May 23, 2024

Odia Express

News For Public

କୁଲକର୍ଣ୍ଣୀ ଫ୍ୟାମିଲି ଅଟନ୍ତି ଦେଶର ସବୁଠାରୁ ଲମ୍ବା Family, ନିଜେ 7 ଫୁଟ୍ ହୋଇଥିବା ବେଳେ ଝିଅ ଅଟେ 6 ଫୁଟ ୪ ଇଞ୍ଚ

ଆଜିର୍ ସମୟରେ ଦେଖେଇବାର ଅଛି ,ମାନେ ଯାହା ଦେଖାଯାଏ ସେ ବିକ୍ରି ହୋଇଥାଏ, ହଁ ଆଜ୍ଞା ବିଜ୍ଞାପନରେ ଏହି ସମୟରେ ଖାଦ୍ୟପାନୀୟ ସହ ଯୋଡି ହୋଇଥିବା ଜିନିଷ ବିଜ୍ଞାପନ ବଳରେ ବିକ୍ରି ହୋଇଥାଏ, ତାହାର ଫାଈଦା କ୍ଷତି କଣ, ଏହା କାହାକୁ ଜଣାନାହିଁ, ସେମିତି ଜିନିଷର ବ୍ୟବହାର କରାଯାଉଛି, ଆଜିର ସମୟରେ ଆମେ କେତେ ଏମିତି ବସ୍ତୁ ଦେଖନ୍ତି, ଯାହା ଛୁଆଙ୍କ ହାଇଟ୍ ବଢିବାର ନାଁରେ ବିକ୍ରି ହେଉଛି, କିନ୍ତୁ ତାହା ବାସ୍ତବିକ କଣ ଫାଇଦା । ଏହି ବୋଧେ ସେହି ବସ୍ତୁର ଉପଯୋଗ କରିବା ବାଲା ହିଁ କହିପାରିଲେ ନାହିଁ, ସେ ଦୁଇ ତିନି ଦଶକ ପୁର୍ବରୁ କଥା କହିଲେ ଛୁଆବେଳରେ ହାଇଟ୍ ହେବାପାଇଁ ଲୋକେ କେବେ ଗଛରେ ଝୁଲୁଥିଲେ, ତେବେ କେବେ ବାସ୍କେଟବଲ ଖେଳୁଥିଲେ, ଏହି ସବୁ ପରେ ବି ଲୋକଙ୍କ ହାଇଟ୍ ବଢୁନଥିଲା, ଏହି ସବୁ ପଛରେ କାରଣ ଏହା ରହିଛି କି ହାଇଟ୍ ବଢିବା ଏକ ଜେନେଟିକାଲ୍ ପ୍ରୋସେସ୍ ହୋଇଥାଏ ।

ଆଜି ଯେବେ କଥା ହାଇଟ୍ ର ହେଉଛି ତେବେ କହିଦେବୁ କି ଭାରତରେ ଏମିତି ଏକ ପରିବାର ଅଛନ୍ତି ଯାହାଙ୍କ ହାଇଟ୍ ଅଧିକା ରହିବା ଯୋଗୁଁ ଏହା ରେକର୍ଡ କରିଛି, ହଁ ଆଜ୍ଞା ପୁଣେ ର କୁଲକର୍ଣ୍ଣୀ ଫ୍ୟାମିଲି ଯିଏକି ଭାରତରେ ସବୁଠାରୁ ଲମ୍ବା ପରିବାର୍ କୁହାଯାଏ , ଲମ୍ବା ଏଥିପାଇଁ କାରଣ କୁଲକର୍ଣ୍ଣୀ ଫ୍ୟାମିଲିର ସବୁ ସଦସ୍ୟଙ୍କ ହାଇଟ୍ ପ୍ରାୟ ୬ ଫୁଟ ଉପରକୁ ଅଛି, ସେ ୧୫ ବର୍ଷର ଛୁଆ ହେଉ ନା କାହିଁକି ।

