May 29, 2024

Odia Express

News For Public

ଥଣ୍ତାରେ ଭିକାରୀକୁ ଦେଖିକରି ଅଟକାଇ ଦେଲେ DSP ଗାଡି, ଯେବେ ଚେହେରା ଦେଖିଲେ ତେବେ ବାହାରିଲେ ତାଙ୍କ ବ୍ୟାଚର ଅଫିସର୍

କୁହନ୍ତି କି ମଣିଷର ଭେଷଭୁଷାରୁ ସମସ୍ତେ ଧୋକା ଖାଇଯାଆନ୍ତି, ଭଲ କପଡା ଯେଉଁଠି ମଣିଷକୁ ସୋସାଇଟିରେ ହାଇ କ୍ଲାସ ପ୍ରମାଣିତ କରିଥାଏ । ସେମିତି ଫଟା ପୁରୁଣା କପଡା ତାକୁ ଗରିବ ବି କରିଦିଏ , କିନ୍ତୁ ବହୁତଥର ଏମିତି ହୋଇଥାଏ କି ଯାହା ଆମକୁ ଦେଖାଯାଏ ତାହା ଆମ ଆଖିର ଏକ ଧୋକା ଅଟେ, କାରଣ ତାହା ସତ ହୋଇନଥାଏ । କିଛି ଏମିତି ମାମଲା ଗ୍ୱାଲିୟର୍ ଜିଲ୍ଲାର ସାମ୍ନାରେ ଆସିଲା, ଯେଉଁଠି ଜଣେ ଡିଏସ୍ ପି ରାସ୍ତାରେ ଯେବେ ଭିକାରୀକୁ ଥଣ୍ତାରେ ଥରୁଥିବାର ଦେଖିଲେ ତେବେ ସେ ନିଜ ଗାଡିକୁ ଅଟକାଇ ତାକୁ ସାହାଯ୍ୟ କରିବାକୁ ଭାବିଲେ, କିନ୍ତୁ ଯେପରି ସେ ଗାଡିରୁ ବାହାରି ଭିକାରୀକୁ ଦେଖିଲେ ସେ କେଉଁ ଗରିବ ଭିକାରୀ ନଥିଲେ ବରଂ ତାଙ୍କ ବ୍ୟାଚର ଅଫିସର୍ ଥିଲେ ।

କିଛି ସମୟ ପୁର୍ବରୁ ଗ୍ୱାଲିୟରରେ ଉପନିର୍ବାଚନ ମତଗଣନା କରାଯାଉଥିଲା, ଏମିତି ସମୟରେ ଡିଏସ୍ ପି ରତ୍ନେଶ ସିଂ ତୋମର୍ ଓ ବିଜୟ ସିଂ ଭଦୋରିଆ ଝାନସି ରୋଡ୍ ରୁ ଯାଉଥିଲେ, ଯେବେ ସେ ବନ୍ଧନ ବାଟିକାରେ ପହଞ୍ଚିଲେ ତେବେ ସେ ଏକ ବୟସ୍କ ବ୍ୟକ୍ତି ଥଣ୍ତାରେ ଥରୁଥିବାର ଦେଖିବାକୁ ପାଇଲେ , ଏହି ଅବସ୍ଥାରେ ବ୍ୟକ୍ତିକୁ ଦେଖିକରି ଦୁହେଁ ଅଫିସର୍ ତାହାକୁ ସାହାଯ୍ୟ କରିବାକୁ ଚାହିଁଲେ , ଓ ନିଜ ଗାଡି ଅଟକାଇଦେଲେ । ଯେବେ ସେ ଭିକାରୀ ପାଖକୁ ଗଲେ ତେବେ ମାମଲା କିଛି ଅଲଗା ବାହାରିଲା, ଏହି ଭିକାରୀ ତାଙ୍କ ବ୍ୟାଚର ଏକ ଅଫିସର୍ ଥିଲା

