November 29, 2023

Odia Express

News For Public

ACP Pradyuman ରୁ ନେଇକରି Daya ପର୍ଯ୍ୟନ୍ତ, ସିଆଇଡି ବନ୍ଦ ହେବାପରେ ଆଜି ବି ଏପରି ଗରିବ ଭାବେ ଚଳୁଛନ୍ତି ଏମିତି ଜୀବନ

ସିଆଇଡି ଟିଭି ସିରିଆଲ୍ ଦୁନିଆଁରେ ଏକ ଲୋକପ୍ରିୟ ଶୋ ରହିଛି, ଏହି ଶୋ ବହୁତ ବର୍ଷ ପର୍ଯ୍ୟନ୍ତ ଲଗାତାର୍ ଲୋକଙ୍କୁ ମଜାଦେଇଛି, ଏହି ଶୋରେ ଏକ ଲମ୍ବା ଫ୍ୟାନ୍ ଫଲୋଇଙ୍ଗ୍ ଥିଲା, ଏହା ସହ ଆପଣଙ୍କୁ କହିଦେବୁ କି ସିଆଇଡି ଇଣ୍ତିଆନ୍ ଟେଲିଭିଜନରେ ସବୁଠାରୁ ଅଧିକା ଚାଲିଥିବା ଶୋରେ ଖ୍ୟାତିପାଇଥିଲା, ସିଆଇଡିର ପ୍ରଥମ ଏପିସୋଡ୍ ୧୯୯୮ ରେ ୨୩ ବର୍ଷ ପୁର୍ବରୁ ୨୧ ଜାନୁୟାରିକୁ ଟିଭିରେ ଆସିଥିଲା, ଏହା ଲଗାତାର ୨୦୧୮ ପର୍ଯ୍ୟନ୍ତ ଚାଲିଲା, ଏହି ଶୋର ଶେଷ ଏପିସୋଡ୍ ୨୭ ଅକ୍ଟୋବର ୨୦୧୮ କୁ ଟେଲିକାଷ୍ଟ କରାଯାଇଥିଲା, ସିଆଇଡି ଶୋର ନାଁ ଲିମକା ବୁକ୍ ଅଫ୍ ରେକର୍ଡ ଓ ଗିନିଜ୍ ୱାର୍ଲଡ୍ ରେକର୍ଡରେ ସାମିଲ୍ କରାଯାଇଛି  ।

ଏହି ଶୋରେ ସବୁ ପ୍ରମୁଖ ଭୁମିକାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି, ସେ ସିଆଇଡିରେ ଏସିପି ପ୍ରଦ୍ୟୁମନଙ୍କ ହେଉ କିମ୍ବା ଶିବାଜୀ ସାଟମ୍ ହୁଅନ୍ତୁ କିମ୍ବା କବାଟ ଭାଙ୍ଗୁଥିବା ଦୟା ଆଜି ଏହି ଭୁମିକା ବିଷୟରେ କଥା ହେବା, ସବୁଠାରୁ ପ୍ରଥମେ କଥା ହେବା ଏହି ଶୋର ମୁଳ ଏସିପି ପ୍ରଦ୍ୟୁମନଙ୍କ ବିଷୟରେ ଯାହାଙ୍କ ପୁରା ନାଁ ଶିବାଜୀ ସାଟମ୍ ଅଟେ, ସେ ୭୧ ବର୍ଷୀୟ ହୋଇସାରିଛନ୍ତି, ତାଙ୍କ ଜନ୍ମ ୨୧ ଅପ୍ରେଲ୍ ୧୯୫୦ କୁ ମହିମ୍ ମହାରାଷ୍ଟ୍ରରେ ହୋଇଥିଲା, ଏହି ଶୋରେ ଶିବାଜୀ ସାଟମ ଏକ ଡାଇଲଗ୍ ପୁରା ଦେଶ ସାରା ଲୋକପ୍ରିୟ ହୋଇଥିଲା, କିଛି ତ ଗଡ ବଡ ଅଛି ଦୟା, ଦୟାଙ୍କ କବାଟ ଭାଙ୍ଗିବା ଷ୍ଟାଇଲ୍ ବି କିଏ ଭୁଲିପାରିବ ।

