May 29, 2024

Odia Express

News For Public

ଲଗାଇନାହାନ୍ତି Solar ସିଷ୍ଟମ୍ , ସେମିତି 30 ପ୍ରତିଶତ କମ୍ ଆସିଥାଏ ବିଜୁଳିର ବିଲ୍ , ଜାଣନ୍ତୁ କିପରି

1 min read

ଲୋକଙ୍କ ପାଇଁ ଘର ତିଆରି କରିବା ଏକ ସ୍ୱପ୍ନ ହୋଇଥାଏ । କିନ୍ତୁ ଚିରସ୍ଥାୟୀ ଏକ ଘର ବନାଇବା ଏକ କଳା ଅଟେ । ଏହା ମାନିବାର ଅଛି ବାଙ୍ଗାଲୋର୍ ରେ ରହୁଥିବା ନେତ୍ରାବତୀ ଜେଙ୍କର, ୩୫ ବର୍ଷୀୟ ନେତ୍ରାବତୀ ଓ ତାଙ୍କ ସ୍ୱାମୀ ନାଗେସ୍ ଦୁହେଁ ହିଁ ଇଞ୍ଜିନିୟର୍ ଅଟନ୍ତି, ଓ ଅଲଗା ଅଲଗା କମ୍ପାନୀରେ କାମ କରନ୍ତି, ୨୦୧୬ ରେ ଏହି ଦମ୍ପତି ପ୍ରକୃତିର ଅନୁକୁଳ ନିଜ ଘର ବନାଇଲେ, ଆଯି ଆମେ ଏହି ଘର ବିଷୟରେ କହିବାକୁ ଯାଊଛୁ । ଦି ବେଟର୍ ଇଣ୍ତିଆ ସହ କଥାବାର୍ତ୍ତା କରୁଥିବା ବେଳେ ନେତ୍ରାବତୀ କହିଲେ କି ୨୦୧୧ ରେ ନାଗେସ୍ ପଣ୍ତିଚେରି ଯାଇଥିଲେ, ଓ ସେଠାରେ ପର୍ଯ୍ୟାବରଣ ଅନୁକୁଳ ଓ ଟିକାଉ ଘର ନିର୍ମାଣ କରିବାର ବିଷୟରେ ଜଣାପଡିଲା, ଏହାପରେ ଦୁହେଁ ତୟ କରିନେଲେ କି ନିଜ ଘରକୁ ପର୍ଯ୍ୟାବରଣ ଅନୁକୁଳ କରିବେ, ଆମର ଘରର ନିର୍ମାଣ ୨୦୧୬ ରେ ହୋଇଥିଲା, ତେବେ ଠାରୁ ଏହି ଘରେ ରହୁଛୁ

ଏହି ଘରେ ଏମିତି ଲାଗେ କି ଯେପରି ପ୍ରକୃତିର ପାଖରେ ଅଛୁ, ନିଜ ଘରର ଚଟାଣରୁ ନେଇକରି ଛାତ ପର୍ଯ୍ୟନ୍ତ ପ୍ରାକୃତିକ ସାମଗ୍ରୀ ଯେପରି ମାଟିର ବ୍ଲକ୍, ଟାଇଲ୍ , ପଥର, ଅପସାୟକ୍ଲଡ୍ କାଠ ଆଦି ବ୍ୟବହାର କରାଯାଇଛି, ଯେଉଁ କାରଣରୁ ତାଙ୍କ ଘରର ତାପମାନ ସନ୍ତୁଳିତ ରହିଥାଏ । ସେ କହିଲେ କି ତାଙ୍କ ଘର ୧୬୦୦ ବର୍ଗ ଫୁଟ୍ ରେ ତିଆରି ହୋଇଛି, ଘର ବନାଇବା ପୁର୍ବରୁ ଲୋକେ ଘରର ଇଟା ,ସିମେଣ୍ଟ ଓ ବାଲି ନେଇକରି ଆସନ୍ତି, କିନ୍ତୁ ନେତ୍ରାବତୀ ଓ ନାଗେଶ୍ ପୁର୍ବରୁ ତୟ କରିଦେଇଥିଲେ କି ସେ ଅଧିକାରୁ ଅଧିକା ଇକୋ ଫ୍ରେଣ୍ତଲି ସାମଗ୍ରୀର ବ୍ୟବହାର କରିବେ

