December 10, 2023

Odia Express

News For Public

ବଲିଉଡ୍ ର ଏହି ସୁପରହିଟ୍ ଖଳନାୟକଙ୍କ ଝିଅମାନେ ଦେଖାଯାଆନ୍ତି ବହୁତ ସୁନ୍ଦର, ଜଣେ ତ Bollywood ର ହୋଇସାରିଛନ୍ତି ସୁପରଷ୍ଟାର୍

1 min read

ବଲିଉଡ୍ କଳାକାରଙ୍କ କଥା କହିଲେ  ବହୁତଥର ଏହି କଳାକାରଙ୍କ ସହ ତାଙ୍କ ଛୁଆ ବି ଅଧିକା ଖବର ଓ ଚର୍ଚ୍ଚାରେ ରୁହନ୍ତି, ଓ ଏହି କାରଣରୁ ବହୁତ ଷ୍ଟାର୍ କିଡସ୍ ବଲିଉଡ୍ ରେ ନିଜ ସଫଳ କ୍ୟାରିୟର୍ ବନାଇବାରେ ସଫଳ ହୋଇଛନ୍ତି, ଏମିତିରେ ଆଜି ଆମେ ଏହି ପୋଷ୍ଟରେ କିଛି ଏମିତି ଷ୍ଟାର୍ କିଡସଙ୍କ ସହ୍ ସାକ୍ଷାତ କରିବାକୁ ଯାଉଛୁ ଯାହାଙ୍କ ବାପା ବଲିଉଡ୍ ରେ ଜଣାଶୁଣା ଭିଲେନ୍ ରହିଛନ୍ତି, ଓ ନିଜ ବହୁତ ଫିଲ୍ମରୁ ସେ ନେଗେଟିଭ୍ ରୋଲ୍ ନିଭାଇଥିବାର ଦେଖାଯାଏ , ଏଥିରୁ କିଛି କଲାକାରଙ୍କ ଝିଅ ବଲିଉଡ୍ ରେ ଜଣେ ଅଭିନେତ୍ରୀ ଭାବେ ଆସିସାରିଛନ୍ତି, ଓ ଅନ୍ୟପଟେ କିଛି କଳାକାରଙ୍କ ଝିଅ ଏମିତି ଅଟନ୍ତି ଯିଏ ଲାଇମ୍ ଲାଇଟ୍ ରୁ ଦୁରେଇଯାଇ ନିଜ କ୍ୟାରିୟର୍ ବନାଇବାରେ ଲାଗିଛନ୍ତି ।

୧) ଶକ୍ତି କାପୁର- ଶ୍ରଦ୍ଧା କାପୁର- ନିଜ ଅଧିକାଂଶ ଫିଲ୍ମରେ ଖଳନାୟକ ଭୁମିକା ନିଭାଇଥିବା ବଲିଉଡ୍ ର ଦିଗଜ୍ ଅଭିନେତା ଶକ୍ତି କାପୁର ନିଜ ଫିଲ୍ମ କ୍ୟାରିୟର ସମୟରେ ବହୁତ ଲୋକପ୍ରିୟତା ହାସିଲ୍ କରିଥିଲେ, ସେମିତି ଯଦି ଆଜି ଯେଉଁଠି ଶକ୍ତିକାପୁର ଫିଲ୍ମ ଦୁନିଆଁରୁ ଦୁରେଇ ଅଛନ୍ତି କିନ୍ତୁ ତାଙ୍କ ଝିଅ ଶ୍ରଦ୍ଧା କାପୁର ବଲିଉଡ୍ ରେ ବହୁତ ସଫଳତା ହାସିଲ୍ କରିଛନ୍ତି, ଓ ତାଙ୍କ ଗଣନା ଆଜି ବଲିଉଡ୍ ର କିଛି ସଫଳ ଅଭିନେତ୍ରୀଙ୍କ ସହ ଗଣାଯାଏ , ସେମିତି ଯଦି ଲୁକସ୍ ବିଷୟରେ କହିବା ତେବେ ଶ୍ରଦ୍ଧା ସୁନ୍ଦର ହେବା ସହ ଗ୍ଲାମରସ୍ ଅଟନ୍ତି ।

୨) କୁଲଭୁଷଣ ଖରବନ୍ଦା ଓ ଶ୍ରୁତି ଖରବନ୍ଦା : – ଶାନ୍ ଓ ଶାକାଲ୍ ପରି ଫିଲ୍ମରେ ଲୋକପ୍ରିୟତା ହାସିଲ୍ କରି ଅଭିନେତା କୁଲଭୁଷଣ ଖରବନ୍ଦା ଜଣେ ଖଳନାୟକ ଭାବେ ନିଜର ପ୍ରସିଦ୍ଧି ପାଇଥିଲେ , ସେମିତି କହିଦେବୁ କି କୁଳଭୁଷଣ ଖରବନ୍ଦାଙ୍କ ଝିଅଙ୍କ ନାଁ ଶ୍ରୁତି ଖରବନ୍ଦା ଅଟେ, କହିଦେବୁ କି ଶ୍ରୁତି ବଲିଉଡ୍ ଓ ଲାଇମ୍ ଲାଇଟ୍ ରୁ ଦୁରେଇ ରୁହନ୍ତି, ତାଙ୍କ ଲୁକସ୍ ମାମଲାରେ ସେ କେଉଁ ବି ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି ।