ଦେଶର ଏହି ଲୋକପ୍ରିୟ ଶୋ ଆଜି ବନ୍ଦ ହୋଇଯାଇଛି, ଶୋ ଏତେ ଅଧିକା ଫେମସ୍ ହେବାପରେ ବି ଲୋକେ ଏହି ଶୋ ଆସିବାର ଷ୍ଟାର୍ସଙ୍କୁ ରିୟଲ୍ ଲାଇଫ୍ ବିଷୟରେ ବୋଧେ ଜାଣିଥିବେ, ଆଜି ଆମେ ଆପଣଙ୍କୁ ଏହି ଷ୍ଟାରଙ୍କ ନିଜ ଜୀବନୀ ବିଷୟରେ କହିବୁ, ଶିବାଜୀ ଷାଟମ୍ ମୁଖ୍ୟ ରୋଲ୍ ଏସିପି ପ୍ରଦ୍ୟୁମନ ଭାବେ ନିଭାଇଥିଲେ, ଯିଏ ଘରେ ଘରେ ଲୋକପ୍ରିୟ ହୋଇଥିଲା, ସେମିତି ସିନିୟର୍ ଇନସିପେକ୍ଟର୍ ଦୟା ଓ ଅଭିଜିତ୍ ଙ୍କୁ ବି ଲୋକେ ବହୁତ ପ୍ରଶଂସା ଦେଇଥିଲେ । ସିଆଇଡି ରେ ସିନିୟର୍ ଇନସିପେକ୍ଟର ଭୁମିକା କରିଥିବା ଦୟାଙ୍କ ନାଁ ଦୟାନନ୍ଦ ସେଟ୍ଟି ଅଟେ, ଯିଏ ମୈସୁରରୁ ଅଟନ୍ତି, ଦୟାନନ୍ଦଙ୍କ ସ୍ତ୍ରୀଙ୍କ ନାଁ ସ୍ମିତା ଓ ଝିଅ ବିବା ଅଟେ, ଦୟାନନ୍ଦ କିଛି ଫିଲ୍ମରେ ବି ନଜର ଆସିସାରିଛନ୍ତି ।

ସିନିୟର୍ ଇନସିପେକ୍ଟର ଭୁମିକା ନିଭାଉଥିବା ଅଭିଜିତ୍ ଙ୍କ ଅସଲି ନାଁ ଆଦିତ୍ୟ ଶ୍ରୀବାସ୍ତବ ଅଟେ, ସେ ସତ୍ୟା, ପାଞ୍ଚ, ଓ ଗୁଲାଲ୍ ଭଳି ଫିଲ୍ମରେ କାମ୍ କରିଛନ୍ତି, ଆଦିତ୍ୟଙ୍କ ସ୍ତ୍ରିଙ୍କ ନାଁ ମାନସି ଶ୍ରୀବାସ୍ତବ ଅଟେ, ଏହି କପଲ୍ ଙ୍କ ଦୁଇଟି ଝିଅ ଅଛି ଆରୁଷି ଓ ଆଦ୍ୱିକା ଓ ଗୋଟେ ପୁଅ ଅଛି,

ଇନସିପେକ୍ଟର ଫ୍ରେଡିସ୍ ଓରଫ ଫ୍ରେଡି ନାଁରେ ଜଣାଯାଆନ୍ତି ଅଭିନେତା ଦିନେଶ ଫର୍ଣ୍ଣାଡିସ୍ ଦିନେସ୍ ଫର୍ଣ୍ଣାଡିସ୍ ମରାଠି ଫିଲ୍ମରେ ବଡ ଅଭିନେତା ଅଟନ୍ତି, ସେ ଫିଲ୍ମ ସରଫରୋଶ ଓ ମେଲା ପରି ଫିଲ୍ମରେ କାମ କରିଥିଲେ, ଶିବାଜୀ ସାଟମ ଶୋରେ ଏସିପି ପ୍ରଦ୍ୟୁମନ ଙ୍କ ଭୁମିକା ନିଭାଇଥିଲେ, ଶିବାଜୀ ସାଟମ ବ୍ୟାଙ୍କରେ କ୍ୟାଶିୟର୍ ଚାକିରି କରୁଥିଲେ, ତାଙ୍କ ସ୍ତ୍ରିଙ୍କ୍ ନାଁ ଅରୁଣା ଅଟେ, ଓ ତାଙ୍କର ଗୋଟେ ପୁଅ ଓ ଝିଅ ଅଛି ।

ଶିବାଜୀ ସାଟମ୍ ବଲିଉଡ୍ ରେ ପ୍ରାୟ ୪୦ ଟି ଫିଲ୍ମରେ ଅଭିନୟ କରିଛନ୍ତି ସେ ଏହି ଶୋରେ ଇନସିପେକ୍ଟର ସଚିନ୍ ରୋଲ୍ ନିଭାଉଥିବା ରିଶିକେଶ ପାଣ୍ତେଙ୍କ ସ୍ତ୍ରୀ ଓ ଏକ ପୁଅଅଛି, ଇନସିପେକ୍ଟର ଶ୍ରେୟା ରୋଲ୍ ନିଭାଇଥିବା ଅଭିନେତ୍ରୀ ଜାନଭି ଛେଡା ଅଟନ୍ତି , ତାଙ୍କ ସ୍ୱାମୀଙ୍କ ନାଁ ନିଶାନ୍ ଗୋପାଲିଆ ଅଟେ, ଶୋରେ ପୁର୍ବୀ ରୋଲ୍ ନିଭାଇଥିବା ଅଂଶା ଶଇଦ୍ ୨୦୧୫ ରେ ଶୋରେ ଏଣ୍ଟ୍ରି ନେଇଥିଲେ, ଶ୍ରଦ୍ଧା ମୁସଲେ ଏହି ଶୋରେ ଡାକ୍ତର ତାରିକା ଭୁମିକା ନିଭାଇଥିଲେ ।

Leave a Reply

Your email address will not be published. Required fields are marked *