ଏହାପରେ ତୁରନ୍ତ୍ ଦୁହେଁ ତାଙ୍କୁ ମିଶିକରି ସାହାଯ୍ୟ କଲେ, ଓ ନିଜ ଜୋତା ଓ ଜ୍ୟାକେଟ୍ ବାହାର କରି ତାକୁ ପିନ୍ଧିବାକୁ ଦେଲେ, କଥାବାର୍ତ୍ତା ସମୟରେ ସେ ବୁଝିପାରିଲେ କି ସେ ତାଙ୍କର ଲୋକ ହିଁ ଥିଲା।  ଭିକାରୀ ଭେଷରେ ବୁଲୁଥିବା ଏହି ବ୍ୟକ୍ତି ଅସଲରେ ଏକ ସମୟରେ ପୋଲିସ୍ ଅଫିସର୍ ରହିସାରିଥିଲା, ତାଙ୍କ ନାଁ ମନିଷ ମିଶ୍ର ଥିଲା, ଯିଏ କି ଗତ ୧୦ ବର୍ଷରୁ ରାସ୍ତାରେ ଏମିତି ବୁଲୁଛନ୍ତି, ଅସଲରେ ଏହି ବ୍ୟକ୍ତି ଡିଏସ୍ ପିଙ୍କ ୧୯୯୯ ବ୍ୟାଚର ଏକ ପୋଲିସ୍ ଅଧିକାରୀ ଥିଲା ଯିଏକି ଏକ ସମୟରେ ନିଶାଗ୍ରସ୍ତ ଥିଲେ

ମିଳିଥିବା ସୁଚନା ଅନୁସାରେ ମନୀଷ ଶର୍ମା କାର୍ଯ୍ୟକାଳ ସମୟରେ ପୋଲିସ୍ ଥାନାରେ ବିଭିନ୍ନ ପୋଷ୍ଟରେ ପଦସ୍ଥ ଅଛନ୍ତି । ମନିଷ ମିଶ୍ର ଶେଷ ଥର ୨୦୦୫ ରେ ଚାକିରି କରିଥିଲେ, ସେହି ସମୟରେ ସେ ଦତିଆରେ କାମ କରୁଥିଲେ, କିନ୍ତୁ ସେ କାମ କରୁଥିବା ସମୟରେ ଧିରେ ଧିରେ ତାଙ୍କ ମାନସିକ ସ୍ଥିତି ଖରାପ ହେବାକୁ ଲାଗିଲା, ଯେବେ ତାଙ୍କ ଘର ଲୋକେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ୍ ନେଇଗଲେ ତେବେ ସେଠାରୁ ଫେରାର୍ ହୋଇଗଲେ, ଓ ରାସ୍ତାରେ ବୁଲିକରି ଏହିଭଳି ଜୀବନ ଅତିବାହିତ କରୁଛନ୍ତି ।

ରତ୍ନେଶକୁ ମନିଷ୍ ମିଶ୍ର କହିଲେ ତାଙ୍କ ହାଲତ୍ ଖରାପ ହେବାପରେ ତାଙ୍କ ସ୍ତ୍ରୀ ଘର ଛାଡିଦେଲା, ଓ ତାଙ୍କୁ ଛାଡପତ୍ର ଦେଇଦେଲା, ସେ ଚିନ୍ତାରେ ଆସିକରି ରୋଗାଗ୍ରସ୍ତ ହୋଇଗଲେ, ଓ ରାସ୍ତାରେ ଭିକ ମାଗି ଚଳିଲେ, ଏମିତି କରୁ କରୁ ୧୦ ବର୍ଷ କେବେ ହୋଇଗଲା ଜଣାପଡିଲା ନାହିଁ, ଡିଏସ୍ ପି ମନିଷଙ୍କୁ ନିଜ ସହ ନେଇଯିାର କଥା କହିଲେ କିନ୍ତୁ ସେ କିଛି ଶୁଣିଲେ ନାହିଁ । ମନିଷଙ୍କୁ ଦୁହେଁ ଅଧିକାରୀ ମିଶିକରି ଏକ ସମାଜସେବୀ ସଂସ୍ଥାକୁ ପଠାଇଦେଇଛନ୍ତି, ଯେଉଁଠି ତାଙ୍କର ଭଲରେ ସେବା ଶ୍ରୁଷଶା ହେଉଛି, ଏକ୍ସ୍ ଅଫିସର୍ ମନିଷ୍ ଙ୍କ ଭାଇ ଜଣେ ଥାନାବାବୁ ଅଛନ୍ତି ଓ ତାଙ୍କ ବାପା ରିଟାୟର୍ଡ ଏସ୍ ଏସ୍ ପି ଅଛନ୍ତି , ମନିଷଙ୍କ କାହାଣୀ ଯିଏ ଶୁଣୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛି ।

Leave a Reply

Your email address will not be published. Required fields are marked *