ଏଥିପାଇଁ ସେ ଘରର ନିର୍ମାଣ ପାଇଁ ସାମାନ୍ୟ ଈଟାର ପରିବର୍ତ୍ତେ କଂମ୍ପ୍ରେସଡ୍ ଷ୍ଟେବଲାଇଜଡ୍ ଅର୍ଥ ବ୍ଲକ୍ ପ୍ରୟୋଗ କରିଥିଲେ, ସେ କହିଲେ କି CSEB ବ୍ଲକ୍ ଆମର ମାଟିରୁ ହିଁ ତିଆରି ହୋଇଛି, ଆମେ କେଉଁଠୁ ମାଟି ମଗାଇବା ଦରକାର ପଡୀନାହିଁ, ଏହି ବ୍ଲକ୍ କୁ କାର୍ବନ୍ ଉତ୍ସେଜନ ସାମାନ୍ୟ ଭାଟିରେ ତିଆରି ଇଟାର ତୁଳନାରେ ୧୨,୫ ଗୁଣା କମ୍ ଅଟେ, ଏହାପରେ ଦ୍ୱିତୀୟ ଇକୋ ଫ୍ରେଣ୍ତଲି ତରିକା ଥିଲା , କମ୍ ସେ କମ୍ ସିମେଣ୍ଟର ପ୍ରୟୋଗ କରିବା, ଏହା ବିଷୟରେ ନେତ୍ରାବତୀ କହିଲେ କି ପ୍ରଥମେ ଏହି କଥାରେ ଧ୍ୟାନ ଦିଆଗଲା କି ସବୁଠାରୁ ଅଧିକା ସିମେଣ୍ଟ ପ୍ରୟୋଗ ନକରି ତାଙ୍କୁ କେଉଁ ତରିକାରେ ସିମେଣ୍ଟ୍ ବ୍ୟବହାର କମ୍ କରାଯାଇପାରିବ ।

ଆମେ ସାମାନ୍ୟ କଂକ୍ରିଟ୍ ଖମ୍ବକୁ ବନାଇବା ପରିବର୍ତ୍ତେ ନିଜ କାନ୍ଥକୁ ଭରସା କଲୁ, ଆମେ କଂକ୍ରିଟ୍ ବିମ୍ ଓ କଲମ୍ କଲୁନାହିଁ, ବରଂ ଆମର ଘରର ଲୋଡ୍ ବେୟରିଙ୍ଗ୍ ଷ୍ଟକଚରେବଲ୍ ସିଷ୍ଟମ୍ ବ୍ୟବହାର ହୋଇଛି, ଯେଉଁଥିରେ କାନ୍ଥର ମାଧ୍ୟମରେ ସ୍ଲାବ୍ ରୁ ନିମ୍ବକୁ ଆସିଥାଏ, ତାହା ସହ ଛାତର ନିର୍ମାଣ ଆର୍ ସିସି ଜାଗାରେ କ୍ଲେ ବ୍ଲକ୍ ଓ ଆର୍ଚ ପ୍ୟାନେଲ୍ ପ୍ରୟୋଗ କରାଯାଇଛି ଯେଉଁଥିରେ ଛାତର ନିର୍ମାଣ ସିମେଣ୍ଟ ଓ ଷ୍ଟିଲ୍ ବ୍ୟବହାର କମ୍ ହୋଇଛି, ଏହି ପରି ଛାତ ବନାଇବା ଏକ ଫାଇଦା ଏହା କି ତାଙ୍କ ଘରର ତାପମାନ ସବୁବେଳେ ସନ୍ତୁଳିତ ରହିଥାଏ, ଖରାର ଦିନରେ ତାଙ୍କ ଘର ବାହାର ତାପମାତ୍ରା ତୁଳନାରେ ଥଣ୍ତା ଓ ହାଲକା ଗର୍ମ ରହିଥାଏ

ଏହି କାରଣରୁ ଘରେ କେବେ ଏସି କୁଲର୍ ଦରକାର ପଡେନି, ପଙ୍ଖାର ବ୍ୟବହାର ବହୁତ କମ୍ ହୋଇଥାଏ । ଆରମ୍ଭରୁ ସେ ଏହି କଥାରେ ଧ୍ୟାନ ଦେଲେ କି ଘରେ ଯେତେ ହୋଇପାରିବ ସେତେ ପ୍ରାକୃତିକ ଆଲୋକ ଆଣିବେ, ଏହାପାଇଁ ସେ ପୁରା ଘରେ ସ୍କାଇଲାଇଟ୍, କାନ୍ଥରେ ଜାଲି ଓ ବଡ ବଡ ଝରକା ଲଗାଇଲେ ଏଥିରେ ନା କେବଳ ଆଲୋକ ବରଂ ଖରା ଓ ପବନ ବି ଘରକୁ ଆସିଥାଏ, ସେ କହିଲେ କି ଏଥିରେ ବିଜୁଳି ସଂଞ୍ଚୟ ହୋଇଥାଏ, ଆମ ଘରରେ ଟ୍ୟୁବ୍ ଲାଇଟ୍ ଓ ପଙ୍ଖା ବ୍ୟବହାର କମ୍ ହୋଇଥାଏ, ଏହି କାରଣରୁ ବିଜୁଳି ବିଲ୍ କମ୍ ଆସିଥାଏ