୩) ଅମରିଶ ପୁରୀ –ନମ୍ରତାପୁରୀ- ନିଜ ଫିଲ୍ମ କ୍ୟାରିୟରରେ ପ୍ରାୟ ୪୦୦ ରୁ ଅଧିକା ଫିଲ୍ମ ରେ କାମକରିସାରିଥିବା ଦିଗଜ୍ ବଲିଉଡ୍ ଅଭିନେତା ଅମରିଶ୍ ପୁରୀ ଆଜି ଆମର ମଧ୍ୟରେ ନାହାନ୍ତି, ନିଜ ନିଭାଇଥିବା ସବୁ ଭୁମିକା ଆଜି ଆମ ମଧ୍ୟରେ ଅଛି, ଅମରିଶ୍ ପୁରୀ ଙ୍କ କ୍ୟାରିୟର କଥା କହିଲେ ସେ ନିଜ କ୍ୟାରିୟରରେ ବହୁତ ନେଗେଟିଭ୍ ରୋଲ୍ କରିଥିଲେ, ସେମିତି ତାଙ୍କ ଝିଅ ନମ୍ରତାଙ୍କ କଥା କହିଲେ ତେବେ ଫିଲ୍ମ ଇଣ୍ତଷ୍ଟ୍ରିରେ ନ ଆସି ସେ ଫ୍ୟାସନ୍ ଡିଜାଇନିଙ୍ଗ୍ ରେ ନିଜ କ୍ୟାରିୟର୍ ବାଛିନେଲେ ।

୪) ଅମଜଦ ଖାନ୍- ଅହଲମ ଖାନ୍- ଅଭିନେତା ଅମଜଦ୍ ଖାନ୍ ବଲିଉଡ୍ ର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ, ସେ ଫିଲ୍ମ ଶୋଲେ ରେ ଗବ୍ବର୍ ରୋଲ୍ ନିଭାଇଥିଲେ, ଅମଜଦ୍ ଖାନ୍ ଙ୍କ କଥା କହିଲେ ବଲିଉଡ୍ ରେ ସୁପରହିଟ୍ ଫିଲ୍ମରେ ସେ ନେଗେଟିଭ୍ ରୋଲ୍ ଅଧିକାଂଶ କରିଛନ୍ତି, ସେମିତି ତାଙ୍କ ଝିଅଙ୍କ କଥା କହିଲେ ତାଙ୍କ ଝିଅଙ୍କ ନାଁ ଅହଲମ ଖାନ୍ ଅଟେ, ଯିଏକି ବଲିଉଡ୍ ରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ଓ କିଛି ଫିଲ୍ମରେ କାମ କରିଥିଲେ କିନ୍ତୁ ସେତେ ସଫଳତା ହାସିଲ୍ କରିପାରିଲେ ନାହିଁ ।

୫) ରଞ୍ଜିତ୍ ଓ ଦିବ୍ୟଂକା ବେଦୀ : ଶେଷରେ ବଲିଉଡ୍ ର ଲୋକପ୍ରିୟ ଭିଲେନ୍ ରଞ୍ଜିତ୍ ଙ୍କ ନାଁ ଆସେ , ଯିଏ ନିଜ କ୍ୟାରିୟରରେ ନେଗେଟିଭ୍ ରୋଲ୍ ନିଭାଇକରି ବହୁତ ଫିଲ୍ମକୁ ହିଟ୍ କରିଦେଇଥିଲେ , କିନ୍ତୁତାଙ୍କ୍ ଝିଅ ଦିବ୍ୟଂକା ବେଦୀଙ୍କ କଥା କହିଲେ ସେ ଫିଲ୍ମ ଇଣ୍ତଷ୍ଟ୍ରିରେ ନୁହେଁ ବରଂ ଫ୍ୟାସନ ଡିଜାଇନିଙ୍ଗ୍ ରେ ନିଜ କ୍ୟାରିୟର ରୁପେ ବାଛିଥିଲେ, ଯଦି ତାଙ୍କ ଲୁକ୍ସ କଥା କହିବା ସେ ବହୁତ ଷ୍ଟାଇଲିଷ୍ଟ ଓ ଗ୍ଲାମରସ୍ ଅଟନ୍ତି ।

Leave a Reply

Your email address will not be published. Required fields are marked *