December 8, 2023

Odia Express

News For Public

Kapil Sharma ଶୋକୁ ଆସିବାକୁ ମନା କରିସାରିଛନ୍ତି ଏହି 6 ଜଣ କଳାକାର, ଜାଣନ୍ତୁ କିଏ କିଏ ଅଛନ୍ତି ଏହି ଲିଷ୍ଟରେ ସାମିଲ୍

1 min read

ଦି କପିଲ୍ ଶର୍ମା ଶୋ ସେମିତି ଲମ୍ବା ସମୟରୁ ଦର୍ଶକଙ୍କୁ ମନୋରଞ୍ଜନ କରୁଛି, ସେମିତି କପିଲଙ୍କ କମେଡି ବହୁତ ଲୋକଙ୍କୁ ଭଲ ଲାଗେ କିନ୍ତୁ କିଛି କଲାକାର ବା ସେଲିବ୍ରେଟିଜ୍ ଅଛନ୍ତି ଯିଏକି କପିଲଙ୍କ ଏହି କମେଡି ଶୋରୁ ଦୁରେଇ ରୁହନ୍ତି, ହଁ ଆଜ୍ଞା ବହୁତ ସେଲିବ୍ରେଟିଜ୍ ଅଛନ୍ତି ଯିଏକି ନା ତ କପିଲ୍ ଶର୍ମା ଶୋ ରେ ଆସିବାକୁ ସିଧା ମନା କରିଦେଲେ ବରଂ ଏହି ଶୋର ବିଷୟରେ କଥା ହେବାକୁ ବି ଠିକ୍ ଭାବିଲେ ନାହିଁ, ଏହି ଶୋ ବଲିଉଡ୍ ଫିଲ୍ମର ଭଲ ପ୍ରମୋଶନାଲ୍ ଇଭେଣ୍ଟ ଅଟେ, କିନ୍ତୁ କିଛି କଳାକାର ଅଛନ୍ତି ଯିଏକି ଶୋକୁ ଆସିବାକୁ ମନା କରନ୍ତି, ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

୧) ମୁକେଶ ଖାନ୍ନା- ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଶୋ ରେ ଗୋଟେ ସମୟରେ ମହାଭାରତର୍ କଳାକାରଙ୍କୁ ଡକା ହୋଇଥିଲା, କୁହାଯାଏ କି ଏଥିରେ ମୁକେଶ ଖାନ୍ନାଙ୍କୁ ଡକା ହୋଇଥିଲା, କିନ୍ତୁ ଶୋରେ ସେ ଭାଗ ନେବାକୁ ସିଧା ମନା କରିଦେଇଥିଲେ, ଏତିକି ନୁହେଁ ମୁକେଶ ଖାନ୍ନା କପିଲ୍ ଶର୍ମା ଶୋର ଫାଲତୁ ବୋଲି କହିଦେଇଥିଲେ, ଅଭିନେତା ମୁକେଶ ଖାନ୍ନାଙ୍କ କହିବା କଥା କି ଶୋରେ ଡବଲ ମିନିଙ୍ଗ୍ କଥା ହୋଇଥାଏ, ଓ ପୁଅଙ୍କୁ ଝିଅଙ୍କ ଭେଷ ନେଇକରି ଅଶ୍ଳିଳ ଇସାରା କରିଥାନ୍ତି , ମୁକେଶଙ୍କ ଏହି ବୟାନ ପରେ ବହୁତ ବିବାଦ ହେଲା, ମହାଭାରତର କିଛି କଳାକାରଙ୍କ ସହ ତାଙ୍କର ଯୁକ୍ତିତର୍କ ବି ହୋଇଥିଲା, କପିଲ୍ ଶର୍ମା ଓ ତାଙ୍କ ଟିମ୍ ତରଫରୁ ଏହା ଉପରେ କିଛି ପ୍ରତିକ୍ରିୟା ଆସିନାହିଁ ।

୨) ରଜନୀ କାନ୍ତ- ସୁପରଷ୍ଟାର୍ ରଜନୀକାନ୍ତଙ୍କୁ କପିଲ୍ ଶର୍ମା ଶୋରେ ଡକାଇବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ସ୍ୱପ୍ନ ଏବେ ବି ଅଧୁରା ଅଛି, କପିଲଙ୍କୁ ଆଶା ଅଛି କି କେଉଁ ନା କେଉଁ ଦିନ ରଜନୀକାନ୍ତ ସାର୍ ତାଙ୍କ ଶୋକୁ ନିଶ୍ଚିତ ଆସିବେ ।