କେଉଁ ସାମାନ୍ୟ ଘରୁ ଆମ ବିଜୁଳି ବିଲ୍ ୩୦ ପ୍ରତିଶତ୍ କମ୍ ଆସେ । ଏହିପରି ଚଟାଣ ପାଇଁ ସେ କୋଟା ପଥର ଓ ମାଟିର ଟାଇଲ୍ସ ବି ବ୍ୟବହାର କରିଥିଲେ, କାନ୍ଥରେ କୌଣସି ପ୍ଲାଷ୍ଟରିଙ୍ଗ୍ କରାଯାଇନାହିଁ, ସେ କହିଲେ କି ଆଧୁନିକ ଲୋକେ ରୋଷେଇ ଘର ବନାଇବାରେ ବହୁତ ଅଧିକା କାଠର ବ୍ୟବହାର କରନ୍ତି, କିନ୍ତୁ ସେ ନିଜ ରୋଷେଇ ଘରେ ପଥର ବ୍ୟବହାର କରିଛନ୍ତି, ଏହା ଛଡା କାଠର କାମରେ ସେ ଅପସାୟକଲର ହୋଇଥିବା ଚିଡ କାଠ ବ୍ୟବହାର କରିଛନ୍ତି, ନେତ୍ରାବତୀ କହନ୍ତି କି ଏଥିରେ ତାଙ୍କର ନା କେବଲ ଘରର ସୁନ୍ଦରତା ବଢୁଛି

କେଉଁଠି ନା କେଉଁଠି ଗଛ କାଟିବା ରୋକିବା ପାଇଁ ସେ ନିଜ ଯୋଗଦାନ ଦେଇଛନ୍ତି ନେତ୍ରାବତୀ ନିଜ ଘରେ ବର୍ଷା ପାଣିକୁ ସଞ୍ଚୟ କରିବାର କାମ କରୁଛନ୍ତି, ସେ ନିଜ ଘରେ ୪ ହଜାର ଲିଟର କ୍ଷମତାର ରେନ୍ ୱାଟର ହାର୍ବେଷ୍ଟିଙ୍ଗ୍ ସିଷ୍ଟମ୍ ବନାଇଛନ୍ତି, ସେ କହନ୍ତି କି ରଷୋଇ, ବାଥରୁମ୍ ଓ ଶୌଚାଳୟ ପାଣି ଦରକାର ବର୍ଷା ପାଣି ଦ୍ୱାରା ପୁରା ହୋଇଯାଏ, ଏହିପରି ନିଜ ଘରର ଅଧା ପାଣି ଦରକାର ସେ ବର୍ଷା ପାଣି ଦ୍ୱାରା ପୁରା ହୋଇଯାଏ ।ନେତ୍ରାବତୀ କହନ୍ତି କି ଅଧିକା ନୁହେଁ କିନ୍ତୁ ସେ ନିଜ ଘରେ କିଛି ମୌସୁମି ପରିବା ଲଗାଇନିଅନ୍ତି, ବଗିଚା ପାଇଁ ସେ ନିଜକୁ ପ୍ରସ୍ତୁତ କରିନିଅନ୍ତି, ତାଙ୍କ ଘରୁ ବାହାରିବା ଲୋକେ ଜୈବିକ ଓ ଓଦା ଅଳିଆକୁ ପକାଇବା ପରିବର୍ତ୍ତେ ଏକାଠି କରି ଜୈବିକ ସାର ବନାଇଥାଏ

ଏହି ସାରରୁ ସେ ନିଜ ଘରେ ମେଥି,ମୁଳା, କାକୁଡି, ପାଳଙ୍ଗ, ବିନ୍ , କଖାରୁ ଆଦି ପରିବା ଲଗାଇଛନ୍ତି । ସେ କହିଲେ କି ଘରୁ ତିଆରି ସାର ବହୁତ ଜଲଦି ଗଛ ସୃଷ୍ଟି ହୁଏ, ଆମେ ନିଜ ଘରେ କଦଳି, ସେପଟା, ଅମୃତଭଣ୍ତା ପରି ଫଳର ଗଛ ଲଗାଇଛୁ, କଦଳୀର ଗଛରେ ଆମେ ଭଲ ଫଳ ମିଳୁଛି, ନେତ୍ରାବତୀ ଓ ନାଗେଶ କହନ୍ତି କି ପ୍ରକୃତିର୍

ଅନୁକୁଳ ଜୀବନଶୈଳୀ ତରଫରୁ ଥରେ ଥରେ କରି ଆଗକୁ ବଢୁଛନ୍ତି, କାରଣ ଆଜିର ସମୟରେ ଏହା ସତ୍ୟତା କି ଆମେ ନିଜ ଜୀବନରେ ପ୍ରକୃତିକୁ ପାଖରେ ରଖିବା ଅନ୍ତରେ ସେ କହନ୍ତି କି ସଷ୍ଟେନେବିଲିଟି ଏକ ଦିନର ପ୍ରକିୟା ନୁହେଁ, ଏହା ଏକ ଜୀବନଶୈଳୀ ଅଟେ, ଯେଉଁ ଭଳି ଦୁନିଆଁର ତାପମାନ ଓ ପ୍ରଦୁଷଣ ବଢୁଛି, ତାକୁ ଦେଖିକରି ସଷ୍ଟେନେବଲ ଜୀବନଶୈଳୀ ଆମ ପାଇଁ ବିକଳ୍ପ ନୁହେଁ ବରଂ ଦରକାର ଅଛି ଆମର ଆସୁଥିବା ପିଢି ବି ଏକ ଭଲ ଜୀବନ ବଞ୍ଚିପାରନ୍ତୁ ।

Leave a Reply

Your email address will not be published. Required fields are marked *