ଭାରତରେ ସାଧାରଣତଃ ଲୋକଙ୍କର ହାଇଟ୍ ୫ ଫୁଟ ହୋଇଥିବା ବେଳେ ପୁଣେରେ କୁଲକର୍ଣ୍ଣୀ ଫ୍ୟାମିଲିଙ୍କ ହାଇଟ୍ ୬ ଫୁଟରୁ ଅଧିକା ଅଛି, ଏହି ପରିବାରରେ ଚାରୋଟି ସଦସ୍ୟ ଅଛି, ମା ବାପା ଓ ତାଙ୍କ ଦୁଇଟି ଛୁଆଙ୍କ ହାଇଟ୍ ସମୁଦାୟ ମିଶାଇକରି ୨୬ ଫୁଟ୍ ଅଟେ । ପୁଣେରେ ରହୁଥିବା କୁଲକର୍ଣ୍ଣୀ ଫ୍ୟାମିଲିର ମୁଖିଆ ଶରଦ କୁଲକର୍ଣ୍ନୀ ଅଟନ୍ତି, ଶରଦଙ୍କ ଉଚ୍ଚତା ୭ ଫୁଟ୍ ୧,୫ ଇଞ୍ଚ ଅଟେ, ଯେବେ କି ତାଙ୍କ ସ୍ତ୍ରିଙ୍କର ୬ ଫୁଟ ୨,୬ ଇଞ୍ଚ ଅଟେ, ଶରଦ ଓ ସଂଜୋତ ଭାରତର ସବୁଠାରୁ ଲମ୍ବା କପଲ୍ ରେକର୍ଡ କରିଛନ୍ତି, ତାଙ୍କ ନାଁ ଲିମକା ଅଫ୍ ୱାର୍ଲଡ୍ ରେକର୍ଡସ୍ ରେ ଦର୍ଜ ଅଛି ।

ଶରଦ ଓ ସଂଜୋତ୍ କୁଲକର୍ଣ୍ଣୀଙ୍କ ପରି ତାଙ୍କ ଝିଅମାନଙ୍କର ହାଇଟ୍ ଅଧିକା ଅଛି, ତାଙ୍କ ବଡ ଝିଅ ମୁରୁଗା ଲମ୍ବା ୬ ଫୁଟ ୧ ଇଞ୍ଚ ଅଟନ୍ତି, ଓ ଛୋଟ ଭଉଣୀ ୬ ଫୁଟ ୪ ଇଞ୍ଚର ଅଟନ୍ତି, ସେମିତି ଛୋଟ ଭଉଣୀ ସାନ୍ୟା ଙ୍କ ହାଇଟ୍ ୧୬ ବର୍ଷରେ ୬,୪ ଫୁଟ ହୋଇଯାଇଛି,  ଯେବେ କି ମୁରୁଗାଙ୍କ ହାଇଟ୍ ୧୮ ବର୍ଷରେ ୬ ଫୁଟ ହୋଇଥିଲା । କହିଦେବୁ କି ଏହି ପରିବାର ସଦସ୍ୟଙ୍କ ଉଚ୍ଚତା ଏତେ ଅଧିକା ଅଛି କି ହଜାରଙ୍କ ଭିଡରେ ଅଲଗା ଦେଖାଯାଆନ୍ତି, ମିଷ୍ଟର କୁଲକର୍ଣ୍ଣୀ ସାର୍ବଜନିକ ପରିବହନ ଉପଯୋଗ କମ୍ କରନ୍ତି, ଏଥିପାଇଁ ସେ କେଉଁ ଆଡେ ଯିବାକୁ ହେଲେ ନିଜ ସ୍କୁଟରର ବ୍ୟବହାର କରିଥାଏ ।

କହିଦେବୁ କି କୁଲକର୍ଣ୍ଣୀ ଫ୍ୟାମିଲି ଏବେ ନିଜ ସଂଯୁକ୍ତ୍ ଉଚ୍ଚତାରେ ନୁଆ ବିଶ୍ୱ ରେକର୍ଡ ସ୍ଥାପନା କରିଦେଇଛନ୍ତି, ଶରଦ ବାପା, ସଞ୍ଜିତ୍ ମା , ମୃଗା, ଓ ସାନ୍ୟା ଝିଅ ସଂଯୁକ୍ତ ଉଚ୍ଚତା ୨୬ ଫୁଟ ଅଟେ, ବର୍ତ୍ତମାନ ସମୟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ ରେ ସେମାନେ ବିଶ୍ୱର ସବୁଠାରୁ ଉଚ୍ଚା ଫ୍ୟାମିଲି ଶ୍ରେଣୀରେ ଆସନ୍ତି ।

Leave a Reply

Your email address will not be published. Required fields are marked *