୩) ଲତା ମଙ୍ଗେଶକର୍- ଭାରତର କୋଇଲି କଣ୍ଠ କୁହାଯାଉଥିବା ପ୍ରସିଦ୍ଧ ସିଙ୍ଗର୍ ଲତା ମଙ୍ଗେସକର ବି ଏହି ଗେଷ୍ଟ ଲିଷ୍ଟରେ ଅଛନ୍ତି, ଦି କପିଲ୍ ଶର୍ମା ଶୋରେ ଗେଷ୍ଟ୍ ହିସାବରେ ଲତା ମଙ୍ଗେଶକରଙ୍କୁ ବହୁତ୍ ଥର ଆମନ୍ତ୍ରିତ କରାଯାଇଥିଲା, କିନ୍ତୁ ସେ ବିନମ୍ରତା ସହ ଏହି ପ୍ରସ୍ତାବକୁ ଅସ୍ୱିକାର କରିଦେଲେ ଏହା ଦେଖିକରି କପିଲ୍ ଶର୍ମା ଙ୍କୁ ତାଙ୍କ ସିଙ୍ଗିଙ୍ଗ୍ ବହୁତ ପସନ୍ଦ ଲାଗେ କିନ୍ତୁ ବାସ୍ତବରେ ଲତାଜୀ ଏହି ଶୋରେ ଅତିଥି ରୁପରେ ଆସିବା ବହୁତ ବଡ କଥା ଅଟେ ।

୪) ଅମୀର୍ ଖାନ୍- ଅମିର୍ ଖାନ୍ ଆଜି ପର୍ଯ୍ୟନ୍ତ କପିଲ୍ ଶର୍ମା ଶୋରୁ ଦୁରେଇ ଅଛନ୍ତି, ଏମିତି ନୁହେଁ କି ଅମିର୍ ଖାନ୍ କେଉଁ କାରଣରୁ କପିଲ୍ ଶର୍ମା ଶୋରେ ଆସିନାହାନ୍ତି, ଅମିର୍ ଖାନ୍ କେଉଁ ବି ଟିଭି କିମ୍ବା ରିୟାଲିଟି ଶୋରେ ନିଜ ଫିଲ୍ମର ପ୍ରମୋଶନ୍ ପାଇଁ ଯିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଥରେ ସେ କରନ୍ ଜୋହରଙ୍କ ଚ୍ୟାଟରେ ଆସିଥିଲେ ।

୫) ମହେନ୍ଦ୍ର ସିଂ ଧୋନୀ- ପୁର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କପିଲ୍ ଶର୍ମା ଶୋରେ ଆସିବାକୁ ମନା କରିସାରିଛନ୍ତି, ଦିବଗଂତ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ସହ ବହୁତ ଭିଡିଓ ବନାଇକରି ଏମ୍ ଏସ୍ ଧୋନୀ ନିଜ ବାୟୋପିକ୍ ପ୍ରମୋଶନ୍ କରିଥିଲେ, କଥିତ ହିସାବରେ ଧୋନୀଙ୍କୁ ଏହି ଶୋରେ ଆସିବାକୁ ଆମନ୍ତ୍ରଣ୍ କରାଯାଇଥିଲା, କିନ୍ତୁ ସେ ଏହି ଶୋକୁ ଆସିବାକୁ ସିଧା ମନା କରିଦେଲେ ।

୬) ନାନାପାଟେକର- ବଲିଉଡ୍ ର ଅଭିନେତା ନାନାପାଟେକର କପିଲ୍ ଶର୍ମାଙ୍କ ଶୋରୁ ଦୁରେଇ ଅଛନ୍ତି, ୨୦୧୫ ରେ ଯେବେ ୱେଲକମ୍ ବ୍ୟାକ୍ ରିଲିଜ୍ ହୋଇଥିଲା ତେବେ ଜନ୍ ଆବ୍ରାହମ୍ ଓ ଅନିଲ୍ କାପୁର କପିଲ୍ ଶର୍ମାଙ୍କ ଶୋ କମେଡି ନାଇଟ୍ସ ୱିଥ୍ କପି ରେ ଆସିଥିଲେ, କିନ୍ତୁ ଫିଲ୍ମର ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ଥିବା ନାନାପାଟେକର ଆସିନଥିଲେ ।

Leave a Reply

Your email address will not be published. Required fields are marked *