍ୟୁଜ୍ ସାର୍ଟିଫିକେଟ୍ ନେବା ବିଲକୁଲ୍ ଭୁଲନ୍ତୁ ନାହିଁ ଯାହାଦ୍ୱାରା ପରେ କେଉଁ ସମସ୍ୟା ଆପଣଙ୍କୁ ହୋଇପାରେ ।

ଆପଣଙ୍କୁ ଗାଡିର ନମ୍ବର ନେବାପାଈଁ ଆର୍ ଟିଓ ରେ ସବୁ ଜରୁରୀ ଦସ୍ତାବିଜ ଦେବାକୁ ପଡିଥାଏ , ଓ ତାହା ସହ ଯାହା ଶୁଳ୍ପ ଆର୍ ଟିଓ ଦ୍ୱାରା ତୟ ହୋଇଥାଏ, ତାହାର ପୈଠ ବି ଆପଣଙ୍କ ଦ୍ୱାରା କରାଯାଏ , ଏହି କାମକୁ ପୁରା କରିବାପାଇଁ ୨ ରୁ ୩ ଦିନ ସମୟ ପରେ ଆର୍ ଟିଓ ଆପଣଙ୍କୁ ନମ୍ବର ଦେଇଥାଏ , କିନ୍ତୁ କିଛି ମାମଲାରେ ଆର୍ ଟିଓ ଅଧିକା ସମୟ ନେଇଥାଏ, ଯେବେ ଆପଣଙ୍କୁ ନିଜ ଗାଡିର ନମ୍ବର ମିଳିଯାଏ ତେବେ ନିଜ ବାହାନରେ ନିଶ୍ଚିତ ଦର୍ଜ କରାଇଦିଅନ୍ତୁ କି ଆପଣଙ୍କ ଚାଲାଣର ସମସ୍ୟାରୁ ରକ୍ଷାପାଇପାରିବେ ।

ଗାଡି କିଣିବାପରେ ଆପଣଙ୍କୁ ରେଜିଷ୍ଟ୍ରେସନ ସହ ଇନସ୍ୟୁରାନ୍ସ ବି ଅବଶ୍ୟ କରାଇବା ଉଚିତ୍ ଯାହାଦ୍ୱାରା ଆପଣଙ୍କୁ ପରେ ହେଉଥିବା କ୍ଷତିର ଭରପାଇ କରିବାରୁ ମୁକ୍ତି ମିଳିବ, ଆପଣ ଚାହିଁଲେ ଫାଷ୍ଟ ପାର୍ଟି ଓ ଥାର୍ଡ ପାର୍ଟି ବୀମା କରାଇପାରିବେ, ସେମିତି ଫାଷ୍ଟ ପାର୍ଟିରେ ଆପଣଙ୍କୁ ଦୁର୍ଘଟଣାର କ୍ଲେମ୍ ମିଳିବ କିନ୍ତୁ ଥାର୍ଡ ପାର୍ଟିରେ କମ୍ପାନୀର ନିୟମ ଅନୁସାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ବୀମା ମିଳିଥାଏ , ଯେବେ ଆପଣ କେଉଁ ନୁଆ ଗାଡି କିଣୀବାକୁ ଯିବେ ତେବେ ତାହାର ରେଜିଷ୍ଟ୍ରେସନ କରାଇନିଅନ୍ତୁ, ଭବିଷ୍ୟରେ କେଉଁ ବି ଅସୁବିଧା ନହେଉ କାରଣ ବିନା ରେଜିଷ୍ଟ୍ରେସନ ଆପଣଙ୍କ ଗାଡି ପୋଲିସ୍ ଦ୍ୱାରା ଧରାପଡିପାରେ, ଏଥିପାଇଁ ଯେବେ ନୁଆ ଗାଡି କିଣିବେ ଏହାର ରେଜିଷ୍ଟ୍ରେସନ୍ କରିବା ଭୁଲନ୍ତୁ ନାହିଁ, କାରଣ ରେଜିଷ୍ଟ୍ରେସନ କରିବାପରେ ଆପଣ ଆଇନଗତ ହକଦର୍ ହୋଇପାରିବେ ।

ଯଦି ଆପଣ ଛଅ ମାସଉଅଧିକା ପୁରୁଣା ବାଇକ୍ କିଣୁଛନ୍ତି ତେବେ ଏହାପାଇଁ ନିୟନ୍ତ୍ରିତ୍ ପ୍ରଦୁଷଣ ସାର୍ଟିଫିକେଟ୍ ବହୁତ ଜରୁରୀ ହୋଇଥାଏ, ଏହା ଆପଣଙ୍କ ବାହାନର ହେଲଥ୍ କୁ ପ୍ରଦର୍ଶିତ କରିଥାଏ ।

ଯଦି ଆପଣ ପୁରୁଣା ଗାଡି କିଣୁଛନ୍ତି ,ତେବେ ଆପଣଙ୍କ ଠିକଣାର ପ୍ରମାଣ ଓ ଦୁଇ ପାସପୋର୍ଟ ଆକାରର ଫଟୋ ଦେବାକୁ ପଡେ ଓ ଏହାର ସୁଚନା ଆର୍ ଟିଓ ଅଫିସରେ ଦେବାକୁ ହେବ ।

ଯଦି ଆପଣ ସେକେଣ୍ତ୍ ହ୍ୟାଣ୍ତ୍ ମାନେ ପୁରୁଣା ବାଇକ୍ କିଣୁଛନ୍ତି ତେବେ ଆପଣଙ୍କୁ ସେହି ଖରିଦ୍ ର ରସିଦ୍ ନେବାକୁ ପଡିବ, ଯାହାଦ୍ୱାରା ଭବିଷ୍ୟରେ ଦରକାର ପଡିଲେ ଆପଣଙ୍କୁ ଅସୁବିଧା ନହେଉ ।

ପୁରୁଣା ବାଇକ୍ ପାଇଁ ବିମା ପଲିସି ଦରକାର ହୋଇଥାଏ , ବିନା ବିମାର ଆପଣଙ୍କ ବାହାନ ଆର୍ ଟିଓ ରେ ରେଜିଷ୍ଟ୍ରେସନ୍ ହେବ ନାହିଁ ।

ଯଦି ଆପଣ ପୁରୁଣା ବାଇକ୍ କିଣୁଛନ୍ତି ତେବେ ଆପଣ ଧ୍ୟାନରେ ଆର୍ ସି ରେ ଲେଖାହୋଇଥିବା ଡିଟେଲ୍ସ ଓ ବାଇକ୍ ଡିଟେଲ୍ସକୁ ଅବଶ୍ୟ ମିଳାନ୍ତୁ ।

ଆର୍ ସିରେ ବାଇକ୍ ଚେସିସ୍ ନମ୍ବର ଓ ଇଞ୍ଜିନ୍ ନମ୍ବର ହୋଇଥାଏ , ବାଇକ୍ ବଡିରେ ଓ ଇଞ୍ଜିନ୍ ରେ ସେହି ନମ୍ବର ରହିବା ଉଚିତ୍ ଏହାକୁ ମିଳାଇକରି ନିଶ୍ଚିତ ଚେକ୍ କରିନେବେ ।

Leave a Reply

Your email address will not be published. Required fields are marked *